ଦୃଢ ଇଛା ଶକ୍ତି ଆଗରେ ହାର୍ ମାନିଲା ଦାରିଦ୍ର୍ୟ : ବିଦେଶରେ ପଢିବା ପାଇଁ ଅଟୋ ଡ୍ରାଇଭରଙ୍କ ଝିଅ ପାଇଲେ ସ୍କଲାରସିପ୍

ଆପଣ ଗରୀବ ହୁଅନ୍ତୁ ବା ଧନୀ । ସଫଳତା ଆପଣଙ୍କ ପାଦ ସେଯାଏଁ ଛୁଇଁବନି ଯେପର୍ୟ୍ୟନ୍ତ ଆପଣ ସେହି ଯୋଗ୍ୟ ହୋଇନାହାଁନ୍ତି । ଆଜିର ଏହି କାହାଣୀ ହେଉଛି ପୁଣେର ବର୍ଷୀୟ ଋତୁଜା ଭୋଇଟଙ୍କ । ଯିଏ ନିଜ କଠିନ ପରିଶ୍ରମ ଯୋଗୁଁ ବିଦେଶରେ ପଢିବା ସ୍କଲାରସିପ୍ ହାସଲ କରିଛନ୍ତି । ଋତୁଜାଙ୍କୁ ଥାଇଲାଣ୍ଡର ୟୁନାଇଟେଡ୍ ୱର୍ଲ୍ଡ କଲେଜରେ ଆଡମିଶନ୍ ମିଳିଛି । ଯେଉଁଠାରେ ତାଙ୍କର ପଢିବା ପାଇଁ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ ହେବ ନାହିଁ ।

ସବୁଠାରୁ ବଡ କଥା ହେଉଛି ଋତୁଜାଙ୍କ ବାପା ଜଣେ ଅଟୋ ଡ୍ରାଇଭର୍ । ଘରର ଆର୍ଥିକ ସ୍ଥିତି ମଧ୍ୟ ଭଲ ନୁହେଁ । ପରିବାରର ରୋଜଗାର ମାତ୍ର ୧୦ ହଜାର ଟଙ୍କା । ଋତୁଜା ସବୁବେଳେ ନିଜ ପାଠ ପଢାରେ ଫୋକସ୍ କରନ୍ତି । ଏପରିକି ଘରର ଆର୍ଥିକ ସ୍ଥିତିକୁ କେବେ ବି ନିଜ ପଢାରେ ବାଧା ସୃଷ୍ଟି କରିବାକୁ ଦେଇନାହାଁନ୍ତି ଋତୁଜା ।

ଋତୁଜାଙ୍କ ଜୀବନ ସେତେବେଳେ ବଦଳିଯାଇଥିଲା ଯେତେବେଳେ ସେ ୨୦୧୩ରେ ଟିଚ୍ ଫର୍ ଇଣ୍ଡିଆରେ ଭାଗ ନେଇଥିଲେ । ତାଙ୍କୁ ବ୍ରଡୱେ ଷ୍ଟାଇଲ୍ ସଙ୍ଗୀତ ମାୟାର ନାୟକ ରୂପରେ ବଛା ଯାଇଥିଲା । ଯେଉଁଥିରେ ପୁଣେର ଅନ୍ୟ ସ୍କୁଲରୁ ମଧ୍ୟ ୩୦ ଜଣ ପିଲା ଭାଗ ନେଉଥିଲେ । ସେହି ସମୟରେ ଲ୍ୟୁକୋଡର୍ମା ନାମକ ଏକ ରୋଗରେ ପୀଡିତ ଥିଲେ ଋତୁଜା । କିନ୍ତୁ ଏଠାକୁ ଆସିବା ପରେ ତାଙ୍କ ଭିତରେ ବହୁତ କିଛି ବଦଳିଗଲା । ଏହା ସହ ମନୋବଳ ମଧ୍ୟ ଦୃଢ ହୋଇଥିଲା ।

କେମିତି ମିଳିଲା ସ୍କଲାରସିପ୍ 

ଋତୁଜାଙ୍କ କହିବା ଅନୁଯାୟୀ ଟିଚ୍ ଫର୍ ଇଣ୍ଡିଆରେ ଟ୍ରେନିଙ୍ଗ୍ ନେବା ସମୟରେ ଜଣେ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ । ଯିଏ ତାଙ୍କୁ ପ୍ରେରଣା ଦେଇଥିଲେ । ଏହା ପରେ ଋତୁଜା ବିଭିନ୍ନ ପ୍ରକାର ପରୀକ୍ଷା ଦେଇ ଟଡଉ ରେ ନିଜ ସ୍ଥାନ ପକା କରିଦେଲେ । ଏହି କଲେଜରେ ଦୁଇ ବର୍ଷ ସେ ବାୟୋଲୋଜି , ଗଣିତ ଏବଂ ଫ୍ରେଞ୍ଚ ପଢିବେ । ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲିଟିଯାଇଛନ୍ତି ଋତୁଜା ।

Leave A Reply

Your email address will not be published.