କରୋନାକୁ ଘାଇଲା କରିବାକୁ ଆସିଗଲା ସଞ୍ଜିବନୀ, ବୈଜ୍ଞାନିକ ତିଆରି କଲେ ନାଜାଲ୍‌ ସ୍ପ୍ରେ

ଏହି ମହାମାରୀ ସମୟରେ ଆସିଲା ଆପଣଙ୍କ ପାଇଁ ଖୁସି ଖବର। ଏଣିକି ଭ୍ୟାକସିନ୍‌ ନାଜାଲ ସ୍ପ୍ରେ ଆକାରରେ ଉପଲବ୍ଧ ହେବ। ଅନେକ ଲୋକ ଯେଉଁମାନେ ଇଞ୍ଜେକସନ୍‌ ନେବାକୁ ଡରୁଛନ୍ତି କିମ୍ବା ପାର୍ଶ୍ୱ ପ୍ରତିକ୍ରିୟା ହୋଇଯିବାର ଭୟ ଥାଏ ସେମାନଙ୍କ ପାଇଁ ଏହା ନିହାତି ଭାବରେ ବଡ ଖବର। ଏବେ ଏବେ ଯାହା ଖବର ମିଳିଛି ଯେ ନାଜାଲ ସ୍ପ୍ରେ ଜରିଆରେ କରୋନାକୁ ଶେଷ କରିହେବ। ଏହି କିଲର ଭାଇରସକୁ ଘାଇଲା କରିବା ପାଇଁ ଆସୁଛି ନାଜାଲ ସ୍ପ୍ରେ ‘ସାନୋଟାଇଜ୍‌’। ଟିକା ଠାରୁ ବି ଶିଘ୍ର ଫଳପ୍ରଦ ହେଉଛି ସାନୋଟାଇଜ୍‌ ନାଜାଲ ସ୍ପ୍ରେ। ନାକରେ ପକାଇବା ମାତ୍ରକେ କରୋନା ହୋଇଯିବ ନିଷ୍କ୍ରୀୟ। ଏହାକୁ ନାଇଟ୍ରିକ ଅକ୍ସସାଇଡ୍‌ ନାଜାଲ ସ୍ପ୍ରେ କୁହାଯାଉଛି। ଏହା ନାକରେ ଭାଇରାଲ ଲୋଡକୁ କମ୍‌ କରି ଦେଇଥାଏ। ଭାଇରସକୁ ମୂଳପୋଛ କରି ଫୁସଫୁସକୁ ଯିବାକୁ ଦିଏନାହିଁ।

sprayଆପଣମାନେ ଜାଣୁଥିବେ ଯେ କରୋନାର ଏହି ଦ୍ୱିତୀୟ ଲହର ଅଧିକ ଘାତକ ଏବଂ ଏହା ଗୋଟେ ପରେ ଗୋଟେ ଲୋକଙ୍କୁ ଶିକାର କରୁଛି ତେବେ ଏଭଳି ପରିସ୍ଥିତିରେ ଏକ ଆଶାର କିରଣ ଜାଗ୍ରତ କରୁଛି ଏହି ନାଜାଲ ସ୍ପ୍ରେ। କାନାଡାର ବୈଜ୍ଞାନିକ ମାନେ ଏଭଳି ଏକ ନାଜାଲ୍‌ ସ୍ପ୍ରେକୁ ଆବିଷ୍କାର କରିଛନ୍ତି। ଭାନକୋଭର ବାୟୋଟେକ ଫାର୍ମ କମ୍ପାନୀ ଏହି ସାନୋଟାଇଜ୍‌ ନାଜାଲ ସ୍ପ୍ରେକୁ ତିଆରି କରିଛି। କୋଭିଡ-୧୯ ବିରୁଦ୍ଧରେ ଏହା ଢ଼ାଲ ଏବଂ ହତିଆର ଭାବରେ କାମ କରିବା ସହିତ ଏକ ଗେମ୍‌ ଚେଞ୍ଜର ପ୍ରମାଣିତ ହୋଇପାରେ। ଏହା ୯୯ ପ୍ରତିଶତ ସଫଳ ହେବ ବୋଲି ଦାବି କରାଯାଉଛି। କୁହାଯାଉଛି ଯେ ଏହା ଟିକା ଠାରୁ ବି ବହୁତ ଜଲଦି କାମ କରିବ। ୟୁକେ ଏବଂ କାନାଡାରେ ଏହାକୁ ଟ୍ରାଏଲ କରାଯାଇଛି ଏବଂ ଆଶାଜନକ ପରିଣାମ ମିଳିଛି। ଏହି ସ୍ପ୍ରେର ଦୁଇଟି ଟ୍ରାଏଲ କରାଯାଇଛି ଏବଂ ଦେଖାଯାଇଛି ଯେ ୨୪ ଘଣ୍ଟାରେ ଏହା ୭୦ ପ୍ରତିଶତ ଭାଇରସ୍‌, ୪୮ ଘଣ୍ଟାରେ ୯୦ ପ୍ରତିଶତ ଏବଂ ୭୨ ଘଣ୍ଟାରେ ଏହା ୯୯ ପ୍ରତିଶତ ଭାଇରସକୁ ଏହି ସ୍ପ୍ରେ ମାରିଦେଇପାରେ।

nasalତେବେ ଏହି ସ୍ପ୍ରେ ବିଷୟରେ ଅଧିକ ସୂଚନା ରହିଛି ଯେ ଯେଉଁମାନେ କରୋନାର ପ୍ରାରମ୍ଭିକ ଷ୍ଟେଜରେ ଅଛନ୍ତି ସେହିମାନଙ୍କ ଠାରେ ଏହା ବହୁତ ମାତ୍ରାରେ କାମ ଦେବ। କିନ୍ତୁ ଯେଉଁ ମାନଙ୍କ ଫୁସଫୁସକୁ ଏହି ଭାଇରସ ପ୍ରଭାବ ପକାଇ ସାରିଲାଣି ସେମାନଙ୍କ କ୍ଷେତ୍ରରେ ଏହା କେତେ କାମ ଦେବ ତାହା ଏଯାଏଁ ସ୍ପଷ୍ଟ ହୋଇନି। ତେବେ ଯଦି ଭାରତରେ ଏହାକୁ ଗ୍ରୀନ ସିଗନାଲ ମିଳିଗଲା ତାହେଲେ ଏହା ନିଶ୍ଚିତ ଭାବରେ ସେହିମାନଙ୍କ ପାଇଁ ବହୁତ ଭଲ ହେବ ଯେଉଁମାନେ ଇଞ୍ଜେକସନ୍‌ ନେବା ପାଇଁ ଭୟ କରୁଛନ୍ତି କିମ୍ବା ପାର୍ଶ୍ୱ ପ୍ରତିକ୍ରୀୟା ହେବ ବୋଲି ଡରୁଛନ୍ତି।ତେବେ ଏଭଳି ଏକ ଭୟଙ୍କର ସ୍ଥିତିରେ ଏହି ଖବର ନିହାତି ଭାବରେ ସମସ୍ତଙ୍କୁ ଆସ୍ୱସ୍ତି ଆଣିଦେବ। ଏହି ସ୍ପ୍ରେକୁ ଯଦି ବିଶ୍ୱରେ ସିକୃତି ମିଳିଗଲା ତାହେଲେ ଭାଇରସ ପାଇଁ ଏହା ଏକ ଗେମ୍‌ ଚେଞ୍ଜର ପ୍ରମାଣିତ ହେବ।

Leave A Reply

Your email address will not be published.