୪୦୦ବର୍ଷ ପୁରୁଣା ମନ୍ଦିରରେ ରୋବର୍ଟ ଦେଉଛି ପ୍ରବଚନ. . .

ଜାପାନର ଏକ ଚାରିଶହ ବର୍ଷ ପୁରୁଣା ବୌଦ୍ଧ ମନ୍ଦିରରେ ଯୁବଗୋଷ୍ଠୀ ଙ୍କୁ ଆକର୍ଷିତ କରିବାପାଇଁ ଏକ ରୋବର୍ଟ ର ସହାୟତା ନିଆଯାଉଛି। ୭ଲକ୍ଷ ୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ରୋବର୍ଟ “କେନନ”କୁ ତିଆରି କରାଯାଇଛି। ଏହି ରୋବର୍ଟ ର କାମ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ବୌଦ୍ଧ ଧର୍ମ ବିଷୟରେ ଅବଗତ କରାଇବା ଓ ଉପଦେଶ ଦେବା। କିଓଟୋ ର କୋଡାଇଜି ମନ୍ଦିରରେ ଏହି ରୋବର୍ଟ କୁ ରଖାଯାଇଛି। ୧୬୧୯ରେ ଏହି ମନ୍ଦିରର ନିର୍ମାଣ କରାଯାଇଥିଲା।
କେନନ ର ଉଚ୍ଚତା ୧.୯୫ମିଟର ଲମ୍ବା, ଓଜନ ୫୯କିଲୋ । ଏହି ରୋବର୍ଟ ର କାନ୍ଧ, ହାତ ସିଲିକନ ରେ ତିଆରି କରାଯାଇଛି। ତାର ବାମ ଆଖିରେ ଏକ ଭିଡ଼ିଓ କ୍ୟାମେରା ଲାଗିଛି ଯାହାର ସହାୟତାରେ ସେ ଲୋକମାନଙ୍କ ଆଖିରେ ଆଖି ମିସାଇପାରୁଛି। ଏହି ରିବର୍ଟ ଜାପାନୀ ଭାଷାରେ ପ୍ରବଚନ ଓ ଉପଦେଶ ଦେଇଥାଏ କିନ୍ତୁ ଏହି ଭାଷାକୁ ଚିନି ଏବଂ ଇଂରାଜୀ ଭାଷାରେ ଟ୍ରାନ୍ସଲେଟ କରାଯାଇପାରିବ।
ଏହି ରୋବର୍ଟ ର କାମ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରିବା। ନିଜ ଧର୍ମ ବିଷୟରେ ବିଶେଷ କରି ଯୁବ ସମାଜକୁ ଜଣାଇବା ପାଇଁ ହିଁ ମନ୍ଦିରର ପୂଜକମନେ ଓଁସାକା ୟୁନିଭରସିଟି ରେ ଇଣ୍ଟେଲିଜେଣ୍ଟ ରୋବଟିକ୍ସ ର ପ୍ରଫେସର ହିରୋସି ଇରିଗୁରେଙ୍କୁ ନିଦେଦନ କରିଥିଲେ। ଇରୀଗୁରେଙ୍କ ସହାୟତାରେ ହିଁ ଏହି ରୋବର୍ଟ କେନନର ସୃଷ୍ଟି।
ମନ୍ଦିରର ପୂଜକ ମନେ ଆଶା ରଖିଛନ୍ତି ଏହି ରୋବର୍ଟ ଦ୍ଵାରା ଲୋକମାନେ ବୌଦ୍ଧ ଧର୍ମ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିପାରିବେ ସିଧା ସଳଖ ନିଜର ପ୍ରଶ୍ନ କେନନକୁ ପଚାରିପାରିବେ । ଏବେ ଏହି ରୋବର୍ଟ ଉପରେ ଗୁରୁଦାୟିତ୍ୱ ଦିଆଯାଇଛି ବୌଦ୍ଧ ଧର୍ମ କୁ ଲୋକଙ୍କ ପାଖରେ ପହଞ୍ଚିଇବା ପାଇଁ।