ପ୍ରଥମ ଥର ପାଇଁ ସାଉଦି ଆରବ ଜାରି କଲା ମକ୍କାର କଳା ପଥରର ଫଟୋ, କ୍ୟାମେରାରେ କଏଦ କରିବାକୁ ଲାଗିଥିଲା ୫୦ ଘଣ୍ଟା

ପ୍ରଥମ ଥର ପାଇଁ ସାଉଦି ଆରବ ସରକାର ମକ୍କାର କାବାରେ ନିର୍ମିତ ପ୍ରାଚୀନ କଳା ପଥରର ଫଟୋ ଜାରି କରିଛି। ଏବେ ଯାଏଁ ଏହି ପଥରର ଏତେ ସ୍ପଷ୍ଟ ହାଇ ରିଜଲ୍ୟୁସନ ଫଟୋ କେବେ ବି କେହି ଦେଖି ନ ଥିଲେ। ଏହି ଫଟୋକୁ General Presidency for the Affairs of the Saudi Grand Mosque ଜାରି କରିଥିଲା। ଏହି ପଥରକୁ al-Hajar al-Aswad ମଧ୍ୟ କୁହାଯାଏ।

ଏହି ଫଟୋ ଉଠାଇବାକୁ ୫୦ ଘଣ୍ଟା ସମୟ ଲାଗେ। ଏହି ଦୁଇଟି ଫଟୋ ଉଠାଇବା ପୂର୍ବରୁ ୧ ହଜାର ୫୦ ଫଟୋ ଉଠାଯାଇଥିଲା। ପ୍ରତିଦିନ ୭ ଘଣ୍ଟା ଫଟୋଗ୍ରାଫି ପରେ ଏହି ୨ଟି ଫଟୋକୁ ଚୟନ କରାଯାଇଛି।

stone
Image Credit: DNA india

ଇସଲାମ ଅନୁସାରେ, ଏହି ପଥର ଆଦମ ଓ ଇବଙ୍କ ଅମଳର। ଏହାକୁ ମକ୍କାର କାବାସ୍ଥିତ ଗ୍ରାଣ୍ଡ ମସକ୍ୟୁରେ ରଖାଯାଇଥିଲା। ମାନ୍ୟତା ରହିଛି ଯେ ଏହି ପଥରକୁ ମସଜିଦରେ ପ୍ରଫେଟ ମହମ୍ମଦ ୬୦୫ ସିଇ ରେ ରଖିଥିଲେ। ଏତେ ସମୟ ମଧ୍ୟରେ ଏହି ପଥର ଖଣ୍ଡ ଖଣ୍ଡ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.