କେବଳ ବର୍ଗର ଖାଇବାକୁ ୨ ଲକ୍ଷ ଟଙ୍କା ଦେଇ ବୁକ୍‌ କଲେ ହେଲିକପ୍ଟର, ତାପରେ କ’ଣ ହେଲା ପଢ଼ନ୍ତୁ ଏହି ରିପୋର୍ଟ

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆସିଥାଏ । ନିଜର ଏକ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ଜଣେ ଧନୀ ଲୋକ କରିଥିବା ଏପରି କିଛି କାମ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଘଟଣାଟି ଥିଲା ଏପରି । ଜଣେ ବ୍ୟକ୍ତିଙ୍କୁ ବର୍ଗର ଖାଇବା ପାଇଁ ଇଚ୍ଛା ହେଲା | କିନ୍ତୁ ସେହି ସମୟରେ ଆଖପାଖର କୌଣସି ଦୋକାନ କିମ୍ବା ରେଷ୍ଟରାଣ୍ଟ୍‌ ତାଙ୍କର ପସନ୍ଦ ଆସିନଥିଲା । ତେଣୁ ସେ ସେହି ସ୍ଥାନ ଠାରୁ ପ୍ରାୟ ୩୬୪ କିମି ଦୂରରେ ଅବସ୍ଥିତ ମ୍ୟାକଡୋନାଲ୍ଡ ରେଷ୍ଟରାଣ୍ଟ ଯିବାକୁ ସ୍ଥିର କଲେ । କିନ୍ତୁ ତତ୍‌କ୍ଷଣାତ୍‌ ପହଞ୍ଚିବା ନେଇ କୌଣସି ସୁବିଧା ନ ଥିବାରୁ ବାଧ୍ୟ ହୋଇ ୨ ଲକ୍ଷ ଟଙ୍କା ଦେଇ ଏକ ହେଲିକପ୍ଟର ବୁକ୍‌ କଲେ ।

berger

ବର୍ଗର ଖାଇବା ଇଚ୍ଛାକୁ ପୁରଣ କରିବା ପାଇଁ ୨ ଲକ୍ଷ ଟଙ୍କା ବ୍ୟୟରେ ହେଲିକପ୍ଟର ବୁକ କରିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୁଷର ବିକଟର ମାର୍ଟିନୋଵ । ତାଙ୍କର ଏକ ବେସରକାରୀ ବିମାନ ଚଳାଚଳ ବ୍ୟବସାୟ ରହିଛି । ପ୍ରକୃତରେ ୩୩  ବର୍ଷୀୟ ଵିକଟର କ୍ରିମିୟା ସହର ଠାରୁ ୩୬୨ କିମି ଦୂର କ୍ରିମିୟା ଠାରେ ଛୁଟି କାଟୁଥିଲେ । ଆଉ ଏହି ସମୟରେ ତାଙ୍କୁ ମ୍ୟାକଡୋନାଲ୍ଡ ବର୍ଗର ଖାଇବାକୁ ବହୁତ ଇଚ୍ଛା ହେଲା । ନିଜ ଇଚ୍ଛାକୁ କାବୁ ନ କରିପାରି ହେଲିକପ୍ଟର ଯୋଗେ କ୍ରସନୋଡର ଯିବା ପାଇଁ ସ୍ଥିର କରିଥିଲେ । ଆଉ ଏଥିପାଇଁ କୋଟିପତି ଵିକଟର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଛେଇ ନଥିଲେ । ପରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ସାଥିରେ ନେଇ ହେଲିକପ୍ଟର ଯୋଗେ ବର୍ଗର ଖାଇବା ପାଇଁ ପହଂଚିଥିଲେ ।

ଆଉ ରେଷ୍ଟରାଣ୍ଟ ରେ ପହଂଚି ବିଗ ମ୍ୟାକ, ଫ୍ରେଞ୍ଚ ଫ୍ରୀଇଜ, ମିଲକ ସେକ ଆଦି ଅର୍ଡର କରି ଖାଇଥିଲେ । ଆଉ ଖାଇ ସାରିବା ପରେ ସେମାନଙ୍କ ବିଲ ପାଖାପାଖି ୪୫୮୯ ଟଙ୍କା ହୋଇଥିଲା । ଅନ୍ୟପକ୍ଷରେ ଭଡାରେ ହେଲିକପ୍ଟର ଦେଇଥିବା କମ୍ପାନୀ କହିବା ଅନୁଯାୟୀ, ଏମିତି ଘଟଣା ପୂର୍ବରୁ କେବେ ବି ଘଟି ନଥିଲା । କେବଳ ବର୍ଗର ଖାଇବା ପାଇଁ କେହି ବି ହୁଏତ ହେଲିକପ୍ଟର ବୁକିଂ କରିନଥିବେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.