୨୭୦ ବର୍ଗଫୁଟର ସ୍କୁଲ ବସ, ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବନାଇ ଦେଲେ ବିଳାସପୂର୍ଣ୍ଣ ଘର! ରହିଛି ଆଖି ଖୋସି ହେଲା ଭଳି ସୁବିଧା

ପାଖାପାଖି ୨୭୦ ବର୍ଗଫୁଟର ସ୍କୁଲ ବସକୁ ଏକ ବିଳାସପୂର୍ଣ୍ଣ ଘରରେ ପରିଣତ କରିଛନ୍ତି ଜଣେ ବ୍ୟକ୍ତି। ଆଉ ଏଥିପାଇଁ ସେ ଖର୍ଚ୍ଚ କରିଛନ୍ତି ୩୫ ହଜାର ଡଲାର ଅର୍ଥାତ ୨୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥରାଶି। ଏହି ବିଳାସପୂର୍ଣ୍ଣ ବସ ଭିତରେ ରହୁଛନ୍ତି ଜେଫ ନାମକ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଏନା ବ୍ୟାଟରଟନ, ତାଙ୍କର ୫ ଛୁଆ, ଦୁଇଟି କୁକୁର ଓ ଗୋଟିଏ ବିଲେଇ।

ଖାସ କଥା ହେଉଛି, ବସ ଭିତରେ ରୁମ, ଟଏଲେଟ ଭଳି ମୌଳିକ ସୁବିଧା ଛଡ଼ା ସ୍କାଇ ଲାଇଟ, ରେନ ଫଲ ସାୱାର, ଏକ କିଙ୍ଗ ସାଇଜ ବେଡ ମଧ୍ୟ ରହିଛି। ଏହି ପରିବାର ମୂଳତଃ ଟେକସାସର ଫୋର୍ଟ ୱର୍ଥ ଅଞ୍ଚଳର।

bus
photo credit: Zee News

ଏହି ପରିବାର ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ଅଛନ୍ତି। ସେମାନେ ନିଜର ଇନଷ୍ଟାଗ୍ରାମ ପେଜ ବନାଇଛନ୍ତି, ଯାହାର ନାଁ @regainingadventure ରଖିଛନ୍ତି। ଏଇ କିଛି ବର୍ଷ ହେବ ଜେଫ ଟେକସାସରେ ୱାର୍କ ଫ୍ରମ ହୋମ କରୁଛନ୍ତି ଏବଂ ସ୍ତ୍ରୀ ଏନା ନିଜ ପିଲାମାନଙ୍କୁ ହୋମ ସ୍କୁଲିଂ ଦେଉଛନ୍ତି। ସପ୍ତାହ ଶେଷ ଅର୍ଥାତ ଉଇକେଣ୍ଡରେ ଏହି ପରିବାର ରୋଡ ଟ୍ରିପ, କ୍ୟାଂପିଙ୍ଗ ଆଡଭେଞ୍ଚର ଏବଂ ଆଉଟଡୋର ୱାକ ପାଇଁ ବାହାରି ଯାଆନ୍ତି।

Leave A Reply

Your email address will not be published.