ପୁଣି ଏକ ଚମତ୍କାର ! ଗଛ ଗଣ୍ଡିରେ ନଜର ଆସିଲେ ଶିରିଡ଼ି ସାଇବାବା

ଏହି ପୃଥିବୀରେ ଶିରିଡି ସାଇବାବାଙ୍କ କୃପା ଅନେକ । ବାବାଙ୍କର ଅଲୌକିକ ଶକ୍ତି ପାଇଁ ସେ ନିଜ ଭକ୍ତଙ୍କ ପାଖରେ ବହୁତ ପ୍ରିୟ । କୁହାଯାଏ ଯେ ବାବାଙ୍କୁ ଯିଏ ଅରାଧନା କରି ଯାହା ମନାସି ଥାଏ ବାବା ତାଙ୍କର ଭକ୍ତଙ୍କୁ ତାହା ଦେଇଥାନ୍ତି। କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବାବାଙ୍କର ଅନେକ ଭକ୍ତ ରହିଛନ୍ତି । ସାଇବାବାଙ୍କୁ ଶୁଦ୍ଧ ଚିତ୍ତରେ ଆରାଧନା କଲେ ସେ ନିଶ୍ଚିନ୍ତ ମନସ୍କାମନା ପୂରଣ କରିଥାନ୍ତି । ଅନେକ ସମୟରେ ବାବାଙ୍କର ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ ।
ନିକଟରେ ବାବାଙ୍କ ଚମତ୍କାରିତାର ଅନ୍ୟ ଏକ ନଜାରା ଦେଖିବାକୁ ମିଳିଛି ଯାହା ଆପଣଙ୍କୁ କରିଦେବ ହତଚକିତ । ଅମ୍ବାଲା କ୍ୟାଣ୍ଟନମେଣ୍ଟ ବୋର୍ଡ ୱାର୍ଡ ନମ୍ବର ୫ର ରେଲୱେ କଲୋନୀରେ ଥିବା ଏକ ପୁରୁଣା ଜଙ୍ଗଲରେ ବାବାଙ୍କ ଏମିତି ଏକ ଅଦ୍ଭୁତପୂର୍ଣ୍ଣ ଚମତ୍କାର ଦେଖିବାକୁ ମିଳିଛି, ଯାହା ଆପଣ ଆଖିରେ ନ ଦେଖିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ । କିନ୍ତୁ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସାଇ ବାବା ସ୍ବୟଂ ଏକ ଗଛ ଗଣ୍ଡିରେ ଦୃଶ୍ୟମାନ ହୋଇଛନ୍ତି । ସେହି ଗଛ ଗଣ୍ଡିରେ ସାଇ ବାବାଙ୍କ ଅବିକଳ ଚେହେରା ଦେଖିବାକୁ ମିଳିଛି ।
ଏହି ଘଟଣା ପ୍ରଥମେ ଜଙ୍ଗଲରେ ଦୁଇ ଯୁବକ ଦେଖିଲା ପରେ ତୁରନ୍ତ ଯାଇ ନିଜ ପରିବାରକୁ କହିଥିଲେ । ଏହା ପରେ ଗ୍ରାମବାସୀ ଆସି ବୃକ୍ଷରେ ବାବାଙ୍କ ଛବି ଦେଖିଥିଲେ। ଗଛର ଗଣ୍ଡିରେ ବାବାଙ୍କର ଏହି ଛବିକୁ ଦେଖିବାକୁ ଲୋକମାନଙ୍କର ପ୍ରବଳ ଭିଡ ଜମିଥିଲା। ଭକ୍ତମାନେ ଭକ୍ତି ଭରା ନୟନରେ ବାବାଙ୍କୁ ପ୍ରଣାମ କରିବା ସହ ଅତ୍ୟନ୍ତ ଭାବବିହ୍ୱଳ ହୋଇ ବାବାଙ୍କର ଛବିକୁ ସାଉଁଟି ପକାଇବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା ।
ସମସ୍ତେ ଆଃ ହାଃ କି ଅଲୌକିକ ଦୃଶ୍ୟ ବୋଲି କହି ସାଇ ରାମ ସାଇ ରାମ ବୋଲି ଜପି ଚାଲିଥିଲେ । ଖାଲି ଏତିକି ନୁହେଁ, ଭକ୍ତମାନେ ଗଛ ଗଣ୍ଡିକୁ ଫୁଲ ଦେଇ ପୂଜା ମଧ୍ୟ କରୁଛନ୍ତି । ବାବାଙ୍କର ଏହି ଅଲୌକିକ ଆବିର୍ଭାବ ହେବାର ଦୃଶ୍ୟ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।