ସ୍ପେଶାଲ

ମାତିଛନ୍ତି ଲୁଟେରା, ସିସିଟିଭିରେ କଏଦ ହେଲା ଚୋରିର ସମସ୍ତ ଦୃଶ୍ୟ

ଅନୁଗୋଳ(କେନ୍ୟୁଜ୍): ମାତିଛନ୍ତି ଲୁଟେରା । ଯେଉଁଠି ଟିକେ ସୁଯୋଗ ପାଉଛନ୍ତି କଳାକନା ବୁଲାଉଛନ୍ତି । କେଉଁଠି ଘର ଝରକା ତାଡି ଲୁଟୁଛନ୍ତି ତ କେଉଁଠି ବେକରେ ଛୁରୀ ଲଗାଇ ପର୍ସ, ଚେନ୍ ଝାମ୍ପି ନେଉଛନ୍ତି । କେତେବେଳେ ମନ୍ଦିରରୁ ଲୁଟୁଛନ୍ତି ତ କେତେବେଳେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟୁଛନ୍ତି। ପୋଲିସ୍ ଯେତେ କଡା ପଦକ୍ଷପ ଗ୍ରହଣ କଲେ ବି ଲୁଟେରା ନିଜ କାରନାମା କରିବାରେ ପଛଘୁଞ୍ଚା ଦେଉନାହାନ୍ତି। ଓଲଟି ପୋଲିସ୍ କୁ ଚାଲେଞ୍ଜ କରି ଦିନ ଦ୍ୱିପ୍ରହରରେ ହେଉ କି ଅଧ ରାତିରେ ଚୋରି କରି ଚମ୍ପଟ ମାରୁଛନ୍ତି।

ଯାହା ଜଣାପଡିଛି ଶାବଳରେ ତାଡି ମୋବାଇଲ୍ ଦୋକାନରୁ ଚୋରି କରିଛନ୍ତି ଲୁଟେରା । ଏହି ଘଟଣାର ସମସ୍ତ ଦୃଶ୍ୟ ସିସି ଟିଭିରେ କଏଦ୍ ହୋଇଛି । ତେବେ ଅନୁଗୋଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମରେ ନବିନ ସାହୁଙ୍କ ସହିତ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ନବିନ ସାହୁଙ୍କ ମୋବାଇଲ୍ ଦୋକାନରୁ ଦୁବୃର୍ତ୍ତ ମାନେ ମୋବାଇଲ୍ ସହ ଆଉ କିଛି ଜିନିଷ ଚୋରି କରିନେଇଛନ୍ତି । ଯାହାର ସମସ୍ତ ଚିତ୍ର ଦୋକାନରେ ଲାଗିଥିବା ସିସି ଟିଭି ରେ କଏଦ ହୋଇଛି ।

ଶାବଳଭଙ୍ଗା ଗ୍ରାମର ନରେଶ ସାହୁଙ୍କ ପୁଅ ନବିନ ସାହୁ ଗାଁ ଛକରେ ବହୁ ଦିନି ହେଲା ଗୋଟିଏ ମୋବାଇଲ୍ ଦୋକାନ ଦେଇଛନ୍ତି । ତେବେ ଏହି ଚୋରି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ଚା ଦୋକାନୀ ନିଜର ଚା ଦୋକାନ ଖୋଲିବାକୁ ଆସିଥିବାବେଳେ, ତାଙ୍କର ନଜର ମୋବାଇଲ୍ ଦୋକାନ ଉପରେ ପଡ଼ିଥିଲା। ଦୋକାନର କବାଟ ଖୋଲା ପଡିଥିବା ସେ ଦେଖିବାକୁ ପାଇଥିଲେ ଏବଂ ସେଠାରୁ ଦୋକାନର ମାଲିକ ନବିନଙ୍କୁ ଫୋନ୍ କରି ସବୁ ଘଟଣା ବିଷୟରେ ଜଣାଇ ଥିଲେ। ତେବେ ତୁରନ୍ତ ଦୋକାନରେ ନବିନ ପହଞ୍ଚି ଦୋକାନରେ ଲାଗିଥିବା ସିସିଟିଭି ଦେଖିଥିଲେ।

ତିନିଜଣ ଦୁର୍ବୁତ୍ତ ମୁହଁ ରେ କପଡା ପିନ୍ଧି ଦୋକାନର କବାଟକୁ ଶାବଳରେ ତାଡି ଦୋକାନ ଭିତରେ ପସି କିଛି ଦାମି ମୋବାଇଲ୍ ସହ ପାୱାର ବ୍ୟାଙ୍କ୍, ଚାର୍ଜର ,ଇୟର କଡ଼୍, କିଛି ଛୋଟ ମୋବାଇଲ୍ ଓ ବ୍ୟାଟେରୀ ଇତ୍ୟାଦି ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ। ଯାହାର ହାରାହାରି ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସେ କହିଛନ୍ତିି ଅଭିଯୋଗ ମୁତାବକ ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

 

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

10 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

18 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

33 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

39 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

53 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago