୬୮ ବର୍ଷ ବୟସରେ ସାଇବେରିଆରେ ଏମିତି ଛୁଟି କାଟୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ଫଟୋ ହେଉଛି ଭାଇରାଲ

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଫିଟନେସ ଏବଂ ଛୁଟି କାଟିବାକୁ ନେଇ ଅନେକ ସମୟରେ ହେଡଲାଇନରେ ରହିଥାନ୍ତି । ବର୍ତ୍ତମାନ ଋଷରୁ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଠାରେ ୬୮ ବର୍ଷ ବୟସରେ ଭ୍ଲାଦିମିର ପୁଟିନ ସାଇବେରିଆରେ ଛୁଟି କାଟୁଛନ୍ତି ଏବଂ ଏହି ସମୟରେ ମାଛ ମଧ୍ୟ ଧରୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ଭ୍ଲାଦିମିର ପୁଟିନ ସାଇବେରିଆ ଗସ୍ତ କରିଥିଲେ ଯେଉଁଠାରେ ସେ ତାଙ୍କ ଅଫିସ୍ କାମରେ ଯାଇଥିଲେ।

ଏଥିପାଇଁ ସେ କିଛି ଦିନ ଛୁଟି ନେଇଥିଲେ । ଏଠାରେ ଭ୍ଲାଦିମିର ମାଛ ଧରିବାର ମଜା ଉଠାଇଛନ୍ତି । ରବିବାର ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଫଟୋ ଗୁଡ଼ିକ ପ୍ରକାଶ ପାଇଛି। ଏହା ସେତେବେଳର ଫଟୋ ଯେତେବେଳେ ଭ୍ଲାଦିମିର ପୁଟିନଙ୍କ ଆଖପାଖର ଲୋକମାନେ କରୋନାରେ ଅକ୍ରାନ୍ତ ହୋଇଥିଲେ ଏବଂ ତାଙ୍କୁ ତାଜିକିସ୍ତାନରେ ଏକ ସଭାରେ ଯୋଗଦେବାକୁ ବାତିଲ କରିବାକୁ ପଡିଥିଲା ।

ଏହା ପ୍ରଥମ ଘଟଣା ନୁହେଁ ଯେ ଭ୍ଲାଦିମିର ପୁଟିନଙ୍କ ଏପରି ଅନେକ ଫଟୋ ସାମ୍ନାକୁ ଆସିଛି । ଅତୀତରେ ପୁଟିନଙ୍କ ଘୋଡା ଚଢିବା, ବରଫ ପାଣିରେ ଗାଧୋଇବା ଏବଂ ଯୁଦ୍ଧ ବିମାନ ଉଡ଼ାଇବାର ଫଟୋ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଥିଲା । କ୍ରିମଲିନ୍ ଦ୍ୱାରା ପ୍ରକାଶିତ ଫଟୋ ଗୁଡ଼ିକ, ଭ୍ଲାଦିମିର ପୁଟିନ ମାଛ ଧରୁଛନ୍ତି , ଏହି ଫଟୋ ଉଠାଇବା ପାଇଁ ସେ ନଦୀ ମଧ୍ୟରେ ଛିଡା ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.