ଶନି ଦୋଷରୁ ମୁକ୍ତି ଦେବେ ମା’ କାଳରାତ୍ରି, ସପ୍ତମୀରେ କରନ୍ତୁ ଏମିତି ପୂଜା

ଶାରଦୀୟ ନବରାତ୍ରି ବ୍ରତ ପ୍ରତିବର୍ଷ ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ। ନବରାତ୍ରିର ୯ଦିନରେ ମାଙ୍କ ୯ଟି ସ୍ବରୂପକୁ ପୂଜା କରାଯାଏ। ଏହି କ୍ରମରେ ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୁପ। ମା’ ଏହି ବେଶରେ ତିନିଟି ନେତ୍ର ଧାରଣ କରନ୍ତି। ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ। ଆଉ ମା’ଙ୍କ ବାହାନ ରହିଥାଏ ଗଧ। କିନ୍ତୁ ମା’ ସବୁବେଳେ ଭକ୍ତଙ୍କ କଲ୍ଯାଣ କରନ୍ତି। ତେଣୁ ମା’ଙ୍କୁ ଶୁଭଙ୍କାରୀ ବୋଲି କହନ୍ତି।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ, ଦେବୀ କାଳରାତ୍ରି ଶନିଦେବଙ୍କୁ ନିୟନ୍ତ୍ରିତ କରନ୍ତି। ନବରାତ୍ରିରେ ମା’ଙ୍କ ବିଧିବିଧାନରେ ପୂଜା କରିବା ଦ୍ବାରା ଶନିଙ୍କ ସାଢେସାତୀ ପ୍ରଭାବରୁ ମୁକ୍ତି ମିଳିଥାଏ। କାଳରାତ୍ରିରେ କାଳର ନାଶ ହୋଇଥାଏ ବୋଲି କୁହାଯାଏ। ଏଥିପାଇଁ ମା’ ଦୁର୍ଗାଙ୍କ ଏହି ସ୍ବରୂପକୁ କାଳରାତ୍ରି କୁହାଯାଏ। ମା’ ଭକ୍ତର ସମସ୍ତ ଦୁଃଖ ଏବଂ କଷ୍ଟ ଦୂର କରିଥାନ୍ତି। ପ୍ରାଣୀର ଅକାଳ ମୃତ୍ଯୁ ଭୟରୁ ମୁକ୍ତି ମିଳିଥାଏ।

ମା’ଙ୍କ ଉପାସନା କଲେ କ’ଣ ଲାଭ ମିଳେ :

ଶତ୍ରୁ ଓ ବିରୋଧିଙ୍କୁ ନିୟନ୍ତ୍ରିକ ରିବା ପାଇଁ ମା’ଙ୍କ ଉପାସନା ଅତ୍ଯନ୍ତ ଶୁଭ। ମା’ଙ୍କ ଉପାସନା କଲେ ଭୟ, ଦୁର୍ଘଟଣା, ରୋଗ ନାଶ ହୁଏ। ମା’ଙ୍କ ଉପାସନା କରିବା ଦ୍ବାରା ନକାରାତ୍ମକ ଶକ୍ତିର କିଛି ପ୍ରଭାବ ପଡିନଥାଏ। ଜ୍ଯୋତିଷରେ ଶନି ନାମକ ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ମା’ଙ୍କ ପୂଜା କଲେ ଭଲ ପରିଣାମ ମିଳିଥାଏ।

ମା’ଙ୍କ ପୂଜା ବିଧି :

ମା’ଙ୍କୁ ପୂଜା କରିବା ସମୟରେ ଘିଅ ଦୀପ ଜଳାନ୍ତୁ। ମାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ଏହାସହିତ ଗୁଡ ଭୋଗ ମଧ୍ୟ ଲଗାନ୍ତୁ। ମା’ଙ୍କୁ ମନ୍ତ୍ର ଜପ କରନ୍ତୁ କିମ୍ବା ସପ୍ତସତୀ ପାଠ କରନ୍ତୁ। ମା’ଙ୍କୁ ଦିଆଯାଇଥିବା ଭୋଗ ଲାଗିଥିବା ଗୁଡକୁ ପରିବାର ମଧ୍ୟରେ ବାଣ୍ଟନ୍ତୁ। ବାକି ଅଧା ଗୁଡକୁ କୌଣସି ବ୍ରାହ୍ମଣକୁ ଦାନ କରିଦିଅନ୍ତୁ। କଳା ରଙ୍ଗର ବସ୍ତ୍ର ଧାରଣ କରି କାହାର କ୍ଷତି କରିବା ଉଦ୍ଦେଶ୍ଯରେ କେବେ ବି ପୂଜା କରନ୍ତୁ ନାହିଁ।

ଶତ୍ରୁ ଓ ବିରୋଧିଙ୍କୁ କିପରି ଶାନ୍ତ କରିବେ ?

ଧଳା କିମ୍ବା ଲାଲ ବସ୍ତ୍ର ଧାରଣ କରି ରାତିରେ ମା’ କାଳରାତ୍ରିଙ୍କ ପୂଜା କରିବା ଉଚିତ। ମା’ଙ୍କ ସମକ୍ଷରେ ଦୀପ ଜଳାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ। ଏହା ପରେ ୧୦୮ ଥର ନର୍ବାଣ ମନ୍ତ୍ର ପଢନ୍ତୁ ଏବଂ ଲବଙ୍ଗ ଭୋଗ ଲଗାନ୍ତୁ। ମା’ଙ୍କ ମନ୍ତ୍ର ‘ ଓଁ ଏଁ ହ୍ରି କ୍ଲିଂ ଚାମୁଣ୍ଡାୟେ ବିଚୈ’ କହି ୧୦୮ ଲବଙ୍ଗକୁ ଅଗ୍ନିରେ ଅର୍ପଣ କରନ୍ତୁ। ଆପଣଙ୍କୁ ଶତ୍ରୁ ଓ ବିରୋଧୀ ଶାନ୍ତ ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.