ବୋମା ବିସ୍ଫୋରଣରେ ଥରିଉଠିଲା ଘର, ୟୁକ୍ରେନ୍‌ ମହିଳା କଲେ ଏମିତି କାମ: ସମସ୍ତେ କରୁଛନ୍ତି ପ୍ରଶଂସା

ରୁଷିଆ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟବାହିନୀ ଦ୍ୱାରା ଆକ୍ରମଣ ଏବଂ ବୋମାମାଡ଼ କରାଯାଉଥିବାରୁ ୟୁକ୍ରେନ ବର୍ତ୍ତମାନ ଏକ ତିକ୍ତ ପରିସ୍ଥିତିକୁ ନେଇ ମୁକାବିଲା କରୁଛି । ଗତ ସପ୍ତାହରେ ଗୁରୁବାର ଦିନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର କିଛି ଅଂଶରେ ସାମରିକ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ସଙ୍କଟ ମଧ୍ୟରେ ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯାହା ୟୁକ୍ରେନବାସୀଙ୍କ କଷ୍ଟକୁ ଦର୍ଶାଉଛି। ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୟୁକ୍ରେନ ମହିଳା ତାଙ୍କ କ୍ଷତିଗ୍ରସ୍ତ ଘରୁ ଆବର୍ଜନା ସଫା କରୁଥିବାବେଳେ ଦେଶର ଜାତୀୟ ସଂଗୀତ ଗାନ କରୁଥିବା ଦେଖିବାକୁ ମିଳିବ।

ରୁଷ ଏବଂ ୟୁକ୍ରେନ ବିରୋଧରେ ସଂଗ୍ରାମ ଜାରି ରହିଛି ଏବଂ ହଜାର ହଜାର ଲୋକ ଅନ୍ୟତ୍ର ଆଶ୍ରୟ ନେବାକୁ ନିଜ ଘର ଛାଡିଛନ୍ତି। ତଥାପି, କିଛି ଲୋକ ଏହି ବିବାଦରେ ଫସି ରହିଛନ୍ତି ଏବଂ ସେମାନେ ବଙ୍କର, ମେଟ୍ରୋ ଷ୍ଟେସନ ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଉଛନ୍ତି। ସଂକ୍ଷିପ୍ତ ଭିଡିଓରେ, ଅକ୍ସାନା ଗୁଲେଙ୍କୋ ନାମକ ଜଣେ ମହିଳା ତାଙ୍କ ବୋମା ବିସ୍ଫୋରଣ ଘରୁ କାଚ ଖଣ୍ଡ ସଫା କରୁଥିବାବେଳେ ଜାତୀୟ ସଂଗୀତ ଗାନ କରୁଥିବା ଦେଖିବାକୁ ମିଳିବ। କ୍ଷେପଣାସ୍ତ୍ର ଆକ୍ରମଣ ଦେଶର ରାଜଧାନୀ କ୍ୱିଭ୍‌ରେ ଥିବା ତାଙ୍କ ଆବାସିକ କୋଠାକୁ ନଷ୍ଟ କରିଦେଇଛି। ଅକ୍ସାନା ‘ଲଙ୍ଗ ଲିଭ ୟୁକ୍ରେନ’ କହି କାନ୍ଦୁଥିବା ଦେଖିବାକୁ ମିଳୁଛି। ତାଙ୍କର ସାହସକୁ ପ୍ରଶଂସା କରାଯାଇଛି।

ସେଠାରେ ଫସି ରହିଥିବା ଭାରତୀୟଙ୍କ ସମେତ ୟୁକ୍ରେନର ନାଗରିକମାନେ ସୋସିଆଲ ମିଡିଆରେ ନିଜର ଅସୁବିଧା ବାଣ୍ଟୁଛନ୍ତି। ଏପରି ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ୟୁକ୍ରେନ ମହିଳା ତାଙ୍କ କ୍ଷତିଗ୍ରସ୍ତ ଘରୁ ଆବର୍ଜନା ସଫା କରୁଥିବାବେଳେ କାନ୍ଦୁଥିବା ଏବଂ ଜାତୀୟ ସଂଗୀତ ଗାନ କରୁଥିବାର ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଭିଡିଓର କ୍ୟାପସନରେ ଲେଖାଥିଲା, ‘କ୍ୱିଭ୍‌ର ଜଣେ ମହିଳା ତାଙ୍କ ବୋମା ବିସ୍ଫୋରଣରେ ଭଙ୍ଗା କାଚର ଖଣ୍ଡଗୁଡ଼ିକୁ ସଫା କରି ୟୁକ୍ରେନର ଜାତୀୟ ସଙ୍ଗୀତ ଗାନ କରୁଛନ୍ତି।’