ଏବେ ମୁଣ୍ଡ ଭିତରକୁ ଯିବ ରୋବର୍ଟ ଆଉ ବାହାର କରିବ ରୋଗ 

ଭାବନା ଠାରୁ ବି ଆଗରେ ବିଜ୍ଞାନ । ମଣିଷ କେଇ ପାଦ ଆଗକୁ ବଢିଲେ ତା ଠାରୁ ବି ଆଉ ଦି ପାଦ ଆଗରେ ବିଜ୍ଞାନ । ବିଜ୍ଞାନର ଜୟଯାତ୍ରା ଆଗରେ ଏବେ ମଣିଷ ମତମସ୍ତକ । କାରଣ ଏବେ ଆପଣ ଆଖିବୁଲାଇଲେ ଦେଖିବାକୁ ପାଇବେ ମେସିନ ମେସିନ ଆଉ ମେସିନ । ଆଉ ଏସବୁକୁ ଟପି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ କରିଛି ରୋବର୍ଟ ।

କଣ ଆପଣ ଜାଣନ୍ତି କି ଆଗକୁ ଡକ୍ଟର ନୁହେଁ ଆପଣଙ୍କ ଚିକିତ୍ସା ରୋବର୍ଟ କରିବ ବୋଲି । ତାହା ପୁଣି ମଣିଷର ବ୍ରେନ ମଧ୍ୟକୁ ଯାଇ । ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କହିରଖୁଛୁ ଆମେରୀକାର କାଲିଫର୍ନିଆ ସ୍ଥିତ ବାୟୋନାଟ ଲ୍ୟାବ୍ସ ବହୁତ ଯଲ୍ଦି ବ୍ରେନର ଚିକିତ୍ସା ପାଇଁ ଶରୀରରେ ମାଇକ୍ରୋ ରୋବର୍ଟ୍ସ କାର୍ଯ୍ୟ କରିବ । କମ୍ପାନୀ ହିସାବରେ ରିସର୍ଚ୍ଚ ଏବେ ଫାଇନାଲ ଷ୍ଟେଜରେ । ଏବଂ ଆଗାମୀ ଦୁଇ ବର୍ଷରେ ଏହାର କ୍ଲିନିକାଲ ଟ୍ରାଏଲ ହୋଇପାରିବ । କମ୍ପାନୀର କହିବା ମୁତାବିକ ଏହା ଏକ ଏଭଳି ଟେକନିକ ଯାହା ଗମ୍ଭୀର ସମସ୍ୟାର ସାହାଯ୍ୟକାରୀ ଭାବେ ପ୍ରାମଣିତ ହେବ । ଏହି ଟେକନିକ ଦ୍ୱାରା ମଣିଷର ବ୍ରେନରେ ଇଙ୍ଗଜେକ୍ସନ ଦ୍ୱାରା ରୋବର୍ଟକୁ ଭିତରକୁ ପଠାଯିବ । ଏହି ମାଇକ୍ରୋ ରୋବର୍ଟିକ ବ୍ରେନ ଭିତରେ ଯାଇ ରୋଗର ଯାଞ୍ଚ କରିବ ।

ବାୟୋନାନ୍ଟ ଲ୍ୟାବ୍ସର ସିଇଓ ମାଇକଲ ସିପଗେଲମାକର ଅନୁସାରେ ମାଇକ୍ରୋ ରୋବର୍ଟ୍ସ ଗୁଳି ଆକାରର ବହୁତ ଛୋଟ ମେଟଲ ସିଲିଣ୍ଟର ଅଟେ । ଯାହାକୁ ବହୁତ ସହଜରେ ଇଙ୍ଗଜେକ୍ସନ ସାହାୟ୍ୟରେ ମଣିଷର ଶରୀରରେ ପଠାଯାଇପାରିବ । ଏହାପରେ ମାଗ୍ନେଟ ସାହାଯ୍ୟରେ ବ୍ରେନ ମଧ୍ୟରେ ଗାଇଡ କରାଯାଇପାରିବ । ରୋବର୍ଟକୁ ମ୍ୟାଗ୍ନେଟିକ ଏନର୍ଜିର ବ୍ୟବହାର କରି ବ୍ରେନରେ ପଟାଯାଇପାରିବ ।

ବୈଜ୍ଞାନିକଙ୍କ ମାନିବା କଥା କି ମାଗ୍ନେଟିକ ଏନର୍ଜି ଅଲ୍ଟ୍ଯାସୋନିକ ଓ ଆପିକଲ ଏନର୍ଜି ତୁଳନାରେ ଅଧିକ ସୁରକ୍ଷିତ । ଶରୀରର ପାଇଁ ଏହା କ୍ଷତିକାରକ ନୁହେଁ । ଶରୀରର ମଧ୍ୟରେ ପଠାଯାଇତିବା ରୋବର୍ଟକୁ ବାହାରୁ ମ୍ୟାଗ୍ନେଟିକ ଫାଇଲ ସହ କନ୍କ୍ଟ କରି ରୋଗୀର ବ୍ରେନ ଉପରେ ଲଗାଇ ଏହାକୁ ଏକ କମ୍ପୁଟରରେ ଲିଙ୍କ କରାଯାଏ । ଦୁଇ ପାର୍ଶ୍ୱ ଏହାର ଇଫେକ୍ଟ ଦ୍ୱାରା ରୋବର୍ଚକୁ ଠିକ ଦିଗରେ ନେଇଥାଏ । ଏହି ପୁରା ଡିଭାଇସକୁ ସହଜରେ କେଉଁଠାକୁ ବି ନେଇପାରିବ । ଏହା ଏମଆରଆଇ ସ୍କାନ ତୁଳନାରେ ୧୦ରୁ ୧୦୦ଗୁଣ କମ ବିଜୁଳି ବ୍ୟବହାର କରେ ।

ଏହି କମ୍ପାନୀ ଏହି ଟେକନିକକୁ ପଶୁଙ୍କ ଉପରେ ବି ପ୍ରୟୋଗ କରିସାରିଛି । ଏହାର କାଫି ବଳ ରେଜଲ୍ଟ ଆସିଥିବା କମ୍ପାନୀ କହିଛି । ଏହି ଟେକନିକ ମଣିଷଙ୍କ ପାଇଁ ବି ସୁରକ୍ଷିତ ବୋଲି କୁହାଯାଉଛି । ବାୟୋନାନ୍ଟ ଲ୍ୟାବ୍ସ କୁ ଆମେରିକାର ଏଫଡିଏରୁ ଆପ୍ରିଭାଲ ମିଳିସାରିଛି । ଆଗାମୀ ଦୁଇ ବର୍ଷରେ ଲ୍ୟାବ ଅତିଶୀଘ୍ର ମଣିଷଙ୍କ ଉପରେ ବି ଟ୍ରାଏଲ କରିବ ।

ଅନେକ ଗମ୍ଭୀର ସମସ୍ୟା ଏହି ଟେକନିକ ଅର୍ଥାତ ରୋବର୍ଟ ଦ୍ୱାରା ସମାଧାନ ହୋଇପାରିବ । ସିଧାକଥାରେ ଯଦି କୁହାଯାଏ ତେବେ ଆଜିର ଅଟୋମେଟିକ ଜମାନାରେ ଏହା ଏକ ସୁକ୍ଷ୍ମ ମସିନ ଅଟେ । ଯାହାକୁ ଅତି ସୂକ୍ଷ୍ମ ସମସ୍ୟା ବା ବଡ ରୋଗରେ ବ୍ୟବହାର କରାଯାଇପାରିବ । ଏହା ଶରୀର ଭିତରେ କେଉଁଠାରେ ବି ପହଞ୍ଚିପରିବ ଯାହା ବଡ ରୋବର୍ଟ କରିପାରିବ ନାହିଁ ।

Leave A Reply

Your email address will not be published.