ସ୍ପେଶାଲ

୫୦ ବର୍ଷିୟା ସରସ୍ଵତୀ ମାଉସୀ, ସେବା ହିଁ ଯାହାଙ୍କ ପରମ ଧର୍ମ

ବାଲେଶ୍ଵର(କେନ୍ୟୁଜ୍): କପାଳ ଉପରେ ହାଲ୍କା ପାଚିଲା କେଶ ଆଉ ଅଣ୍ଟାକୁ ସାମାନ୍ୟ ବଙ୍କେଇ କରି ଚାଲୁଥିବା ଏ ମହିଳା ଜଣକ ହେଉଛନ୍ତି ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲ ପରିସରରେ କାର୍ଯ୍ୟରତ ସରସ୍ଵତୀ ପାତ୍ର। ଘର ମୟୂରଭଞ୍ଜ ଜିଲ୍ଲାର ମାଣତ୍ରି ଅଞ୍ଚଳର ମାନଗୋବିନ୍ଦ ପୁର । କିନ୍ତୁ ଦୀର୍ଘ ବର୍ଷ ହେବ ବାଲେଶ୍ଵର ସହରରେ ଏକ ଭଡ଼ା ଘରେ ରହିଆସୁଛନ୍ତି । ବୟସ ୫୦ କି ତାଠାରୁ ଟିକେ ଊର୍ଦ୍ଧ୍ବ ହେବ। ସେ ସମସ୍ତଙ୍କର ପ୍ରିୟ ସରସ୍ଵତୀ ମାଉସୀ ।

ଜଞ୍ଜାଳଗ୍ରସ୍ତ ଜୀବନ,ଆର୍ଥିକ ଅନଟନ ଆଉ ବୟସାଧିକ ରୋଗ ତାଙ୍କୁ ସିନା ବାର୍ଦ୍ଧକ୍ୟ ସଜେଇ ଦେଇଛି ହେଲେ ତାଙ୍କ ମନରେ ଥିବା ଦମ୍ଭକୁ ଭାଙ୍ଗି ପାରିନାହିଁ । ଯେଉଁ କାମକୁ କେହି କରିବା ପାଇଁ ଅମଙ୍ଗ ହୁଅନ୍ତି କିମ୍ବା ସହଜରେ କରିବା ପାଇଁ ଚାହାନ୍ତି ନାହିଁ ସେହି କାମକୁ ସେ ଦୀର୍ଘ ୨୫ ବର୍ଷ ଧରି ନିଷ୍ଠାର ସହ କରି ଆସୁଛନ୍ତି । ଦିନ ହେଉ ଅବା ରାତି ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ହସ୍ପିଟାଲରେ ଭର୍ତି ହୋଇଥିବା ଅସହାୟ ,ନିରାଶ୍ରୟ ଆଉ ମାନସିକ ବିକୃତଙ୍କ ସେବାରେ ସେ ନିଜକୁ ନିୟୋଜିତ କରନ୍ତି । ଆଉ ତାପରେ ଅସହାୟ, ନିଃସହାୟ , ଅପରିଚିତ ଆଉ ଅନାଥ ଙ୍କ ଯାହାର କେହି ନାହାନ୍ତି ତାର ମାଆ ପାଲଟି ଯାଆନ୍ତି।

ରାସ୍ତାରେ କିମ୍ବା ଜାତୀୟ ରାଜପଥରେ ବୁଲୁଥିବା ଅସହାୟ, ଅଚିହ୍ନା ,ଅପରିଚିତ ହେଉ ଅବା ମାନସିକ ଅନଗ୍ରସର । ଯେତେବେଳେ ରାସ୍ତା କଡ଼ରୁ ଉଠାଇ ଆଣି ସେଇ ମଣିଷ ମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ଵର ମେଡିକାଲ୍ ଭର୍ତି କରାଯାଏ ସେତେବେଳେ ଚିକିତ୍ସା କୁ ଛାଡ଼ିଦେଲେ ଆଉ ସବୁ ଦାୟିତ୍ଵ ନିଅନ୍ତି ସରସ୍ଵତୀ ମାଉସୀ । ବେଡ ରେ ଶୋଇଥିବା ଏଇ ମଣିଷ ମାନଙ୍କ ଦେହରେ କେବଳ ଯେ ଜୀବନ ରହୁଛି ହେଲେ କିଏ ଜ୍ଞାନ ହରାଇଛି ତ ଆଉ କିଏ ଅସହାୟ ଆଉ ନିଃସହାୟ ପାଲଟି ଯାଇଛି । ଯେତେବେଳେ ଏମାନଙ୍କୁ ସହଜରେ ଆକଟ କରିବା ବୁଝେଇବା କଷ୍ଟକର ବ୍ୟାପାର ସେତେବେଳେ କାହାକୁ ବାପ ତ ଆଉ କାହାକୁ ଧନ । ଆଉ କାହାକୁ ମିଠା ମିଠା କଥା କହି ଅକ୍ଲେଶ ରେ ମନେଇ ଦିଅନ୍ତି ସରସ୍ଵତୀ ମାଉସୀ ।

ଖାଲି ସେତିକି ନୁହଁ ସେମାନଙ୍କୁ ଖାଇବା ଠାରୁ ପିଆଇବା ଆଉ ଔଷଧ ଖୁଆଇବା ଠାରୁ ଗାଧୋଇବା ପର୍ଯ୍ୟନ୍ତ ସବୁ ଦାୟିତ୍ଵ ତାଙ୍କର । ତାଙ୍କ ସେବା ଆଉ ଶ୍ରମ ଯେଭଳି ମେଡିକାଲରେ ଭର୍ତି ହେଉଥିବା ଅସହାୟଙ୍କ ପାଇଁ ବିଶଲ୍ୟକରଣୀ ପାଲଟି ଯାଇଛି । ଦୀର୍ଘ ୨୫ ବର୍ଷ ଧରି ଯେଉଁ କାମ କରିଆସୁଛନ୍ତି ତାକୁ କେବେ ଛୋଟ ବୋଲି ଭାବି ଦୂରେଇ ଯାଇନାହାନ୍ତି କି ନିଜ କର୍ତ୍ତବ୍ୟରେ ଅବହେଳା କରିନାହାନ୍ତି । ବୟସ ବଢିବା ସହ ନିଜ ମନକୁ ବି ସେ ବଡ କରିସାରିଛନ୍ତି । ଘରେ ଦିବ୍ୟାଙ୍ଗ ସ୍ବାମୀ ,ଝିଅର ବାହାଘର ହୋଇଥିବା ବେଳେ ପୁଅ ରାଜମିସ୍ତ୍ରୀ । ତେବେ ମେଡିକାଲ ରୁ ଜଣେ ରୋଗୀ ଙ୍କ ପିଛା ୫୦ ଟଙ୍କା ହିସାବରେ ଯାହା ମାସ ଶେଷ କୁ ମିଳେ ସେଥିରେ ସ୍ଵାମୀଙ୍କ ଔଷଧ ଖର୍ଚ୍ଚ ସାଙ୍ଗ କୁ ପରିବାର ଚଳେ । କମ୍ ହେଉ ବି ବହୁତ୍ ଯେତିକି ମିଳିବ ସେତିକିରେ ସେବା କରି ତାଙ୍କର ବାକି ଜୀବନ କୁ ଏଭଳି କଟାଇଦେବାକୁ ସେ ପଣ କରିଛନ୍ତି ।

 

Sonalisa

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

25 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago