ଆମେରିକାର Massachusetts ସ୍କୁଲରେ ନିଜ ସ୍କୁଲ ପିଲାଙ୍କୁ ଇଲେକଟ୍ରିକ ସକ୍ ଦେବା ପାଇଁ ପୁନର୍ବାର ଅନୁମତି ମିଳିଛି । ଏଥିପାଇଁ ସଂଘୀୟ ଅଦାଲତ ମଙ୍ଗଳବାର ଏକ ନିଷ୍ପତ୍ତି ନେଇଛି । ଯାହାପରେ ଏବେ ଏହି ସ୍କୁଲରେ ପିଲାଙ୍କୁ ବିଜୁଳିର ଝଟକା ଦିଆଯିବ ।
ଆମେରିକାର Massachusetts ସ୍କୁଲରେ ପିଲାଙ୍କୁ ବିଜୁଳି ଝଟକା ଦେବା ନିୟମକୁ ଜାଣିଲା ପରେ ୟୁଏସ ଫୁଡ଼ ଡ୍ରଗ ଆଡମିନିଷ୍ଟ୍ରେସନ ପୂର୍ବରୁ ଏହା ଉପରେ ରୋକ ଲଗାଇଥିଲା । ଏଭଳି ନିୟମରେ ବୟସ୍କ ତଥା ପିଲାଙ୍କ ଜୀବନ ପ୍ରତି ବିପଦ ଥିବା କାରଣରୁ ଏହା ଉପରେ ପ୍ରତି ବନ୍ଧକ ଲଗାଯାଇଥିଲା । ସୂଚନା ଅନୁଯାୟୀ, ଏହି ସ୍କୁଲରେ ବିକଳାଙ୍ଗ ପିଲା ପାଠ ପଢ଼ନ୍ତିି । ତାଙ୍କ ମାନସିକ ଓ ଶାରୀରିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା ।
ତେବେ ଏହି ସମସ୍ୟାର ସମାଧାନ ପାଇଁ ଏହା ଏକମାତ୍ର ଶେଷ ଉପାୟ ବୋଲି ଅଭିଭାବକ ମାନେ କହିଥିଲେ । ତାଙ୍କ କହିବା ଅନୁଯାୟୀ, ନିଜ ପ୍ରିୟଜନ ତଥା ପିଲାଙ୍କୁ ସୁସ୍ଥ ତଥା ସୁରକ୍ଷିତ ରଖିବା ପାଇଁ ଜୀବନ ରକ୍ଷକ ଅନ୍ତିମ ଉପଚାରକୁ ଆପଣାଇଛନ୍ତି । ଏହା ଆମେରିକାର ଏକ ମାତ୍ର ସ୍କୁଲ, ଯେଉଁଠି ପିଲାଙ୍କୁ ବିଜୂୁଳି ଝଟକା ଦିଆଯାଏ ।
ଏହାକୁ ନେଇ ମାନସିକ ବିକଳାଙ୍ଗ ଅଧିକାର ଇଣ୍ଟରନ୍ୟାସନାଲ ଏବଂ ସଂଯୁକ୍ତ ରାଷ୍ଟ୍ର ସହିତ ବିକଳାଙ୍ଗ ଅଧିକାରଙ୍କ ସହ ଆଲୋଚନା କରାଯାଇଥିଲା। ଏହାର ଅଧ୍ୟକ୍ଷ ଲାରୀଂ ଗାର୍ଜିଆନ କହିଥିଲେ ଯେ, ପିଲାଙ୍କୁ କଷ୍ଟ ଦେଇ ବିଜୁଳି ଝଟକା ଦେଇ ସୁସ୍ଥ କରିବା ଭଳି ବିଚାର ଦୁନିଆର ସବୁଠୁ ଖରାପ ଏବଂ କଷ୍ଟଦାୟକ ଉପଚାର ରୂପେ ମାନ୍ୟତା ପ୍ରାପ୍ତ, ଯାହା କରିବା ଅନୁଚିତ ।