ଏହି ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ସାଧୁଙ୍କ ମୃତଦେହ, ଜାଣନ୍ତୁ ମୃତ୍ୟୁ ପୂର୍ବରୁ କିପରି ଶରୀରରୁ ଅଲଗା କରିଥିଲେ ନିଜ ଅଙ୍ଗ

ଭାରତ ଏପରି ଏକ ଦେଶ, ଯେଉଁଠାରେ ବିଭିନ୍ନ ଧର୍ମର ଲୋକ ରୁହନ୍ତି। ଆଉ ଆମେ ଦେଶରେ ଧର୍ମୀୟ ଭାବନାକୁ ନେଇ ଲୋକଙ୍କ ମନରେ ଅନେକ ବିଶ୍ବାସ ରହିଛି । ଭାରତରେ ଲକ୍ଷଲକ୍ଷ ସଂଖ୍ୟାରେ ଚର୍ଚ୍ଚ ରହିଛି । ଗୋଟେ ଚର୍ଚ୍ଚ ଅନ୍ୟ ଠାରୁ ସଂପୂର୍ଣ୍ଣ ଅଲଗା। କିନ୍ତୁ ପୁରୁଣା ଗୋଆରେ ରହିଛି ଏମିତି ଏକ ଚର୍ଚ୍ଚ(Old Goa Church) ଯାହା ଭାରତରେ ରହିଥିବା ଅନ୍ୟ କେତକ ଚର୍ଚ୍ଚଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ।

ଏହି ଚର୍ଚ୍ଚ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ଖ୍ରୀଷ୍ଟିଆନ ସାଧୁଙ୍କ ମୃତଦେହକୁ ଏହି ଚର୍ଚ୍ଚରେ ୪୫୦ ବର୍ଷ ଧରି ରଖାଯାଇଛି । ବିଶ୍ବାସ କରାଯାଏ ଯେ ଏହି ମୃତ ଶରୀରରେ ଅନେକ ଦୈବୀଶକ୍ତି ଅଛି ଏବଂ ଆଜି ମଧ୍ୟ ଏଥିରୁ ରକ୍ତ ବାହାରିଥାଏ । ପୁରୁଣା ଗୋଆରେ ଥିବା ବାସିଲିକା ଅଫ ବମ ଜେସସ ଚର୍ଚ୍ଚକୁ ସବୁ ଧର୍ମର ଲୋକ ଆସନ୍ତି । ପ୍ରତିବର୍ଷ ଫେବୁଆରୀ ୬ ରୁ ୯ ପର୍ଯ୍ୟନ୍ତ ଗୋଆରେ ହେଉଥିବା କାର୍ନିଭାଲରେ ଏହି ଚର୍ଚ୍ଚକୁ ହଜାର ହଜାରେ ସଂଖ୍ୟାରେ ଲୋକ ଆସନ୍ତି । ଏହି ଚର୍ଚ୍ଚରେ ୪୫୦ ବର୍ଷହେବ ଫ୍ରାନ୍ସିସ ଜାଭିଅର ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ରଖାଯାଇଛି । କୁହାଯାଉଛି ଫ୍ରାନସିସ ଜାଭିଅରଙ୍କ ମୃତଦେହରେ ଆଜି ବି ଦିବ୍ୟଶକ୍ତି ରହିଛି । ଯେଉଁ କାରଣରୁ ଏହି ମୃତଦେହ ଖରାପ ହେଉନାହିଁ । ପ୍ରତି ୧୦ ବର୍ଷରେ ଥରେ ଏହି ମୃତଦେହକୁ ସର୍ବସାଧାରଣ ଦର୍ଶନ ପାଇଁ ରଖାଯାଏ ।

church 1

ଫ୍ରାନସିସ ଜାଭିଅରଙ୍କ ଜନ୍ମ ୭ ଅପ୍ରିଲ ୧୫୦୬ରେ ସ୍ପେନରେ ହୋଇଥିଲା । ସେ ପେଶାରେ ଜଣେ ସିପାହୀ ଥିଲେ । ସେ ଇଗ୍ନାଟିୟସ ଲୋୟୋଲାଙ୍କ ଛାତ୍ର ଥିଲେ । ଇଗନାଟିୟସ୍ ଲୟୋଲା ଯୀଶୁଙ୍କ ଆଦେଶର ପ୍ରତିଷ୍ଠାତା ଥିଲେ । ଯେତେବେଳେ ପର୍ତ୍ତୁଗୀଜ୍ମାନେ ଗୋଆ ଉପରେ ଶାସନ କରୁଥିଲେ । ରାଜା ଜନ୍ ତୃତୀୟ ଏବଂ ତତ୍କାଳୀନ ପୋପ୍ ଗୋଆରେ ଧର୍ମ ପ୍ରଚାର କରିବା ପାଇଁ ଭାରତକୁ ଜେସୁଟ୍ ମିଶନାରୀ ଭାବରେ ଫ୍ରାନ୍ସିସ୍ ଜାଭିୟରଙ୍କୁ ପଠାଇଥିଲେ । ପରେ ଫ୍ରାନ୍ସିସ୍ ଜାଭିଅର୍ ଜଣେ ସାଧୁ ହୋଇଯାଇଥିଲେ ।

କେବଳ ଭାରତରେ ନୁହେଁ ବରଂ ଚୀନ ଏବଂ ଜାପାନ ସମେତ ଆଖ ପାଖ ଦେଶରେ ଫ୍ରାନସିସ ଜାଭିୟର ଲୋକଙ୍କୁ ଇସାଇ ଧର୍ମର ଦିକ୍ଷା ଦେଇଥିଲେ । ଚୀନ ଯାତ୍ରା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ତାଙ୍କ ମୃତ୍ୟୁର ଶେଷ ଦିନରେ କହିଥିଲେ ମୋତେ ଗୋଆରେ ହିଁ କଫିନ ଦେବ । ଏହା ପରେ ତାଙ୍କ ଶିଷ୍ୟମାନେ ତାଙ୍କ ମୃତଦେହକୁ ଗୋଆ ପଠାଇ ଦେଇଥିଲେ ।

dead

ସେଣ୍ଟ ଫ୍ରାନ୍ସିସ୍ ଜାଭିୟରଙ୍କ ଶରୀର ଏବେ ବି ସମାନ ସ୍ଥିତିରେ ଅଛି । ଜଣେ ମହିଳା ଦାବି କରିଛନ୍ତି ଯେ ସେ ଥରେ ସେଣ୍ଟ ଜାଭିୟରଙ୍କ ପାଦରେ ଗୋଟିଏ ଛୁଞ୍ଚି ବିଦ୍ଧ କରିଥିଲେ । ଆଉ ତା’ପରଠାରୁ ସେଠାରୁ ରକ୍ତ ବାହାରିବାକୁ ଲାଗିଲା । କେବଳ ଏତିକି ନୁହେଁ, ଲୋକମାନେ କୁହନ୍ତି ଯେ ତାଙ୍କ ମୃତ୍ୟୁ ପୂର୍ବରୁ ସେଣ୍ଟ ଜାଭିଅର୍ ତାଙ୍କ ଶକ୍ତି ଦ୍ୱାରା ତାଙ୍କ ଶରୀରରୁ ଗୋଟିଏ ହାତ ଅଲଗା କରିଥିଲେ । ଏହି ହାତ ଏହି ଚର୍ଚ୍ଚରେ ଏବେ ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.