କୁମ୍ଭ ରାଶିରୁ ଶନି କରିବେ ବକ୍ରି ଚଳନ, ଜାଣନ୍ତୁ କେଉଁ ରାଶିକୁ ମିଳିବ ଲାଭ ଓ କାହାକୁ କ୍ଷତି

ଜ୍ୟୋତିଷ ଅନୁସାରେ ଶନିଦେବଙ୍କ ଚଳନ ମଣିଷ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ। ନିକଟରେ ୨୯ ଏପ୍ରିଲରେ ଶନି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ଏବେ ଶନି ଖୁବଶୀଘ୍ର ଏହି ରାଶିରେ ବକ୍ରି ହେବାକୁ ଯାଉଛନ୍ତି। ଶନିଙ୍କ ବକ୍ରି ଚଳନ ସବୁ ରାଶିକୁ ପ୍ରଭାବିତ କରିବ। କାହା ଉପରେ ଏହାର ଶୁଭ ପ୍ରଭାବ ପଡିବ ତ ଆଉ କାହା ଉପରେ ଅଶୁଭ। ଶନି ଜୁନ ୫ ତାରିଖରେ ବକ୍ରି ହେବାକୁ ଯାଉଛି। ୨୩ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଏହା ବକ୍ରି ରହିବେ। ତେଣୁ କେଉଁ ରାଶି ଉପରେ ଏହା କ’ଣ ପ୍ରଭାବ ପକାଇବ ତାହା ଜାଣିବା ଜରୁରୀ।

କେଉଁ ରାଶିକୁ ମିଳିବ ଲାଭ :

ବୃଷ ରାଶି : ବୃଷ ରାଶିର ବ୍ୟକ୍ତିମାନଙ୍କୁ ଶନି ବକ୍ରି ଚଳନର ଲାଭ ମିଳିବ। ଯେଉଁ ଲୋକ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ଏହି ସମୟ ଶୁଭ ରହିବ। ପରିଶ୍ରମର ଫଳ ମଧ୍ୟ ମିଳିବ। ଶୁଭ ଖବର ମିଳିବ। ଚାକିରିରେ ପଦୋନ୍ନତି ଏବଂ ଦରମା ବଢିବାର ଯୋଗ ରହିଛି। ବେପାର ବଣିଜ ପାଇଁ ମଧ୍ୟ ଶନିଙ୍କ ଏହି ଚଳନ ଲାଭକାରୀ ରହିବ।

କନ୍ୟା ରାଶି : ଏହି ରାଶିର ଲୋକଙ୍କ ଉପରେ ଶନିଙ୍କ କୃପା ଦୃଷ୍ଟି ରହିବ। ଭଲ ଚାକିରି ମିଳିବାର ସୁଯୋଗ ରହିଛି। ଯଦି ଆପଣ ଥିବା ଚାକିରି ଛାଡି ଅନ୍ୟ କେଉଁ ସ୍ଥାନରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଅନୁକୂଳ ସମୟ। ନୂଆ କାମ ଆରମ୍ଭ କରିପାରିବେ। ଆୟ ବଢିବାର ପ୍ରବଳ ସମ୍ଭାବନା ରହିଛି।

ମକର ରାଶି : ଏହି ରାଶିରେ ଶନି ଦେବଙ୍କ ବିଶେଷ କୃପା ରହିଛି। ବିଗିଡିଥିବା କାମ ହୋଇଯିବ। ଯଦି ଆପଣ ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ବହୁତ ଅନୁକୂଳ ସମୟ ରହିବ। କାର୍ଯ୍ୟସ୍ଥଳରେ ଆପଙ୍କର ସ୍ଥିତି ମଜବୁତ ରହିବ। ପ୍ରତି କାମରେ ସଫଳତା ମିଳିବ।

shanidev

କେଉଁ ରାଶି ପାଇଁ ଅଶୁଭ :

ମେଷ ରାଶି: ଶନିଙ୍କ ବକ୍ରି ଚଳନ ମେଷ ରାଶିର ବ୍ୟକ୍ତିତ୍ୱ ପାଇଁ ଅନୁକୂଳ ହେବ ନାହିଁ। ପରିଶ୍ରମ କରିବାର ଫଳ ମିଳିବ ନାହିଁ। ଆପଣଙ୍କୁ କୌଣସି କାମରେ ଅନେକ ବାଧା ସାମ୍ନା କରିବାକୁ ପଡିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖାଦେବ।

କର୍କଟ ରାଶି : ଏହି ରାଶିର ବ୍ୟକ୍ତିତ୍ୱ ଉପରେ ଶୁଭ ଫଳ ମିଳିବ ନାହିଁ। ପଇସା ଦେଣନେଣରେ ସାବଧାନତା ଅବଲମ୍ବନ କରନ୍ତୁ। ପଇସା ସହିତ ଜଡିତ କୌଣସି କାମ ବୁଝିବିଚାରି କରନ୍ତୁ। ନଚେତ କ୍ଷତି ପହଞ୍ଚିବ।

ସିଂହ ରାଶି : ପାରିବାରିକ ଜୀବନରେ ଅଶାନ୍ତି ଲାଗି ରହିବ। ଯେଉଁମାନଙ୍କ ଜୀବନରେ ଚିନ୍ତା ରହିଛି, ସେମାନଙ୍କର ଚିନ୍ତା ଅଧିକ ବଢିଯିବ। କୌଣସି କାମ କରିବା ପୂର୍ବରୁ ସାବଧାନ ରୁହନ୍ତୁ ନଚେତ ହଇରାଣ ହୋଇପାରନ୍ତି।

Leave A Reply

Your email address will not be published.