ସୁଦର୍ଶନ ପଟ୍ଟନାୟକ ଜିତିଲେ ଏପରି ଆୱାର୍ଡ ଯାହାକୁ ଆଜି ପର୍ଯ୍ୟନ୍ତ ଜିତିନାହାନ୍ତି କୌଣସି ଭାରତୀୟ

ସୁଦର୍ଶନ ପଟ୍ଟନାୟକ ଭାରତର ଜଣେ ପ୍ରଖ୍ୟାତ ବାଲୁକା ଶିଳ୍ପୀ । ନିକଟରେ ସେ ଇଟାଲୀର ରାଜଧାନୀ ରୋମରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । “ଇଟାଲିୟନ ଗୋଲଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ ୨୦୧୯”ରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଏପରି ଏକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଇଟାଲୀର ଲେଚେରେ ନଭେମ୍ବର ୧୩ ରୁ ୧୭ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା “ଇଣ୍ଟରନେସନାଲ ସ୍କୋରାନୋ ସ୍ୟାଣ୍ଡ ନ୍ୟଟିଭିଟି” କାର୍ଯ୍ୟକ୍ରମରେ ସୁଦର୍ଶନ ପଟ୍ଟନାୟକ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ସେ ରୁଷୀୟ କଳାକାର ପେବେଲ ମିନିକୋବଙ୍କ ସହିତ ମିଶି ୧୦ଫୁଟ ଉଚ୍ଚରେ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତି ବନାଇଥିଲେ ଯାହାକି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।


ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଦେଶରୁ ୮ଜଣ ମୂର୍ତ୍ତିକାର ଭାଗନେଇଥିଲେ । ‘ପଦ୍ମଶ୍ରୀ’ରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଏହି ପ୍ରତିଷ୍ଠିତ ପୁରସ୍କାର ପାଇ ସେ ବହୁତ ଗୌରବାନ୍ୱିତ ଅନୁଭବ କରୁଛନ୍ତି । ଦେଶପାଇଁ ଏହାଏକ ସମ୍ମାନର ବିଷୟ ଅଟେ । ଏକ କଳାକାରର କାମ ଲୋକମାନଙ୍କୁ ନିଜ କଳାକୃତି ଦ୍ୱାରା ଜାଗ୍ରତ କରାଇବା ଓ ସୁଦର୍ଶନ ନିଜକର୍ମକୁ ବହୁତ ଭଲ ଭାବେ ପାଳନ କରୁଛନ୍ତି । ସେ ବଢୁଥିବା ପ୍ରଦୂଷଣଠୁ ନେଇ ବେଟି ବଚାଓ ଅଭିଯାନ ଉପରେ ମଧ୍ୟ ବାଲୁକାଶିଳ୍ପ ତିଆରି କରିସାରିଛନ୍ତି । ଯାହାଦ୍ୱାରା ଲୋକମନେ ଜାଗ୍ରତ ହେବା ସହିତ ନିଜର ମାନସିକତାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.