୧ ଅଗଷ୍ଟରୁ ଶନିଦେବଙ୍କ ଅସୀମ କୃପା ରହିବ ଏହି ୫ଟି ରାଶି ଉପରେ !

ଦେବତା ମାନଙ୍କ ମଧ୍ୟରେ ଶନି ଦେବଙ୍କୁ କ୍ରୋଧୀ ଦେବତା ରୂପରେ ଗଣନା କରାଯାଇଛି । ଶନିଙ୍କ ନାଁ ଶୁଣିବା ମାତ୍ରେ ବ୍ୟକ୍ତିଙ୍କ ମନରେ ଡର ଭରିଯାଏ । ପ୍ରତ୍ୟେକ ଲୋକ ଶନିଦେବଙ୍କ କ୍ରୋଧରୁ ବଚିଂବା ପାଇଁ ତାଙ୍କର ପୂଜାଅର୍ଚ୍ଚନା କରିଥାନ୍ତି ଯାହା ଦ୍ବାରା ଶନିଙ୍କ ପ୍ରବାହ କମିଥାଏ ଏବଂ ତାଙ୍କ ଜୀବନରେ ଖୁସିର ଆଗମନ ହେବା ପାଇଁ । ଜ୍ୟୋତିଶ ଶାସ୍ତ୍ରରେ ଶନିଦେବଙ୍କୁ ପାପ ଗ୍ରହ ବୋଲି କୁହାଯାଏ । ଶନିଦେବଙ୍କର ଖରାପ ନଜର ଯଦି କୌଣସି ବ୍ୟକ୍ତିଙ୍କ ଉପରେ ପଡେ ତେବେ ସେ ବ୍ୟକ୍ତିଙ୍କର ଜୀବନ ନର୍କ ପାଲଟିଯାଏ । କିନ୍ତୁ ଶନିଦେବ ବିନା କାରଣରେ କାହାକୁ ହଇରାଣ କରନ୍ତି ନାହିଁ । ଶନିଦେଦବ କାର୍ୟ୍ୟପ୍ରିୟ ତେଣୁ କର୍ମ ଅନୁସାରେ ସେ ଭଲଖରାପ ଫଳ ଦେଇଥାନ୍ତି । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ୧ ଅଗଷ୍ଟରୁ ଶନିଦେବଙ୍କ ନଜରରେ ପରିବର୍ତ୍ତନ ଆସୁଛି ଯାହାଦ୍ବାରା ଏମିତି ୫ଟି ରାଶି ଅଛି ଯେଉଁ ମାନେ ଭାଗ୍ୟବାନ୍ ବୋଲି ସାବ୍ୟସ୍ତ ହେବେ ଏବଂ ଏମାନଙ୍କ ଜୀବନରୁ ସମସ୍ତ ପ୍ରକାରର ସମସ୍ୟା, ଚିନ୍ତା ଦୂର ହେବା ସହ କିଛି ଖୁସିଖବର ପାଇବେ ।

ଆସନ୍ତୁ ଜାଣିବା କେଉଁ ୫ଟି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନିଙ୍କର ରହିବ ଶୁଭ ଦୃଷ୍ଟି :

• ମେଷ :

mesha

ଶନିଦେବଙ୍କର ଶୁଭ ଦୃଷ୍ଟି ରହିବା କାରଣରୁ ଆପଣଙ୍କ ଜୀବନରେ ଅନେକ ସଫଳତା ପାଇବାର ଯୋଗ ରହିଛି । ଯେଉଁମାନେ ବେପାରୀ ସେମାନଙ୍କ ବେପାର ଅତିଲାଭ ଦାୟକ ରହିବା ସହ ଅନେକ ଧନ ରୋଜଗାର କରିବେ । କୌଣସି କାମ ଅଧା ରହିଯାଇଥିଲେ ତାହା ଏବେ ସଂପୁର୍ଣ୍ଣ କରିପାରିବେ ଯଦି ନିଜ କ୍ରେଧ ଉପରେ ନିୟନ୍ତ୍ରଣ ରଖିପାରିବେ ।

• ସିଂହ :

horoscope

ଏହି ରାଶିର ବ୍ୟକ୍ତିମାନେ ଲାଭବାନ ହେବେ । ଆପଣଙ୍କ ଜୀବନରେ ଖୁସି ଫେରିଆସିବ । ଆପଣଙ୍କ ଜଣେ ଘନିଷ୍ଟ ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଅସିବେ । ଆପଣଙ୍କର ସମସ୍ତ ଦୁଃଖର ଅବସାନ ଘଟିବ ଏହା ସହ ଜୀବନ ସାଥୀଙ୍କର ପୂରା ସମର୍ଥନ ରହିବ ।

• କନ୍ୟା :

kanya

ଶନିଦେବଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବା ଦ୍ବାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ମାସଟି ସମ୍ପୁର୍ଣ୍ଣ ମାତ୍ରାରେ ଭଲ ରହିବ । ବିଦେଶ ଯାଇ ସେଠାରେ ପାଠ ପଢିବାର ସୂଯୋଗ ରହିଛି । ଏହି ରାଶିର ବ୍ୟକ୍ତିମାନେ କାହା ଉପରେ ଅଧିକ ବିଶ୍ବାସ କରନ୍ତୁ ନାହିଁ ।

• ବିଛା :

bicha

ଅପଣଙ୍କ ଜୀବନରେ ଥିବା ସମସ୍ୟା ଏବଂ ଦୁଃଖ ଚୁଟକିରେ ଦୂର ହୋଇଯିବ କାରଣ ଶନିଦେବଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିଛି । ଅପଣ ସବୁ କଠିନ ସମୟକୁ ସାମ୍ମାନା କରି ସଫଳତାର ଶିର୍ଷରେ ପହଞ୍ଚିବେ ।

• କୁମ୍ଭ :

kumbha

ଆପଣଙ୍କ ପାଇଁ ଅଗଷ୍ଟ ମାସଟି ଖୁବ୍ ଖାସ ରହିବ । ଶନିଦେବଙ୍କର ଅସୀମ କୃପା ରହିବ । ଖାସ୍ କରି ଚାକିରି କରିଥିବା ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଭଲ ସମୟ । ସହକର୍ମୀ ଏବଂ ଆପଣଙ୍କ ଉପରେ ଥିବା ବରିଷ୍ଟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ପାଇବେ । ସବୁ କଷ୍ଟରୁ ମୁକ୍ତି ପାଇବେ । ଆସୁଥିବା ମାସ ଆପଣଙ୍କ ଜୀବନକୁ ପୁରାପୂରି ବଦଳାଇ ଦେବ ।