ସର୍ବୋତ୍ତମ ବିକ୍ରୟ ଖେଳନା ହେଉଛି ପଜଲ, ଭାରତ ସହ ବିଦେଶରେ ବି ୧ନମ୍ବର

ଘରେ ପିଲା ଥିଲେ ଖେଳନା ମଧ୍ୟ ସେମିତି ଥାଏ । ସବୁଠି ସମାନ କଥା । ସେ ତେଣିକି ଆମ ଦେଶ ହେଉ କିମ୍ବା ଅନ୍ୟ ଦେଶ କି ବିଦେଶ । ହେଲେ ଯେଉଁଘରେ ପିଲା ନାହାନ୍ତି ସେଠି ବି ଖେଳନା ଦେଖିବାକୁ ମିଳୁଛି । ସେ ମଧ୍ୟରୁ ଗୋଟେ ଖେଳନା ହେଉଛି ପଜଲ । କିନ୍ତୁ ଏହାର ପ୍ରକୃତ ନାମ ହେଉଛି ରୁବିକ କ୍ୟୁବ । ଏହା ଏପରି ଏକ ଖେଳନା ଯାହା ଖାଲି ଭାରତ ନୁହେଁ ବିଦେଶରେ ବି ସହଜରେ ମିଳିଯାଏ । ତେବେ ଆସନ୍ତୁ ଜାଣିବା ଏହି ଖେଳନା ସମ୍ପର୍କରେ କିଛି ତଥ୍ୟ ।
ବର୍ତ୍ତମାନ ଏହାକୁ ସର୍ବୋତ୍ତମ ବିକ୍ରୟ ଖେଳନା କୁହାଯାଉଛି । ଅନେକ ରିପୋର୍ଟରେ କୁହାଯାଇଛି ଯେ ଏହାର ନାମ ଦୁନିଆର ସର୍ବଶ୍ରେଷ୍ଠ ବିକ୍ରୟ ସାମଗ୍ରୀରେ ଅନ୍ତର୍ଭୁକ୍ତ । ଏହା ସହ ଆଇଫୋନର ନାମ ମଧ୍ୟ ଏହି ତାଲିକାରେ ରହିଛି । ଯାହାର ନାମ ଖେଳନାରେ ମଧ୍ୟ ସାମିଲ ଅଟେ । ଅନେକ ବିଦେଶୀ ୱେବସାଇଟରେ ଏହି କ୍ୟୁବ ବା କୁହାଯାଉଥିବା ପଜଲକୁ ସର୍ବୋତ୍ତମ ବିକ୍ରୟ ଦ୍ରବ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି ।
ରୁବିକ କ୍ୟୁବ କାହିଁକି ସ୍ୱତନ୍ତ୍ର ? ତେବେ କହିରଖୁଛୁ ଏଥିରେ ଏତେ ମସ୍ତିଷ୍କ ଖେଳ ଅଛି ଯେ ଏହାର ନିର୍ମାତା ମଧ୍ୟ ଏହାକୁ ସମାଧାନ କରିବା ପାଇଁ ବହୁତ ସମୟ ନେଇଥିଲେ । ଏହାର ନିର୍ମାତା ହେଉଛନ୍ତି ଏର୍ନୋ ରୁବିକ । ଏହା ସହ ଆଉ ଗୋଟେ କଥା ହେଉଛି, ଦୁନିଆର ସବୁଠୁ ମୂଲ୍ୟବାନ କ୍ୟୁବ ଆମେରିକୀୟ ଡଲାରରେ ୨.୫ ମିଲିୟନ ଅଟେ । ଏହା ସୁନା ଏବଂ ହୀରାରେ ତିଆରି ।
ଥରେ ଏକ ରୋବର୍ଟ ଏହି କ୍ୟୁବକୁ ଏକ ସେକେଣ୍ଡରେ ସମାଧାନ କରିଥିବା କୁହାଯାଏ । ଯାହା ଗିନିଜ ବୁକ ଅଫ ରେକର୍ଡରେ ରହିଛି । ପୂର୍ବରୁ ଏହାର ସମାଧାନ କରିବା ବହୁତ କଷ୍ଟସାଧ୍ୟ ଥିଲା । ବର୍ଷ ୧୯୮୧ରେ ଜଣେ ୧୩ବର୍ଷର ପିଲାଟିଏ ଖାଲି ଏହାର ସମାଧାନ କରିନାହିନ୍ତି ବରଂ ଏହାର ପ୍ରଥମ ଗାଇଡ ମଧ୍ୟ କରିଥିଲେ । ଯାହା ପରେ ଅନେକ ଏହାର ସମାଧାନ କରିବା ଶିଖିଲେ ।