ସ୍ପେଶାଲ

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଯାଜପୁରର ଚାଷି ଉମେଶ ନାୟକ

ଯାଜପୁର ଟାଉନ(କେନ୍ୟୁଜ) : ସାରା ବିଶ୍ୱରେ ଡାଇବେଟିସ ବା ମଧୁମେହ ରୋଗର ରାଜଧାନୀ ପାଲଟିଛି ଭାରତ । ଏହି ରୋଗୀ ମାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ପଦାର୍ଥ ନିଷେଧ ହୋଇଥିବାରୁ ରୋଗୀ ମାନେ ହଇରାଣ ହୋଇଥାନ୍ତି । ବିଶେଷକରି ଭାତ ଖାଇବା ପାଇଁ ରୋଗୀ ମାନେ ନାନା ହଇରାଣ ହୋଇଥାନ୍ତି । କିନ୍ତୁ ଏଭଳି ସମସ୍ୟାର ସମାଧାନ ପାଇଁ ଏକ ଖୁସି ଖବର ଆଣିଛନ୍ତି ଯାଜପୁର ବିଞ୍ଝାରପୁର ଅଂଚଳର ଚାଷି ଉମେଶ ନାୟକ । ତେଲେଙ୍ଗାନା ସୋନା RNR ୧୫୦୪୮ କିସମ ଧାନ ଏବେ ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି କୁହାଯାଉଛି ।

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର। ଆଉ ଭାତ ଖାଇବା ପାଇଁ କୌଣସି ଡର ନାହିଁ । ଏବେ ସବୁଦିନ ପେଟପୁରା ଭାତ ଖାଇ ପାରିବେ ମଧୁମେହ ରୋଗୀ । ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାୟତର ଇଞ୍ଜନପୁର ଗ୍ରାମର ଉମେଶ ଚନ୍ଦ୍ର ନାୟକ ନିଜ ଜମିରେ ଏମିତି ଏକ ଧାନ ଅମଳ କରିବା ରେ ସକ୍ଷମ ହୋଇଛନ୍ତି । ଯାହା ମଧୁମେୟ ରୋଗୀଙ୍କ ବେଶ ଲାଭ ଦାୟକ ହେବ । ସାଧାରଣ ବ୍ୟକ୍ତି ଯେଉଁ ଚାଉଳର ଭାତ ଖାଉଛନ୍ତି, ସେଥିରେ ଅଧିକ ୭୧ ପ୍ରତିଶତ କାର୍ବୋ ହାଇଡ୍ରେଟ୍ ରହୁଛି ଯାହାକି ଜଣେ ମଧୁମେହ ରୋଗୀ ଖାଇବା କ୍ଷତିକାରକ ନିଶ୍ଚିତ, କିନ୍ତୁ ଏଠାରେ ଉତ୍ପାଦନ ହେଉଥିବା ଏହି ସ୍ଵତନ୍ତ୍ର ଧାନ ତେଲେଙ୍ଗାନାର RNR15048 (ସୋନା) ଚାଉଳରେ ୫୦ ପ୍ରତିଶତ ରହୁଛି ।

ଉମେଶ ଦିନେ ରାଜ୍ୟ ବାହାରେ ମୋଟା ଅଙ୍କର ଦରମା ରେ ଏକ ମେଡିସିନ କମ୍ପାନୀ ରେ ଚାକିରୀ କରିଥିଲେ । କିନ୍ତୁ ଏହି ଧାନ ସମ୍ପର୍କରେ ଜାଣିବା ପରେ ଉମେଶ ଚାଷ ଆରମ୍ଭ କରିଛନ୍ତି । ପ୍ରଥମେ ଏକ ଏକର ଜମିରେ ସେ ଚାଷ କରି ସଫଳ ହୋଇଛନ୍ତି । ମଧୁମେହ ରୋଗୀ ଙ୍କ ଭାତ ଲାଗି ଚାଉଳ ର ଦାମ ୨୫୦ ଟଙ୍କା ଥିଲେ ମଧ୍ୟ ସେ ଏହାକୁ ଅତି କମ୍ ଦାମରେ ବିକୁଛନ୍ତି । ଉଷୁନା ସହିତ ଅରୁଆ ଚାଉଳ ଉତ୍ପାଦନ କରି ପାରି ରୋଗୀଙ୍କ ଭାତ ଖାଇବା ଲାଗି କରିଥିବା ପ୍ରୟାସ ସଫଳ ହୋଇଥିବା ଉମେଶ କହିଛନ୍ତି ।

ସେପଟେ ମଧୁମେହ ଡାକ୍ତର କହିଛନ୍ତି ଏହି ଚାଉଳରେ ନିମ୍ନ ଗ୍ଲାଏସେମିକ୍ ଇଣ୍ଡେକ୍ସ ରହୁଛି ଯାହାକି ମଧୁମେହ ରୋଗୀ ମାନଙ୍କ ପାଇଁ ଅଧିକ ଉପଯୋଗୀ ହେଇଥାଏ । ଅନ୍ୟ ଚାଉଳରେ କାର୍ବୋହାଇଡ୍ରେଟର ପରିମାଣ କମ୍ ରହୁଥିବାରୁ ମଧୁମେହ ରୋଗୀଙ୍କୁ ଭାତ ଖାଇବାକୁ ଆମେ ମନା କରିଥାଉ କିନ୍ତୁ ଏହି ଚାଉଳର ଭାତ ଖାଇଲେ କିଛି ଅସୁବିଧା ନାହିଁ । ଏହି ତେଲେଙ୍ଗାନା ସୋନା ଧାନ ଏବେ ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ । ତେବେ ସରକାରଙ୍କ ତରଫରୁ ଏହି ଧାନର ଅଧିକା ମାତ୍ରାରେ ଚାଷ ଓ ବିକ୍ରି ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ।

 

Sonalisa

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

13 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

18 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

49 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

56 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago