ସ୍ପେଶାଲ

ସୁବର୍ଣ୍ଣରେଖାକୁ ଲୁଟୁଛନ୍ତି ବାଲି ଲୁଟେରା, ବିପଦରେ ଉତ୍ତର ବାଲେଶ୍ଵରର ଲାଇଫ୍ ଲାଇନ୍

ଉତ୍ତର ବାଲେଶ୍ଵରର ଲାଇଫ୍ ଲାଇନ ସୁବର୍ଣ୍ଣରେଖା ନଦୀକୁ ଲୁଟୁଛନ୍ତି ବାଲି ଲୁଟେରା। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ବହି ଯାଉଥିବା ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆମାନେ ଦିନ ରାତି ଜେସିବି ଏବଂ ଟ୍ରାକ୍ଟର ଲଗାଇ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କାର ବାଲି। ବାଲି ମାଫିଆଙ୍କ ଦୌରାତ୍ମ୍ୟ ଏତେ ବଢି ଯାଇଛି ଯେ ସରକାରୀ ଅଧିକାରୀଙ୍କୁ ଜୀବନରୁ ମାରିବାର ଉଦ୍ୟମ କରିବାକୁ ବି ପଛାଉ ନାହାନ୍ତି।

ବାଲି ଚୋରି ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଚଳାଇଛି। ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ବାଲି ଗାଡି ଗାଡ଼ିଗୁଡିକୁ ଅଟକ ରଖିବା ସହିତ ମାଲିକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉଛି। ଆଉ ଏହାର ଫଳ ହେଉଛି ମାଫିଆ ମାନେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। କିଛିଦିନ ପୂର୍ବରୁ ଜଳେଶ୍ଵରର ଅତିରିକ୍ତ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ତା ପରେ ପରେ ବିଭାଗୀୟ ଅଧିକାରୀମାନେ ଜଳେଶ୍ଵର-ଚନ୍ଦନେଶ୍ଵର ରାସ୍ତାର ଆମ୍ବଳିଅଠା ଛକ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଏକ ବାଲି ବୋଝେଇ ଡମ୍ପର ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଡ୍ରାଇଭର ଗାଡିକୁ ନ ଅଟକାଇ ଅଧିକାରୀମାନଙ୍କ ଉପରକୁ ଗାଡି ଚଢାଇ ଦେବାକୁ ଉଦ୍ୟମ କରିଥିଲା। ଏଥିରେ ଅନ୍ୟ ଅଧିକାରୀମାନେ ସିନା ବର୍ତ୍ତି ଯାଇଥିଲେ ହେଲେ ରାଜସ୍ୱ ନିରୀକ୍ଷକ ଦିଲ୍ଲୀପ ଚାନ୍ଦ ଗୁରୁତର ଆହତ ହୋଇଥିଲେ। ତେବେ କେବଳ ଏହି ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଅନେକ ଅଘଟଣ ବାଲି ମାଫିଆମାନେ ଘଟାଇ ଥିବାର ନଜିର ରହିଛି। ଏମିତିକି ଖବର ସଂଗ୍ରହ କରିବାକୁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଏହି ବାଲି ଲୁଟେରାମାନେ।

ଓଡିଶାର ଅନ୍ୟତମ ସୀମାନ୍ତବର୍ତ୍ତୀ ଜିଲ୍ଲା ହେଉଛି ବାଲେଶ୍ଵର। ଏହି ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀର ବାଲି ଉପରେ ମାଫିଆମାନଙ୍କର ପୂରା ନଜର ରହିଛି । ଏହି ବାଲିକୁ ଲୁଟି ମାଲେମାଲ ହେଉଛନ୍ତି ମାଫିଆ। ଆଉ ପକେଟ୍‌ ଗରମ ହେଉଛି କିଛି ଅସାଧୁ ସରକାରୀ ବାବୁଙ୍କର। ଏପଟେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ଓଡିଶା ସରକାର। ବାଲି ଚୋରିକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ବିଭିନ୍ନ ସମୟରେ ଆନ୍ଦୋଳନ କରିଛନ୍ତି। ଏମିତିକି ୨୦୧୮ରେ ବାଲି ଉତ୍ତୋଳନକୁ ବିରୋଧ କରି ଓଡିଶା ଏବଂ ପଶ୍ଚିମବଙ୍ଗର ସୀମା ନିର୍ଦ୍ଧାରଣ କରିବା ପାଇଁ ଏନଜିଟିରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ବିଚାର ବିମର୍ଶ ଚାଲିଥିଲେ ମଧ୍ୟ ମାଫିଆମାନେ କିନ୍ତୁ ବାଲି ଲୁଟିବାକୁ ପଛାଉ ନାହାଁନ୍ତି। ସୀମା ନିର୍ଦ୍ଧାରଣ ପାଇଁ ଓଡିଶା ଏବଂ ପଶ୍ଚିମବଙ୍ଗର ଅଧିକାରୀମାନେ ସୀମାନ୍ତରେ ସର୍ଭେ କରି ଚିହ୍ନଟ କରିବା ପରେ ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି। ତଥାପି ସୁବର୍ଣ୍ଣରେଖା ନଦୀର ବାଲିଆପାଳ ବ୍ଲକର ଚୈମୁଖଠାରୁ ଜଳେଶ୍ୱର ବ୍ଲକର ଦକ୍ଷିଣ ପ୍ରହରାଜପୁର ପର୍ଯ୍ୟନ୍ତ ବେଧଡକ ଚାଲିଛି ବାଲି ଚୋରି।

ଜଳେଶ୍ୱର ତହସିଲରୁ ମୋଟ ୧୧ଟି ବାଲି ସୈରାତ ନିଲାମ ହୋଇଥିବା ବେଳେ ବସ୍ତା ତହସିଲରୁ ୩ଟି ବାଲି ସୈରାତ ନିଲାମ ଦିଆଯାଇଥିବା ଉଭୟ ତହସିଲରୁ ଜଣାପଡ଼ିଛି। ଏହାବାଦ ୫୦ରୁ ଊର୍ଦ୍ଧ୍ଵ ସ୍ଥାନରୁ ଦିନରାତି ବେଆଇନ ଭାବେ ବାଲି ଲୁଟ ହୋଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି। ବାଲିଆପାଳ ତହସିଲ ଅନ୍ତର୍ଗତ ଚୈମୁଖ, କଙ୍କଡ଼ାପାଳ, ପାଳପଡ଼ା, ବିଷ୍ଣୁପୁର, ଅସ୍ତି, ବସ୍ତା ତହସିଲ ଅନ୍ତର୍ଗତ ଧିତିପୁରା, ମଧୁପୁରା, କାଦରାୟାଁ, ଆମ୍ବକୁଡୁଚି, ବେଣାପୁରା, ରାଜଘଟ, ଜଳେଶ୍ୱର ତହସିଲ ଅନ୍ତର୍ଗତ ପାରୁଳିଆ,ଗଡ଼ସାଇ ବାଲିଆପାଳ, ଚାଲନ୍ତି, ମହମ୍ମଦ ନଗର ପାଟଣା ଆଦି ଅଞ୍ଚଳରେ ଚାଲିଛି ବାଲି ମାଫିଆଙ୍କ ରାଜ୍‌ । ବିଶେଷ କରି ଜଳେଶ୍ଵର ନିକଟବର୍ତ୍ତୀ ରାଜନଗର, ଦକ୍ଷିଣାପ୍ରହରାଜପୁର, ପ୍ରହରାଜପୁର, ଗୁଆଗଡ଼ିଆ, ତୁଟାପଡ଼ା, ବିରିଷପୁର, ଗୋବରଘାଟା, ରାୟରାମଚନ୍ଦ୍ରପୁର, ମକ୍ରମପୁର ଆଦି ସ୍ଥାନରୁ ବାଲି ମାଫିଆମାନେ ସ୍ଥାନୀୟ ଦଲାଲ୍‌, ସରପଞ୍ଚ ଏବଂ ଅସାଧୁ ସରକାରୀ କର୍ମଚାରୀଙ୍କୁ ହାତ କରିଥିବା କୁହାଯାଉଛି ।

ଦିନରାତି ଜେସିବି ଲଗାଇ ଶହ ଶହ ଟ୍ରାକ୍ଟର ଏବଂ ଡମ୍ପର ମାଧ୍ୟମରେ ଚଳାଇଛନ୍ତି ବାଲି ଚୋରି। ଏସବୁ ବାଲି ଓଡିଶା ଏବଂ ପଡୋଶୀ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଆଉ ବାଲି ଲୁଟେରା କେବଳ ଓଡ଼ିଶାର ନୁହନ୍ତି ଏଥିରେ ପଶ୍ଚିମବଙ୍ଗ ମାଫିଆମାନେ ବି ସାମିଲ ଅଛନ୍ତି । ପମ୍ପ ମାଧ୍ୟମରେ ନଦୀଗର୍ଭରୁ ୪୦ ଫୁଟ ତଳକୁ ବାଲି ଶୋଷି ନେଉଛନ୍ତି। ଫଳରେ ଭାଇବ୍ରେସନ ଯୋଗୁଁ ନଦୀକୂଳିଆ ଗାଁ ଗୁଡ଼ିକର ଘର ଭୁଶୁଡି ପଡୁଥିବା ଅଭିଯୋଗ ହେଉଛି। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ମଧ୍ୟ କରୁଛନ୍ତି। ପୁଣି କିଛି ଲୋକ ଦେଶୀ ଡଙ୍ଗା ସାହାଯ୍ୟରେ ନଈ ମଝିରୁ ବାଲି ଉତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି।

ବାଲି ଚୋରି ଉପରେ ରୋକ ଲଗାଇବାକୁ ନିୟମ ପ୍ରଣୟନ ପାଇଁ ଗତ ୨୦୧୮ ଏପ୍ରିଲ ୧୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଖୁବଶୀଘ୍ର ନିୟମ ପ୍ରଣୟନ ହେବ ବୋଲି ସେତେବେଳେ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ ବିବୃତି ରଖିଥିଲେ। ଏବେ ମଧ୍ୟ ବିଧାନସଭାରେ ଏ ନେଇ ତୁମ୍ବିତୋଫାନ ହୋଇଛି । ତଥାପି ରୋକି ହେଉନି ବାଲି ମାଫିଆଙ୍କୁ । ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବ ।

WCW 11

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

2 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

5 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

39 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

40 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago