ଯେଉଁ ସ୍ଥାନକୁ ଆପଣ କେବେ ଦେଖିନଥାନ୍ତି କି ଯାଇନଥାନ୍ତି, ତଥାପି କେମିତି ସ୍ୱପ୍ନରେ ଆସେ ସେହି ସ୍ଥାନ

ସ୍ୱପ୍ନ ମଣିଷମାନଙ୍କ ପାଇଁ ଏକ ନିଆରା ଅନୁଭୂତି । ସ୍ୱପ୍ନ ଦେଖୁଥିବା ବ୍ୟକ୍ତି ଶୋଇବା ସମୟରେ ଏକ ଭିନ୍ନ ଦୁନିଆରେ ରହିଥାଏ । ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଜଣେ ବ୍ୟକ୍ତି କେବଳ ସେହି ଜିନିଷଗୁଡ଼ିକୁ ନିଜ ସ୍ୱପ୍ନରେ ଦେଖନ୍ତି ଯାହା ବିଷୟରେ ସେ ଭାବନ୍ତି । କିନ୍ତୁ କିଛି ସ୍ୱପ୍ନ ଏପରି ଯାହାକୁ ସଠିକ୍‌ ଭାବେ ବୁଝି ହୋଇନଥାଏ । ତେବେ ଆପଣ ଏପରି ମଧ୍ୟ ସ୍ୱପ୍ନ ଦେଖିଥାନ୍ତି, ଯେଉଁ ସ୍ଥାନକୁ ଆଗରୁ ଆପଣ ଯାଇନଥାନ୍ତି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି, ଯେ ଏପରି କାହିଁକି ହୋଇଥାଏ । ତାହେଲେ ଆସନ୍ତୁ ଏହି ବିଷୟରେ ଜାଣିବା କ’ଣ ପାଇଁ ଏପରି ହୋଇଥାଏ ।

ମଣିଷ କାହିଁକି ସ୍ୱପ୍ନ ଦେଖେ :

ଦି ଓରେକଲ୍ ଅଫ୍ ନାଇଟ୍ : ହିଷ୍ଟ୍ରି ଅଫ୍ ଡ୍ରିମ୍ସ ଏବଂ ନ୍ୟୁରୋ ସାଇଣ୍ଟିଷ୍ଟ୍ ର ଲେଖକ ସିଦ୍ଧାର୍ଥ ରିବିରୋ ବିଶ୍ୱାସ କରନ୍ତି ଯେ ଏହି ଦୁନିଆରେ କୌଣସି ବ୍ୟକ୍ତି ନାହାଁନ୍ତି ଯିଏ ସ୍ୱପ୍ନ ଦେଖନ୍ତି ନାହିଁ । ତେବେ ହଁ, ଏହା ସତ୍ୟ ଯେ କିଛି ଲୋକ ସେମାନଙ୍କର ସ୍ୱପ୍ନକୁ ମନେ ରଖନ୍ତି ଏବଂ କିଛି ଲୋକ ଏହାକୁ ଭୁଲିଯାଆନ୍ତି ।

ସ୍ୱପ୍ନ ଆମେ କିପରି ଅଜଣା ସ୍ଥାନରେ ପହଞ୍ଚିଥାଉ :
ତାହେଲେ ଆସନ୍ତୁ ଜାଣିବା ଯେ ନିଦରେ ଶୋଇବା ସମୟରେ ସ୍ୱପ୍ନ କିପରି ଦେଖିଥାଉ । ଆମ ସାମ୍ନାରେ ସେମାନଙ୍କ ପ୍ରତିଛବି ସୃଷ୍ଟି ହେବାର କାରଣଗୁଡ଼ିକ କ’ଣ ? ବାସ୍ତବରେ, ବିଜ୍ଞାନ ବିଶ୍ୱାସ କରେ ଯେ ଆମେ ପୂରା ଦିନ ଯାହା କରିଥାଉ କିମ୍ବା ଚିନ୍ତା କରିଥାଉ ସେହି ସବୁ ଜିନିଷକୁ ଆମେ ଏକାଠି କରି ସ୍ୱପ୍ନରେ ଦେଖିଥାଉ । ଏହି ସମୟ ମଧ୍ୟରେ ଆମେ ବହୁତ କିଛି ଦେଖୁ ଏବଂ ଏହାର ଏକ ଅଂଶ ହୋଇଯାଉ । ବର୍ତ୍ତମାନ ଆସନ୍ତୁ ଜାଣିବା କିପରି ଆମେ ଅଜଣା ସ୍ଥାନରେ ପହଞ୍ଚିଥାଉ ।

ଆପଣ ଯାହା ଦେଖନ୍ତି, ଶୁଣନ୍ତି, ଅନୁଭବ କରନ୍ତି ଏବଂ ଭାବନ୍ତି ତାହା ଉପରେ ଆଧାର କରି ସ୍ୱପ୍ନ ସୃଷ୍ଟି ହୋଇଥାଏ । ତେବେ ସ୍ୱପ୍ନ ଆମର ବର୍ତ୍ତମାନର ଜୀବନର ଏକ ଅଂଶ ହୋଇଥାଏ । ଅନେକ ଥର ଏସବୁର ମିଶ୍ରଣ ଆପଣଙ୍କ ସାମ୍ନାରେ ଏପରି ଭାବରେ ଦେଖାଯାଏ ଯାହା ଆପଣ ବୁଝିବାକୁ ସକ୍ଷମ ହୁଅନ୍ତି ନାହିଁ । ଏହାକୁ ସରଳ ଭାଷାରେ କହିବାକୁ ଗଲେ, ଯଦି ଆପଣ ଦିନରେ ଏକ ଫିଲ୍ମ ଦେଖନ୍ତି ଏବଂ ଏଥିରେ ଅନେକ ସିନ୍‌ ଥାଏ । ଏପରି ଭାବେ ଆମେ ସେହି ସବୁ ଜିନିଷକୁ ନିଜ ସ୍ୱପ୍ନରେ ଦେଖିଥାଉ ।

ଯାହାଫଳରେ ସ୍ୱପ୍ନରେ କିଛି ଘଣ୍ଟା ମଧ୍ୟରେ ଅନେକ ଜିନିଷ ଆପଣଙ୍କ ମନକୁ ଆସିଛି । ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ଶୋଇ ଯାଆନ୍ତି, ସେତେବେଳେ ସ୍ୱପ୍ନ ସୃଷ୍ଟି ହୁଏ, ଏହି ଜିନିଷଗୁଡ଼ିକ ପରସ୍ପର ସହିତ ମିଶି ଏକ ନୂତନ ସ୍ଥାନ ସୃଷ୍ଟି ହୋଇଥାଏ । ମରୁଭୂମି ପରି ଯେଉଁଠାରେ ଏକ ପ୍ରବଳ ସ୍ରୋତ ଥିବା ନଦୀ ପ୍ରବାହିତ ହେଉଛି । କିମ୍ବା ଏକ ଘନ ଜଙ୍ଗଲରେ ବରଫରେ ଏକ ଧଳା ପର୍ବତ ଭଳି ଅନେକ ଜିନିଷ ସ୍ୱପ୍ନରେ ଆସଥାଏ । ତାହା ହେଉଛି ବର୍ତ୍ତମାନର ଜୀବନରେ ବୈଜ୍ଞାନିକ ଭିତ୍ତିରେ ଯାହା ସମ୍ଭବ ନୁହେଁ । ଆପଣ ଏହାକୁ ନିଜ ସ୍ୱପ୍ନରେ ଦେଖୁଛନ୍ତି । ତେବେ ଏପରି ଅନେକ ପ୍ରକାରର ଜିନିଷ ନିଜ ସ୍ୱପ୍ନରେ ଦେଖିଥାଉ । ଯାହା ସତ୍ୟ ହୋଇନଥାଏ । ତେବେ ଏହି କାରଣରୁ ଆମେ ସ୍ୱପ୍ନରେ ଅନେକ ପ୍ରକାରର ଜିନିଷ ଦେଖିଥାଉ ।

You might also like