Categories: ସ୍ପେଶାଲ

ଆସନ୍ତା ୨୪ରେ ସ୍ଥାନ ପରିବର୍ତ୍ତନ କରିବେ ଶନି, ଜାଣନ୍ତୁ ୧୨ଟି ରାଶି ଉପରେ କଣ ପଡିବ ପ୍ରଭାବ

ମାଘ ମାସର ମଉନୀ ଅମବାସ୍ୟା ଦିନ ସକାଳ ୯.୧୫ରେ ଶନିଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ୨୯ ବର୍ଷ ପରେ ଶନି ଦେବ ମକର ରାଶିରେ ପ୍ରବେଶ କରିବେ। ତେବେ ଜାଣନ୍ତୁ ରାଶି ପରିବର୍ତ୍ତନରେ କି ପ୍ରଭାବ ପଡିବ। ଶନି ମକର ରାଶିର ସ୍ୱାମୀ। ଅର୍ଥାତ ଶନି ନିଜ ଘରକୁ ଫେରିବେ ଏବଂ ଏହି ରାଶିରେ ଶନି ଦେଢ ଅଢେଇ ବର୍ଷ ରହିବେ। ଏହାପରେ ଶନି ଦେବ କୁମ୍ଭ ରାଶିରେ ପ୍ରବେଶ କରିବେ। ବର୍ତ୍ତମାନ ଶନି ଧନୁ ରାଶିରେ ରହିଛନ୍ତି।

ଶନି ଗୋଟିଏ ରାଶିରେ ପାଖାପାଖି ଅଢେଇ ବର୍ଷ ବିଚରଣ କରିଥାନ୍ତି। କିନ୍ତୁ ଏଥର ଶନି ନିଜ ରାଶିରେ ଅଧିକ ବଳବାନ ରହିବେ। ଶନିଙ୍କୁ ଦେବତାଙ୍କ ମଧ୍ୟରେ ଜଜ୍‌ ର ଉପାଧି ଦିଆଯାଇଛି। କାରଣ ନ୍ୟାୟ ନ୍ୟାୟ ପ୍ରଣାଳୀ ଅଧିକ ମଜବୁତ୍‌ ହେବ। ଦେବତାଙ୍କ ମଧ୍ୟରେ ନ୍ୟାୟାଧୀଶ ଶନିଙ୍କ ରାଶି ପରିବର୍ତ୍ତନରେ ବୃଷ ଏବଂ କନ୍ୟା ରାଶିରୁ ବକ୍ର ଦୃଷ୍ଟି ଶେଷ ହୋଇଯିବ। ଏହି ସ୍ଥାନ ପରିବର୍ତ୍ତନରେ ମକର ରାଶି ଜାତକଙ୍କ ପାଇଁ ଭଲ ରହିବ ଏବଂ କୁମ୍ଭ ରାଶି ଲୋକଙ୍କ ପାଇଁ ମିଶ୍ରିତ ପରିଣାମ ମିଳିବ।

ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡିବ:

ମେଷ: ପ୍ରତିଷ୍ଠାରେ ବୃଦ୍ଧି, ସ୍ଥାନ ପରିବର୍ତ୍ତନ କରିପାରନ୍ତି।

ବୃଷ: ଅଟକି ରହିଥିବା କାମ ପୂରା ହେବ। ସନ୍ତାନ ସୁଖ।

ମିଥୁନ: ଆର୍ଥିକ ହାନି

କର୍କଟ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇପାରେ।

ସିଂହ: ଶତ୍ରୁତା ସମାପ୍ତ ହେବ।

କନ୍ୟା: ଧନ ହାନି ସମସ୍ୟା ଦୂର ହେବ।

ତୁଳା: ଘର ଝଗଡା ପାଇଁ ଚିନ୍ତାରେ ରହିବେ।

ବିଛା: ସୁଖ ଏବଂ ଆତ୍ମ ସନ୍ତୋଷ ଲାଭ ହେବ।

ଧନୁ: ସାବଧାନତାର ସହ ଗାଡି-ମଟର ଚଲାନ୍ତୁ।

ମକର: ଆର୍ଥିକ ଉନ୍ନତି, କାର୍ଯ୍ୟରେ ବିଳମ୍ବ ହୋଇପାରେ।

କୁମ୍ଭ: ଧନର ଆଗମନ ହେବ।

ମୀନ: ମାଙ୍ଗଳିକ କାର୍ଯ୍ୟ ହେବ।

KNews Bureau

Recent Posts

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

4 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

6 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

18 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

22 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

29 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

47 mins ago