ସ୍ପେଶାଲ

ଘନ କୁହୁଡିରେ ଗାଡି କିମ୍ବା ବାଇକ ଚଲାଇବାକୁ ଅସୁବିଧା ହେଉଛି କି, ତେବେ ଏହି ଉପାୟରେ ସହଜରେ କରନ୍ତୁ ଡ୍ରାଇଭ୍‌

ଥଣ୍ଡା ଦିନ ଆସିଗଲାଣି ଆଉ ଏହି ଦିନ ସବୁଠୁ ଅଧିକ ସମସ୍ୟା ହୋଇଥାଏ ଗାଡି ଚଲାଇବା ସମୟରେ। କାହିଁକିନା ଏହାର କାରଣ ହେଉଛି କୁହୁଡି। ସକାଳୁ ସକାଳୁ ଯେତେବେଳେ ଆପଣ କାର କିମ୍ବା ବାଇକ ନେଇ ଯାତ୍ରା କରନ୍ତି ସେତେବେଳେ ସାମ୍ନାରେ କିଏ ଯାଉଛି କିମ୍ବା ପଛରୁ କିଏ ଆସୁଛି ତାହା ଜଣାପଡିନଥାଏ। ଏଥିପାଇଁ ଆପଣଙ୍କୁ ଧୀରେ ଧୀରେ ଗାଡି ଚଲାଇବାକୁ ପଡିଥାଏ। କିନ୍ତୁ ଏହି କାରଣରୁ ଶହ ଶହ ଦୁର୍ଘଟଣା ପ୍ରତି ବର୍ଷ ହୋଇଥାଏ ଏବଂ ଅନେକ ଲୋକ ଏହି କାରଣରୁ ନିଜ ଜୀବନ ମଧ୍ୟ ହରାଇଦେଉଛନ୍ତି। ବେଳେବେଳେ ତ ଘନ କୁହୁଡି ହେବା କାରଣରୁ କାର କିମ୍ବା ବାଇକକୁ ଅଟକାଇବାକୁ ବି ପଡିଯାଏ। କିନ୍ତୁ ଏମିତିରେ ଗାଡି ରାସ୍ତାରେ ଛିଡା କରିବା ଅଧିକ ବିପଦପୂର୍ଣ୍ଣ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ୫ଟି ଏମିତି ବଢ଼ିଆ ଉପାୟ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ଘନ କୁହୁଡିରେ ବି ସୁରକ୍ଷିତ ଭାବେ ଯାତ୍ରା କରିପାରିବେ।

ଗତି ଧିର କରନ୍ତୁ

ଘନ କୁହୁଡିରେ ଦୃତ ଗତିରେ ଗାଡି ଚଲାଇବା ବହୁତ ଖତରନାକ ସାବ୍ୟସ୍ତ ହୋଇପାରେ। କୌଣସି ବି ବ୍ୟକ୍ତି, ଗାଡି, ଜୀବଜନ୍ତୁ କିମ୍ବା ଅନ୍ୟ କୌଣସି ଜିନିଷ ଅଚାନକ ସାମ୍ନାକୁ ଆସିଗଳେ ଆପଣଙ୍କୁ ହଠାତ୍‌ ବ୍ରେକ୍‌ ମାରିବାକୁ ପଡିଥାଏ। ହଠାତ୍‌ ବ୍ରେକ ମାରିବା କାରଣରୁ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ବହୁତ ବଢ଼ିଯାଏ। ତେଣୁ ଭଲ ହେବ କୁକୁଡି ସମୟରେ ଆପଣ ଗାଡିର ଗତିକୁ ଧିର କରି ଚଲାଇବେ।

ହେଡଲାଇଟ୍‌ ଜଳାଇ ଡିପରରେ ରଖନ୍ତୁ

ସାମ୍ନା ପଟ ଭଲଭାବେ ନଦେଖାହେଲେ ହେଡଲାଇଟ୍‌ ଚାଲୁ କରି ରଖିଦିଅନ୍ତୁ। ଧ୍ୟାନ ରଖିବେ ଯେପରି ଏହାକୁ ଲୋ ବୀମରେ ଚଲାଇବାକୁ ହେବ। ସାଧାରଣତଃ ଆପଣ ହାଇବିମ୍‌ କିମ୍ବା ଅପର ବ୍ୟବହାର କରନ୍ତି, ଯାହା ଦ୍ୱାରା ପାରଦ ପ୍ରଭାବିତ ହୋଇଥାଏ। କାହିଁକିନା ହାଇବୀମରେ ଲାଇଟ୍‌ ଝାପସା ପଡିଥାଏ ଏବଂ କୁହୁଡିକୁ ଅଧିକ ମଜବୁତ୍‌ କରିଦେଇଥାଏ। ତେଣୁ ଆପଣ ମଦେ ରଖନ୍ତୁ କୁହୁଡି ସମୟରେ ଯାତ୍ରା କଲାବେଳେ ଆପଣଙ୍କୁ ସବୁବେଳେ ଲୋ-ବୀମରେ ଲାଇଟ ରଖି ଚଲାଇବାକୁ ହେବ।

ଫଗ୍‌ ଲାଇଟ୍ସର ବ୍ୟବହାର କରନ୍ତୁ

ଯଦି ଆପଣଙ୍କ କାରର ସାମ୍ନା ଭାଗରେ ଫଗଲାଇଟ ଲାଗିଛି ତାହେଲେ ଗାଡି ଚଲାଇବା ଆପଣଙ୍କ ପାଇଁ ବହୁତ ମାତ୍ରାରେ ସହଜ ହୋଇଯାଇଥାଏ। ଏହା ସାହାଯ୍ୟରେ ବି କୁହୁଡି ଏବଂ ଝାପସା ରାସ୍ତାରେ ବି ଭଲ ଦେଖାଯାଇଥାଏ। ଏହାଦ୍ୱାରା ଆପଣ ଆଗରେ ଯାଉଥିବା ଗାଡି କିମ୍ବା ଅନ୍ୟ ଯେକୌଣସି ଜିନିଷକୁ ବି ଅତି ସହଜରେ ଜାଣିପାରିବେ।

ରାସ୍ତାର ଧଳା ଗାରକୁ ଅନୁଧ୍ୟାନ କରନ୍ତୁ

ରାସ୍ତା ଉପରେ ଥିବା ଧଳା ଗାରର ସାହାରା ନେଇ ଆପଣ ଘନ କୁହୁଡିରେ ବି ଗାଡି ଚଲାଇପାରିବେ। କିନ୍ତୁ ମନେ ରଖନ୍ତୁ ଆପଣଙ୍କୁ ରାସ୍ତା ମଝିରେ ଥିବା ଗାରକୁ ଅନୁଧ୍ୟାନ କରିବା ଅନୁଚିତ। ଏହାଦ୍ୱାରା ଆପଣଙ୍କ ଗାଡି ରାସ୍ତା ମଝିକୁ ବି ଆସିଯାଇପାରେ ଏବଂ ଆପଣଙ୍କ ପାଇଁ ବିପଦ ବି ସାଜିପାରେ। ଏଥିପାଇଁ ଆପଣ ସବୁବେଳେ ରାସ୍ତାର ବାମ ପଟେ ଥିବା ଧଳା ଗାରକୁ ଫଲୋ କରିବା ଉଚିତ। ଏହାଦ୍ୱାରା ଆପଣ ଠିକ୍‌ ରାସ୍ତାରେ ଯାଇପାରିବେ ଏବଂ ଦୁର୍ଘଟଣାରୁ ରକ୍ଷା ପାଇପାରିବେ।

ରାସ୍ତା ଉପରେ ଗାଡି ଛିଡା କରନ୍ତୁ ନାହିଁ

କୁହୁଡି ପାଇଁ ବିରକ୍ତ ହୋଇ ଆପଣ ରାସ୍ତା ମଝିରେ ଗାଡିକୁ ଛିଡା କରନ୍ତୁନାହିଁ। ଗାଡିକୁ ଛିଡା କରିବା ଅର୍ଥ ହେଉଛି ଦୁର୍ଘଟଣା ନିମନ୍ତ୍ରଣ କରିବା, କାହିଁକିନା ଏହା ଦୁର୍ଘଟଣାର ସବୁଠୁ ବଡ କାରଣ। ପଛରୁ ଆସୁଥିବା ଗାଡିକୁ ରାସ୍ତାରେ ଛିଡା ହୋଇଥିବା ଗାଡି ଦେଖିପାରେ ନାହିଁ ଏବଂ ବ୍ରେକ୍‌ ମାରିବା ପୂର୍ବରୁ ଧକ୍କା ଦେଇଥାଏ। ତେଣୁ ଆପଣଙ୍କ ପାଇଁ ଭଲ ହେବ କୁହୁଡିରେ ଯଦି ଆପଣ ଆଗକୁ ରାସ୍ତା କରିବାରେ ଅସମର୍ଥ ତାହେଲେ ବାହନକୁ ରାସ୍ତା ତଳକୁ ଓହ୍ଲାଇ ସୁରକ୍ଷିତ ସ୍ଥାନରେ ଛିଡା କରିଦିଅନ୍ତୁ।

Pritiparna

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

10 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

19 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

27 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

44 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

59 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago