ମାତା ସନ୍ତୋଷୀଙ୍କ ବ୍ରତ କେବେ ଆରମ୍ଭ କରିବା ଉଚିତ ? ଜାଣନ୍ତୁ ବ୍ରତ ନିୟମ ଏବଂ ପୂଜା ବିଧି

ହିନ୍ଦୁ ଧର୍ମରେ ଶୁକ୍ରବାର ଦିନ ମା’ ସନ୍ତୋଷୀଙ୍କ ପୂଜା କରାଯାଏ। ଏହି ଦିନ ବ୍ରତ କରିବାର ବିଶେଷ ମହତ୍ତ୍ବ ରହିଥାଏ। ଏହି ବ୍ରତ କରିବା ଦ୍ବାରା ଘରେ ସୁଖ-ଶାନ୍ତ ଏବଂ ବୈଭବ ଆସିଥାଏ। ଧାର୍ମିକ ମାନ୍ଯତା ଅନୁସାରେ ମା’ ସନ୍ତୋଷୀ ଭଗବାନ ଗଣେଶଙ୍କ ଝିଅ ବୋଲି କୁହାଯାଏ। ଏହି ବ୍ରତ କରିବା ଦ୍ବାରା ଜୀବନରେ ସନ୍ତୋଷ ମିଳିଥାଏ। ଏହି ଦିନ ସନ୍ତୋଷୀ ମାତା ଏବଂ ବୈଭବ ଲକ୍ଷ୍ମୀଙ୍କ ପୂଜା କରାଯାଏ। କିନ୍ତୁ ଏହି ବ୍ରତ କରିବା ସମୟରେ କିଛି ବିଶେଷ କଥାର ଧ୍ୟାନ ରଖିବା ଉଚିତ। ତେବେ ଜାଣନ୍ତୁ କ’ଣ…

ଶୁକ୍ରବାର ବ୍ରତ ଶୁକ୍ଳପକ୍ଷର ପ୍ରଥମ ଶୁକ୍ରବାର ଆରମ୍ଭ କରିବା ଉଚିତ। ମାତା ସନ୍ତୋଷୀଙ୍କ ୧୬ ଶୁକ୍ରବାର ବ୍ରତ କରିବା ଦ୍ବାରା ସୁଖ, ସୌଭାଗ୍ଯ ପ୍ରାପ୍ତ ହୋଇଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ପିତୃପକ୍ଷରେ କୌଣସି ବ୍ରତ ଆରମ୍ଭ କରିବା ଉଚିତ ନୁହେଁ।

ଶୁକ୍ରବାର ଦିନ ବ୍ରତ କରିବା ପୂର୍ବରୁ ସକାଳୁ ଗାଧୋଇବା ପରେ ସଫା ବସ୍ତ୍ର ଧାରଣ କରନ୍ତୁ। ତା’ ପରେ ବ୍ରତ ସଂକଳ୍ପ କରନ୍ତୁ ତା ପରେ ମନ୍ଦିରରେ ମା ସନ୍ତୋଷୀଙ୍କ ପ୍ରତିମା ସ୍ଥାପନା କରନ୍ତୁ। ଏହାପରେ ତମ୍ବାର କଳସ ସ୍ଥାପନା କରନ୍ତୁ। ଗୁଡ ଏବଂ ଚଣା ଭୋଗ ଲଗାନ୍ତୁ। ସଂପୂର୍ଣ୍ଣ ବିଧି ବିଧାନରେ ମା’ ସନ୍ତୋଷୀଙ୍କ ପୂଜା ଏବଂ ଆରତୀ କରନ୍ତୁ। କଳସରେ ଜଳକୁ ଘରେ ଚାରିଆଡେ ସିଞ୍ଚନ କରନ୍ତୁ।

ବ୍ରତ ନିୟମ:

ବ୍ରତ କରିବା ଦ୍ବାରା ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ।
ମା’ଙ୍କ ବ୍ରତରେ କୌଣସି ପ୍ରକାର ଖଟା ପ୍ରସାଦ ଲଗାନ୍ତୁ ନାହିଁ। କିମ୍ବା ଖଟା ଜିନିଷ ବାଣ୍ଟନ୍ତୁ ନାହିଁ।
ବ୍ରତ କରିଥିବା ବ୍ଯକ୍ତି ଗୁଡ ଏବଂ ଚଣା ପ୍ରସାଦ ଖାଇବା ଉଚିତ।
ପ୍ରସାଦରେ କେବଳ ଯେଉଁ ଲୋକ ଖଟା ଖାଇନଥିବେ ସେମାନଙ୍କୁ ହିଁ ବାଣ୍ଟନ୍ତୁ।

Leave A Reply

Your email address will not be published.