ଦୃଷ୍ଟି ବାଧିତ ମା’ର ପୁଅକୁ ରେଳ ଧାରଣାରୁ ବଞ୍ଚାଇ ଦେଲେ ରେଳ କର୍ମଚାରୀ

ଦୃଷ୍ଟି ବାଧିତ ମା’ର ପୁଅକୁ ରେଳ ଧାରଣାରୁ ବଞ୍ଚାଇ ଦେଲେ ରେଳ କର୍ମଚାରୀ । ଜୀବନ ରକ୍ଷାକାରୀ .ସେହି ରେଳବାଇ ଗାର୍ଡ଼ଙ୍କ ନାଁ ହେଉଛି ମୟୁର ସିଲକେ । ତାଙ୍କୁ ରେଳବାଇ ତରଫରୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ହେଲେ ସେଥିରୁ ଅଧା ସେ ବଞ୍ଚାଇଥିବା ପିଲାଟିର ପାଠ ପଢ଼ା ପାଇ ଦାନ କରି ଦେଇଥିଲେ।

ମୁମ୍ବାଇ: ଆମ ଓଡ଼ିଆରେ ଗୋଟିଏ କଥା ଅଛି ‘ରଖେ ହରି ତ ମାରେ କିଏ’ । ଏ ଘଟଣା ହେଉଛି ତାର ଜ୍ୱଳନ୍ତ ଉଦାହରଣ । ମୁମ୍ବାଇର ସେଣ୍ଟ୍ରାଲର ଭନଗାନି ରେଳ ଷ୍ଟେସନ୍‌ର ପ୍ଲାଟଫର୍ମ ଉପରେ ମା ସହ ପିଲାଟି ସ୍କୁଲରୁ ଘରକୁ ଫେରୁଛି । ଏତିକି ବେଳେ ମା ହାତରୁ ଖସି ପିଲାଟି ପଡ଼ି ଯାଇଛି ରେଳ ଧାରଣା କଡ଼ରେ । ଆଉ ଠିକ୍‌ ସେତିକି ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଛି ଟ୍ରେନ୍‌ ।  ଭିଜୁଆଲଟିରେ ଦେଖିବାକୁ ମିଳୁଛି କି ମା’ ହେଉଛି ଦୃଷ୍ଟି ବାଧିତ ମହିଳା । ତାଙ୍କୁ ଦିଶୁ ନଥିଲେ ମଧ୍ୟ ସେ ବୁଝି ପାରିଲେ କିଛି ଗୋଟେ ଅଘଟଣ ଘଟିଲା ବୋଲି । ଆଉ ସେ ଚେଷ୍ଟା କରୁଛନ୍ତି ହାତରୁ ଖସି ଯାଇଥିବା ପୁଅ ତାଙ୍କର କେଉଁଠି । ଅଣ୍ଡାଳି ହେଉଥାନ୍ତି ପୁଅ କେଉଁଠି ବୋଲି । ଏପଟେ ପିଲାଟି ମଧ୍ୟ ତଳୁ ପ୍ଲାଟଫର୍ମ ଉପରକୁ ଉଠିବାକୁ ଚେଷ୍ଟା କରୁଥାଏ । ହେଲେ ପାରୁ ନଥାଏ ।

ହୁଏତ ଆଉ କେଇ ସେକେଣ୍ଡେ ହୋଇଥିଲେ ଟ୍ରେନ୍‌ଟି ମାଡ଼ି ଯାଇଥାନ୍ତା ତା ଉପରେ । ତେବେ ସେହି ପ୍ଲାଟଫର୍ମରେ ଟିକେ ଦୂରରେ ଥିବା ରେଳବାଇର ଜଣେ ପଏଣ୍ଟସମ୍ୟାନ୍‌ ଖୁବ୍‌ ଜୋରରେ ଦୌଡ଼ି ଗଲେ । ରେଳ ଧାରଣା ମଝଇରେ ଦୌଡୁଥିଲେ । ଠିକ୍‌ ସାମନାରୁ ଆସୁଥିବା ଟ୍ରେନ୍‌ ଆଗରେ । ନିଜ ଜୀବନକୁ ବିପଦରେ ପକାଇ ପିଲାଟିକୁ ରେଳ ଧାରଣାରୁ ଉଠାଇ ପ୍ଲାଟଫର୍ମ ଉପରେ ପକାଇ ଦେଲେ । ଆଉ ସନ୍ଧିକ୍ଷଣରେ ନିଜେ ମଧ୍ୟ ଉପରକୁ ଉଠି ଆସିଲେ । ସେତେବେଳେ ଦେଖାଣାହାରିଙ୍କ ନିଶ୍ୱାସ ଯେମିତି ବନ୍ଦ ହୋଇ ଯାଇଥିଲା । ଆଉ ଛଅ ବର୍ଷର ପିଲାଟି ବଞ୍ଚିଯିବାରୁ ସମସ୍ତେ ଆଶ୍ୱସ୍ତ ହୋଇଥିଲେ । ଈଶ୍ୱରଙ୍କୁ କୃତଜ୍ଞତା ଜଣାଇଥିଲେ ।

ଜୀବନ ରକ୍ଷାକାରୀ ଏହି ରେଳବାଇ ଗାର୍ଡ଼ଙ୍କ ନାଁ ହେଉଛି ମୟୁର ସିଲକେ । ତାଙ୍କୁ ରେଳବାଇ ତରଫରୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ହେଲେ ସେଥିରୁ ଅଧା ସେ ବଞ୍ଚାଇଥିବା ପିଲାଟିର ପାଠ ପଢ଼ା ପାଇ ଦାନ କରି ଦେଇଥିଲେ । ଅବଶ୍ୟ ଘଟଣା ଘଟିଥିଲା ୨୦୨୧ ଏପ୍ରିଲ ୧୭ ତାରିଖରେ । ହେଲେ ଏବେବି ଏହାକୁ ମନେ ରଖିଛନ୍ତି ଲୋକେ । ମୟୁରଙ୍କ ସାହସକୁ ତାଙ୍କ ମାନବିକତାକୁ ତାରିଖ କରୁଛନ୍ତି । ନିକଟରେ ପୂର୍ବତନ କ୍ରିକେଟ୍‌ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ ଏହି ଭିଡିଓକୁ ଟୁଇଟ୍‌ କରି ପୁଣି ମନେ ପକାଇ ଦେଇଛନ୍ତି ଘଟଣାଟିକୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.