ଶ୍ରାବଣ ମାସରେ ବିଶାଳ ଶିବଲିଙ୍ଗ ଆଗରେ ଶିବ ତାଣ୍ଡବ ସ୍ତୋତ୍ର, ଭାଇରଲ ହେଉଛି ଭିଡିଓ

ଭଗବାନ ଶିବଙ୍କୁ ସମର୍ପିତ ଶ୍ରାବଣ ମାସ। ଭାରତ ବର୍ଷ ଇଶ୍ୱରଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକତାରେ ଭରପୂର। ଏଠାରେ ଭକ୍ତ ପାଇଁ ମନ୍ଦିର ଭରି ରହିଛି। ଯେଉଁଠି କିଛି ନା କିଛି ବିଶେଷତ୍ୱ ରହିଛି। ଏମିତି ଏକ ମନ୍ଦିର ହେଉଛି, ମଧ୍ୟପ୍ରଦେଶର ଭୋଜପୁରର ଥିବା ଭୋଜେଶ୍ୱର ଶିବ ମନ୍ଦିର । ଏଠାରେ ଥିବା ବିଶାଳ ଶିବଲିଙ୍ଗଙ୍କ ଦର୍ଶନ କରିବା ପାଇଁ ଅନେକ ଅନେକ ଦୂରରୁ ଛୁଟି ଆସନ୍ତି ଭକ୍ତ। ବର୍ତ୍ତମାନ ଏଠାକାର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡ଼ିଓରେ ମହାକାଳଙ୍କ ସାମ୍ନାରେ ଜଣେ ବଡ଼ ଭକ୍ତ ଶିବତାଣ୍ଡବ ସ୍ତୋତ୍ର ପାଠ କାଳୀପୁତ୍ର କାଳୀଚରଣ କରୁଥିବା ନଜର ଆସୁଛନ୍ତି । ଭିଡ଼ିଓଟିକୁ ପ୍ରସିଦ୍ଧ ପୁସ୍ତକ “ଦ ଇମମୋରଟାଲ୍ ଅଫ୍ ମେଲୁହା” ର ଲେଖକ ଅମିଶ୍ ତ୍ରିପାଠୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର୍ କରିବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା ।

ଏହି ଭିଡିଓଟିରେ ସ୍ତୋତ୍ରକୁ ଗାନ କରୁଥିବା ସମୟରେ ମହାରାଜ କୌଣସି ବାଦ୍ୟଯନ୍ତ୍ରର ବ୍ୟବହାର କରିନାହାନ୍ତି । ଭିଡିଓଟି ଭାଇରଲ ହେଲା ପରେ ସମସ୍ତ ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛି। ଶିବ ମନ୍ଦିରରେ ଏହାର ସୁଟ ହୋଇଥିବାର ଜଣା ପଡିଛି । ଏହି ସ୍ତୋତ୍ରଟି ଧୀରେ ଧୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ ହୋଇଥିଲା । ଅନେକ ଲୋକ ଏହାକୁ ନିଜ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ସେୟାର ମଧ୍ୟ କରୁଛନ୍ତି । ବଲିଉଡ ଅଭିନେତା ଅନୁପମ ଖେର ମଧ୍ୟ ଶିବ ତାଣ୍ଡବର ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.