ସ୍ପେଶାଲ

ଭାରତୀୟ ସସ୍କୃତିରେ ରହିଛି ଶାଢୀର ବିଶେଷ ମହତ୍ୱ , ଜାଣନ୍ତୁ ଏହାର ଇତିହାସ

ଆମ ସସ୍କୃତି ଏବଂ ପରମ୍ପରା ସର୍ବଦା ଅତ୍ୟନ୍ତ ଭିନ୍ନ ଓ ସ୍ୱତନ୍ତ୍ର । ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଆମର ଶୈଳୀ ପ୍ରାଚୀନ କାଳରୁ ହିଁ ଭିନ୍ନ । ବିଶେଷ କରି ମହିଳାମାନଙ୍କର ପରିଧାନ ସବୁବେଳେ ଅଲଗା । ଏହା ମଧ୍ୟରେ ଶାଢୀ ହେଉଛି ଅନ୍ୟତମ । ଅନେକ ଯୁଗରୁ ମହିଳାମାନଙ୍କ ପାଇଁ ଶାଢୀ ଏକ ମହତ୍ତ୍ୱପୂର୍ଣ୍ଣ ପରିଧାନ ଭାବରେ ରହିଛି । ପର୍ବପର୍ବାଣି ଏବଂ ବିଶେଷ ଉତ୍ସବରେ ମହିଳାମାନେ ଏହାକୁ ପିନ୍ଧି ସଜବାଜ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଶାଢୀର ଇତିହାସ ଏବଂ ଏହା ସହ ଜଡିତ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ…

ଶାଢୀର ବିଶେଷତା:
ଏହା ଦୁନିଆର ସବୁଠାରୁ ଲମ୍ବା ଏବଂ ସିଲେଇ ନ ହୋଇଥିବା ପୋଷାକ । ଏହାର ଲମ୍ବ ୫ ରୁ ୬ ଫୁଟ୍‌ ପର୍ଯ୍ୟନ୍ତ ହୋଇଥାଏ । ବିଶ୍ୱର ସବୁଠାରୁ ଅଧିକ ପିନ୍ଧୁଥିବା ପୋଷାକ ମାନଙ୍କ ମଧ୍ୟରେ ଶାଢୀ ପଞ୍ଚମ ସ୍ଥାନରେ ରହିଛି । ଭାରତର ଅଲଗା ଅଲଗା ରାଜ୍ୟରେ ଭିନ୍ନ ପ୍ରକାରର ଶାଢୀ ମିଳିଥାଏ । ଶାଢୀକୁ ପିନ୍ଧିବାର ଶୈଳୀ ମଧ୍ୟ ଭିନ୍ନ ରହିଛି ।

କିଛି ପ୍ରସିଦ୍ଧ ଶାଢୀ:
ମଧ୍ୟ ପ୍ରଦେଶର ଚନ୍ଦେରୀ ଏବଂ ମାହେଶ୍ୱରୀ ଶାଢୀ, ଗୁଜୁରାଟର ବାନ୍ଧନୀ ଶାଢୀ, ରାଜସ୍ଥାନର ଲହରିୟା ଶାଢୀ, ଆସାମର ମୁଙ୍ଗା ସିଲ୍କ ଶାଢୀ, ତାମିଲନାଡୁର କାଞ୍ଜିବରମ ଶାଢୀ, ଉତ୍ତର ପ୍ରଦେଶର ବନାରସୀ, ତାଂଚି, ଜାମଦାନୀ ଶାଢୀ, ମହାରାଷ୍ଟ୍ରର ପୈଠନୀ ଶାଢୀ ଆଦି କିଛି ପ୍ରସିଦ୍ଧ ଶାଢୀର ଉଦାହରଣ ।

ବିଶେଷ ଉତ୍ସବରେ ଅଲଗା ରଙ୍ଗର ଶାଢୀ:
ଭିନ୍ନ ରୀତିନୀତି ଅନୁସାରେ ଭିନ୍ନ ରଙ୍ଗର ଶାଢୀ ପିନ୍ଧାଯାଏ । ‘ହରିୟାଲୀ ତିଜ’ ଅବସରରେ ମହିଳାମାନେ ସବୁଜ ରଙ୍ଗର ଶାଢୀ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏପରି ଅନେକ ଉତ୍ସବ ଏବଂ ପର୍ବପର୍ବାଣିରେ ମଧ୍ୟ ମହିଳାମାନେ ବିଭିନ୍ନ ରଙ୍ଗର ଶାଢ଼ୀ ପିନ୍ଧିଥାନ୍ତି ।

ଶାଢୀର ଇତିହାସ:
ଆପଣ ମାନେ ତ ଜାଣିଥିବେ ଶାଢ଼ୀ ଖୁବ ପୁରୁଣା । ଏହାର ଉଲ୍ଲେଖ ପ୍ରଥମେ ବେଦ ବେଦାନ୍ତରେ ମିଳିଥିଲା । ଯଜ୍ଞ ଏବଂ ପୂଜା ସମୟରେ ଶାଢ଼ୀ ପିନ୍ଧିବାର ମାନ୍ୟତା ରହିଛି । କେବେଳ ବେଦରେ ହି ନୁହେଁ ବରଂ ଏହାର ଉଲ୍ଲେଖ ମହାଭାରତରେ ମଧ୍ୟ ରହିଛି । ମହାଭାରତରେ ଯେତେବେଳେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ର ହରଣ କରିବାର ଚେଷ୍ଟା କରିଥିଲା, ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଶାଢୀର ଲମ୍ବ ବଢାଇ ଦ୍ରୌପଦୀଙ୍କ ଲଜ୍ଜ୍ୟା ନିବାରଣ କରିଥିଲେ ।

GI ଟ୍ୟାଗ ପ୍ରାପ୍ତ କରିଥିବା ଶାଢୀ:
କର୍ଣ୍ଣାଟକର ଇକ୍କଲ ଶାଢୀ, ମୋଲାକଲମୁରୁ ଶାଢୀ, ଉଡୁ଼ପୀ ଶାଢୀ, କେରଳର କସାରଗୋଡ ଶାଢୀ, କୁଥମପଲ୍ଲୀ ଶାଢୀ, ମଧ୍ୟପ୍ରଦେଶର ମାହେଶ୍ୱରୀ ଶାଢୀ, ଓଡିଶାର ସମ୍ବଲପୁରୀ ବନ୍ଧ ଶାଢୀ, ବୋମକେଇ ପାଟ ଶାଢୀ, ହବସପୁରୀ ଶାଢୀ, ତାମିଲନାଡୁର କଂଗାଡି ଶାଢୀ ଏବଂ ଏହିପରି ଅନ୍ୟ ରାଜ୍ୟର ହଥକରଘା ପଟୁ ଶାଢୀ, ମଙ୍ଗଳାଗିରି ଶାଢୀ, ଉପ୍ପଦା ଜାମଦାନୀ ଶାଢୀ, ବେଙ୍କଟାଗିରି ଶାଢୀଙ୍କୁ ମଧ୍ୟ GI ଟ୍ୟାଗ ମିଳିଛି ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

12 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

25 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

34 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

37 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago