ଆଜି ଶ୍ରାବଣ ଶିବରାତ୍ରି: ଏହି ଶୁଭ ମୁହୂର୍ତ୍ତରେ ମହାଦେବଙ୍କ ଆରାଧନା କରନ୍ତୁ, ଦୂର ହେବ ସବୁ ସମସ୍ୟା

ଶିବରାତ୍ରି ସନାତନ ଧର୍ମର ଏକ ବଡ଼ ପର୍ବ। ମାନ୍ୟତା ରହିଛି, ଏହି ଦିନ ଦେବ ଦେବ ମହାଦେବ ପ୍ରକଟ ହୋଇଥିଲେ। ଏହା ବ୍ୟତୀତ ଶିବଙ୍କ ବିବାହ ମଧ୍ୟ ଏହି ଦିନ ହୋଇଥିଲା ବୋଲି ବିଶ୍ୱାସ ରହିଛି। ଏହି ଦିନ ମହାଦେବଙ୍କ ଉପାସନା କଲେ ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ। ଶିବରାତ୍ରିରେ ବ୍ରତ, ଉପବାସ, ମନ୍ତ୍ର ଜପ ଓ ରାତ୍ରି ଜାଗରଣର ବିଶେଷ ମହତ୍ତ୍ୱ ରହିଛି। ମାସର ପ୍ରତ୍ୟେକ ଚତୁର୍ଦ୍ଦଶୀକୁ ମାସ ଶିବରାତ୍ରି ବୋଲି କୁହାଯାଏ। କିନ୍ତୁ ଶ୍ରାବଣ ମାସ ଶିବଙ୍କ ପ୍ରିୟ ମାସ ହୋଇଥିବାରୁ ଏହି ମାସର ଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ କାଉଡ଼ିଆମାନେ ମହାଦେବଙ୍କୁ ଜଳ ଲାଗି କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି। ଚଳିତବର୍ଷ ଆଜି ପଡ଼ୁଛି ଶ୍ରାବଣ ଶିବରାତ୍ରି।

କେମିତି କରିବେ ମହାଦେବଙ୍କ ଉପାସନା:

ସକାଳୁ ସ୍ନାନ କରି ଶିବଙ୍କ ପୂଜାର ସଂକଳ୍ପ ନିଅନ୍ତୁ। ଶିବଙ୍କୁ ଜଳ ଅର୍ପଣ କରନ୍ତୁ। ଏହା ପରେ ପଞ୍ଚପୋଚାର ପୂଜନ କରି ମହାଦେବଙ୍କ ମନ୍ତ୍ର ଜପ କରନ୍ତୁ। ରାତିରେ ଶିବ ମନ୍ତ୍ର ସମେତ ରୁଦ୍ରାଷ୍ଟକ କିମ୍ବା ଶିବ ସ୍ତୁତିର ପାଠ କରନ୍ତୁ। ଯଦି ଚାରି ପ୍ରହର ପୂଜା କରୁଛନ୍ତି। ତେବେ ପ୍ରଥମେ କ୍ଷୀରରେ, ଦ୍ୱିତୀୟରେ ଦହିରେ, ତୃତୀୟରେ ଘିଅ ଓ ଚତୁର୍ଥରେ ମହୁରେ ପୂଜା କରନ୍ତୁ। ସବୁ ପ୍ରହରରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ।

lord shiva

ଶିବରାତ୍ରିର ଶୁଭ ମୁହୂର୍ତ୍ତ:

ଶ୍ରାବଣ ମାସର ଚତୁର୍ଦ୍ଦଶୀ ତିଥି ୨୬ ଜୁଲାଲ ସନ୍ଧ୍ୟା ୬ଟା ୪୬ ମିନିଟ୍‌ରେ ଆରମ୍ଭ ହେବ। ଏହା ୨୭ ଜୁଲାଇ ରାତି ୯ଟା ୧୧ରେ ଶେଷ ହେବ। ଇତି ମଧ୍ୟରେ ଶୁଭ ମୁହୂର୍ତ୍ତ ୨୭ ଜୁଲାଇ ସକାଳ ୮.୪୧ରୁ ଅପରାହ୍ନ ୩.୫୨ ଯାଏଁ ରହିବ।

ଯେଉଁ ଦମ୍ପତି ସନ୍ତାନ ସୁଖ ପାଇବାକୁ ଚାହୁଁଛନ୍ତି ଓ ଦୀର୍ଘ ଦିନ ହେଲାଣି ଛୁଆଟିଏ ପାଇଁ ଅପେକ୍ଷା କରିଛନ୍ତି, ସେମାନେ ଶ୍ରାବଣ ଶିବରାତ୍ରି ଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଶିବ ଲିଙ୍ଗରେ ଶୁଦ୍ଧ ଘିଅ ଲାଗି କରନ୍ତୁ। ଏହା ପରେ ଗଙ୍ଗା ଜଳ ମିଶ୍ରିତ ଜଳ ଅର୍ପଣ କରନ୍ତୁ। ଧ୍ୟାନ ରଖିବେ ଶିବରାତ୍ରି ଦିନ ଏହି ପୂଜା ସ୍ୱାମୀ-ସ୍ତ୍ରୀ ଏକାଠି କରିବେ। ଜଳ ଲାଗି କରିବା ସମୟରେ ମହାଦେବଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ପ୍ରାର୍ଥନା କରିବା ଆବଶ୍ୟକ।

ଯେଉଁମାନଙ୍କ ବିବାହରେ ବିଳମ୍ବ ହେଉଛି କିମ୍ବା କୌଣସି ବାଧା ଉପୁଜୁଛି, ସେମାନେ ଶ୍ରାବଣ ଶିବରାତ୍ରିରେ ହଳଦିଆ ରଙ୍ଗ ବସ୍ତ୍ର ପିନ୍ଧି ମହାଦେବଙ୍କ ପୂଜା କରନ୍ତୁ। ଏହି ଦିନ ଶିବଲିଙ୍ଗରେ ୧୦୮ ବେଲ ପତ୍ର ଲାଗି କରନ୍ତୁ। ବେଲ ପତ୍ର ଲାଗି କରିବା ବେଳେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଶୀଘ୍ର ବିବାହ ହୋଇଯିବ।

ସେହିପରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ୟକ୍ତି ଶ୍ରାବଣ ଶିବରାତ୍ରିରେ ଶିବ ଲିଙ୍ଗଙ୍କୁ କ୍ଷୀର, ଦହି, ମିଶ୍ରି, ମହୁ ଓ ଘିଅରେ ଅଭିଷେକ କରନ୍ତୁ। ତେବେ ଧ୍ୟାନ ରଖିବେ ଏହି ସମସ୍ତ ସାମଗ୍ରୀ ଏକାସାଙ୍ଗେ ଅର୍ପଣ କରନ୍ତୁ ନାହିଁ। ବରଂ ଗୋଟିଏ ଗୋଟିଏ କରି ଅର୍ପଣ କରନ୍ତୁ। ଏହା ପରେ ଜଳ ଚଢ଼ାନ୍ତୁ। ଏ ଅବସରରେ ‘ଓଁ ପାର୍ବତୀପତୟେ ନମଃ’ ମନ୍ତ୍ର ଜପ କରନ୍ତୁ। ମହାଦେବ ଓ ଦେବୀ ପାର୍ବତୀ ଶୀଘ୍ର ପ୍ରସନ୍ନ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.