ଅମ୍ବାନୀ ହାଉସରେ କାମ କରୁଥିବା ଲୋକଙ୍କ ଦରମା ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ!

ଭାରତର ସବୁଠାରୁ ଧନୀ ଅମ୍ବାନୀ ପରିବାର ସବୁବେଳେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ। ଦକ୍ଷିଣ ମୁମ୍ବାଇରେ ବାସ କରୁଥିବା ମୁକେଶ ଅମ୍ବାନୀ ସବୁଠାରୁ ଦାମୀ ହାଉସ “ଏଣ୍ଟିଲୟା”ର ମାଲିକ। ଏହି ଘରର ଦାମ ମିଲିୟନ ଡଲାରଠୁ ବି ଅଧିକ। ଏହି ଘରେ ୨୭ ଟି ମହଲା ରହିଛି। ଏତେ ବଡ଼ ଘରର ଯତ୍ନ ନେବାକୁ ମଧ୍ୟ ସେହି ପରିମାଣରେ ଲୋକ ରହିଛନ୍ତି। ସୂଚନାଯୋଗ୍ୟ ଯେ ଅମ୍ବାନୀ ପରିବାର ଦେଖାଶୁଣା କରିବାକୁ ପ୍ରାୟ ୬୦୦ ଜଣ ଲୋକ ରହିଛନ୍ତି। ଆସନ୍ତୁ ଜାଣିବା ଅମ୍ବାନୀ ହାଉସରେ କାମ କରୁଥିବା ଲୋକଙ୍କୁ କିପରି ଚୟନ କରାଯାଏ ଓ ସେମାନଙ୍କ ଦରମା କେତେ…

ଏଣ୍ଟିଲିୟା ହାଉସ:

5 Most Expensive Homes Of Indian Business Families | BusinessInsider

  • ଏହି ବଙ୍ଗଳା ୨୭ ତାଲା ବିଶିଷ୍ଟ।
  • କେବଳ ଘରର ଯତ୍ନ ନେବାରେ ମାସକୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।
  • ଆରପିଏଫ ସିକ୍ୟୁରିଟିରେ ରହିଛି ଏଣ୍ଟିଲିୟା।
  • ୧୫୦ ଟି କାର ପାର୍କିଂ ପାଇଁ ୭ ତାଲା ଗ୍ୟାରେଜ ରହିଛି।
  • ଗୋଟିଏ ହୋମ ଥିଏଟର ସହ ହେଲିକପ୍ଟର ଲ୍ୟାଣ୍ଡିଙ୍ଗ ପାଇଁ ୩ଟି ହେଲିପ୍ୟାଡ ରହିଛି।
  • ବଙ୍ଗଳାରେ ସୁଇମିଂ ପୁଲ ରହିଛି।
  • ଏହି ଘରେ ମନ୍ଦିର, ଗାର୍ଡେନ ଓ ୨ଟି ହେଲଥ ସେଣ୍ଟର ମଧ୍ୟ ରହିଛି।

Mukesh Ambani House Interior Designerଏମିତି ହୁଏ କର୍ମଚାରୀଙ୍କ ଚୟନ:

  • ଏହି ପୋଷ୍ଟ ପାଇଁ କାମ କରିବାକୁ ଇଚ୍ଛୁକ ଲୋକଙ୍କୁ ପେପରରେ ବିଜ୍ଞାପନ ଦେଇ ଡକାଯାଏ।
  • ପ୍ରଥମେ ସେମାନଙ୍କ ଲିଖିତ ପରୀକ୍ଷା ନିଆଯାଏ। ଏଥିରେ ହୋଟେଲ ମ୍ୟାନେଜମେଣ୍ଟ ଓ ସାଧାରଣ ଜ୍ଞାନ ପ୍ରଶ୍ନ ରହିଥାଏ।
  • ଏହି ପରୀକ୍ଷାରେ ପାସ କଲେ ଏଣ୍ଟିଲିୟାରେ କାମ କରିବାକୁ ସୁଯୋଗ ମିଳେ।

Basic Housekeeping Skills Training | Polo & Tweed

କେତେ ମିଳେ ଦରମା:

  • ଏଣ୍ଟିଲିୟାରେ କାମ କରୁଥିବା ୬୦୦ ଜଣଙ୍କୁ ପ୍ରତିମାସରେ ୬୦୦୦ ଟଙ୍କା ଲେଖାଏଁ ଦରମା ମିଳୁଥିଲା। ମାତ୍ର ଏବେ ଏହା ବଢି ୨ ଲକ୍ଷରେ ପହଞ୍ଚିଛି।
  • ଦରମା ସହ ସେମାନଙ୍କର ସୁରକ୍ଷା ଓ ଜୀବନ ବୀମା ମଧ୍ୟ କରାଯାଏ।
  • କେବଳ ଏତିକି ନୁହେଁ ସେମାନଙ୍କ ମଧ୍ୟରୁ ଜଣଙ୍କ ଛୁଆକୁ ଆମେରିକାରେ ପଢ଼ିବା ସୁଯୋଗ ମଧ୍ୟ ମିଳେ।

ରିପୋର୍ଟ ମୁତାବକ ଅମ୍ବାନୀ ପରିବାର ସମସ୍ତ ସଦସ୍ୟ ଘରେ କାମ କରୁଥିବା ଲୋକଙ୍କୁ ଖୁବ ଭଲ ବ୍ୟବହାର କରିଥାନ୍ତି। ସେମାନଙ୍କର ସମସ୍ତ ଦାୟିତ୍ୱ ନିଜେ ନେଇଥାନ୍ତି।

Leave A Reply

Your email address will not be published.