ଯୁଦ୍ଧ ଲଢ଼ିବାକୁ ରହିଗଲେ ବାପା, କାନ୍ଦି କାନ୍ଦି ଝିଅକୁ ଦେଲେ ବିଦାୟ; ଭାଇରାଲ ହେଉଛି ଭିଡ଼ିଓ

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ରୁଷର ସାମରିକ ଆକ୍ରମଣ ତୀବ୍ର ହୋଇଛି। ରୁଷ୍‌ ସେନା ୟୁକ୍ରେନ୍‌ ସହରରେ ସୈନ୍ଯମାନେ ଥିବା ସ୍ଥାନ ଗୁଡ଼ିକକୁ ଟାର୍ଗେଟ୍‌ କରିଛନ୍ତି। ଋଷ ମଧ୍ୟ ୟୁକ୍ରେନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିବାକୁ ଦାବି କରିଛି। ଫେବୃଆରୀ ୨୪, ଗୁରୁବାର ସକାଳେ ପ୍ରଥମ ଆକ୍ରମଣ ପରଠାରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଭିଡିଓ ଭାଇରାଲ ହୋଇଛି। ସେଥିରୁ ଆଉ ଗୋଟିଏ ଇମୋସନାଲ ଭିଡ଼ିଓ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ।

ଆମେ ସମସ୍ତେ ଜାଣୁ ଯେ ଯୁଦ୍ଧ ଏକ ବିନାଶକାରୀ ପ୍ରକ୍ରିୟା। ଯେଉଁଠାରେ କେବଳ ନିଜ ଲୋକମାନେ ଦୂରେଇ ଯାଆନ୍ତି। ଏହି ସମୟରେ ନିଜ ଓ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ଏକ କଷ୍ଟକର କାର୍ଯ୍ୟ। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଓ ଏହାପରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଆପଣ ଭିଡିଓରେ ଦେଖିପାରୁଥିବେ ଯେ ଜଣେ ବାପା ବସ୍‌ରେ ତାଙ୍କ ଝିଅକୁ ବିଦାୟ ଦେଉଛନ୍ତି। ଏହି ସମୟରେ ବାପା ଏବଂ ଝିଅଙ୍କ ଆଖିରୁ ଲୁହ ଝରି ଆସିଥିଲା ​। ଏହି ଭିଡିଓ ଟ୍ୱିଟରରେ @ ଲିଲ_ୱିଣ୍ଡ ନାମକ ଏକ ଆକାଉଣ୍ଟ ସହିତ ସେୟାର କରାଯାଇଛି। ଯାହା ତିନି ଲକ୍ଷରୁ ଅଧିକ ଭ୍ୟୁ ପାଇଛି।

ଭିଡିଓର କ୍ୟାପସନରେ ଲେଖା ହୋଇଛି ‘ଜଣେ ୟୁକ୍ରେନ ପିତା ତାଙ୍କ ପରିବାରକୁ ବିଦାୟ ଦେଉଛନ୍ତି, ଯେତେବେଳେ କି ସେ ନିଜେ ଋଷ ସହ ଲଢ଼ିବା ପାଇଁ ୟୁକ୍ରେନରେ ରହିବେ।’ ଭିଡିଓ ଦେଖିବା ପରେ ଅନେକ ଲୋକ ଭାବପ୍ରବଣ ମନ୍ତବ୍ୟ ଦେଇଥିଲେ। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଭଗବାନ ଏହି ପିତା ଓ ୟୁକ୍ରେନକୁ ସୁରକ୍ଷା ଦିଅନ୍ତୁ।’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଭଗବାନ ଏହି ବ୍ୟକ୍ତିଙ୍କୁ ଯଥାଶୀଘ୍ର ତାଙ୍କ ପରିବାର ସହିତ ପୁଣି ଭେଟ କରାଇ ଦିଅନ୍ତୁ।’ ତୃତୀୟ ୟୁଜର୍ସ ଲେଖିଛନ୍ତି, ‘ଏହା ପ୍ରକୃତରେ ହୃଦୟ ବିଦାରକ ଭିଡିଓ।’ ଏହିପରି ଅନେକ କମେଣ୍ଟ ଭିଡିଓରେ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.