ଲୁଣି ସମୁଦ୍ର ତଳୁ ବାହାରିଲା ଚିନି, ବୈଜ୍ଞାନିକଙ୍କ ଅନୁସନ୍ଧାନ ଆଣିଲା ନୂଆ ଆବିଷ୍କାର

ବୈଜ୍ଞାନିକ ମାନେ ସବୁବେଳେ କିଛି ନା କିଛି ନୂତନ ଆବିଷ୍କାରରେ ଲାଗିଛନ୍ତି । ଆଉ ସେହିଭଲି ମଧ୍ୟ ସଫଳତାର ନିଷ୍କର୍ଷ ସାମନାକୁ ଆସୁଛି । ଲୋକେ ପ୍ରତିଦିନ କିଛି ନା କିଛି ନୂଆ ସହ ପରିଚିତ ହେଉଛନ୍ତି । ସେପୁଣି ଆଶ୍ଚର୍ଯ୍ୟ ଓ ଚକିତ କଲାଭଳି ଖବର । ବର୍ତ୍ତମାନ ଆଉ ଏକ କଥା ସାମନାକୁ ଆସିଛି ଯାହା ଆପଣଙ୍କୁ ବିଶ୍ୱାସ ହେବନି । କିନ୍ତୁ ଅନୁସନ୍ଧାନରୁ ଏନେଇ ଜଣାପଡିଛି । ଜାଣିବା କଣ ସେହି ଆବିଷ୍କାର ।

ଏକ ଏମିତି କିଛି ବାହାର କରିଛନ୍ତି ମେକ୍ସ ପ୍ଲେଙ୍କ ଇନଷ୍ଟିଚ୍ୟୁଟ ଫର ମରିନ ମାଇକ୍ରୋବାୟୋଲୋଜିର ବୈଜ୍ଞାନିକ ଯାହା ବେଶ ଆଶ୍ଚର୍ଯ୍ୟଜନକ, କୌତୁହଳପୂର୍ଣ୍ଣ । ଏହି ବୈଜ୍ଞାନିକଙ୍କୁ ଦୁନିଆର ମହାସାଗର ସମୁଦ୍ର ଘାସର ମାଟି ତଳେ ଚିନିର ଗଦା ମିଳିଛି । ଏହି ସମୁଦ୍ରୀ ଘାସ ମିଡୋଜ କାର୍ବନକୁ କ୍ୟାପଚର କରିବାରେ ବହୁତ ହି କୁଶଳୀ ଓ ଦୁନିଆର ଶୀର୍ଷ କାର୍ବନ କ୍ୟାପଚରିଙ୍ଗ ଇକେସିଷ୍ଟମ ମଧ୍ୟରେ ଗୋଟିଏ ।

ସଂସ୍ଥାନ ଅନୁସାରେ ଏକ ବର୍ଗ କିଲୋମିଟର ସମୁଦ୍ରୀ ଘାସ ଉପରେ ଥିବା ବଣ ତୁଳନାରେ ପାଖାପାଖି ୨ଗୁଣା କାର୍ବନ ସଂଗୃହିତ ରହିଛି । ଯାହା ୩୫ଗୁଣା ଚଞ୍ଚଳ । ଯେବେ ବୈଜ୍ଞାନିକମାନେ ଏହାର ପାଖବର୍ତ୍ତୀ ଇଲାକାରେ ନିରିକ୍ଷଣ କଲେ ତେବେ ଏହାର ମାଟି ସହ ବହୁ ମାତ୍ରାରେ ଚିନି ମିଳିଥିଲା । ଏହି ଇନଷ୍ଟିଚ୍ୟୁଟରେ ଷ୍ଟଡି ଗ୍ରୁପର ଚିପ ମୈନୁଆଲ ଲିବେକେଙ୍କ କହିବା କଥା କି ସମୁଦ୍ର ବାତାବରଣରେ ପ୍ରଥମେ ଚିନିର ଭାରି ମାତ୍ରା ମପାଯାଇଥିଲା । ଚିନି ତୁଳନାରେ ଏହା ପାଖାପାଖି ୮୦ଗୁଣା ଅଧିକ ।

ମୈନୁଆଲ ଲିବେକେ କହିଛନ୍ତି କି ନୂଆ ଭାବେ ଅନୁସନ୍ଧାନ ଦ୍ୱାରା ପାଖାପାଖି ଦୁନିଆରେ ୦.୬ ଓ ୧.୩ ମିଲିୟନ ଟନ ଚିନି ମୁଖ୍ୟ ରୂପରେ ଅର୍ଥାତ ସୁକ୍ରୋଜ ରୂପରେ ସମୁଦ୍ରୀ ଘାସର ରାଇଜେସ୍ପିଅରରେ ଗଚ୍ଛିତ ରହିଛି । ଏହି ମାତ୍ରା କୋକର ୩୨ଅରବ କେନରେ ଥିବା ଚିନି ମାତ୍ର୍‌ା ସହ ବରାବର ଅଟେ ।

ଏହି ରିସର୍ଚ୍ଚ କରୁଥିବା ଟିମର କହିବା କଥା କି ଏହା ନୂଆ ଆବିଷ୍କାର ଅଟେ । ସଂସ୍ଥାନ ଅନୁସାରେ ଏହି ଘାସ ସବୁ ମହାସାଗରରେ ବହୁ ଶୀଘ୍ର କମିବାରେ ଲାଗିଛି ଏବଂ ଦୁନିଆର ଏକ ତିହାଇ ସମୁଦ୍ରୀ ଘାସ ସମୟର ବହୁ ପୂର୍ବରୁ ହଜିଯାଇପାରେ ।

ମିଷ୍ଟର ଲିବକେ କହିଛନ୍ତି କି ଆମେ ଏହା ଦେଖିବାକୁ ବି ଚେଷ୍ଠା କରିଛୁ କି ଯେବେ ସମୁଦ୍ରୀ ଘାସକୁ ନଷ୍ଟ କରାଯାଏ ତେବେ ଦୁନିଆରେ ମହାସାଗର ଓ ତଟୀୟ ପରିସ୍ଥିତି କିଭଳି ଭାବେ ପ୍ରଭାବିତ ହୋଇଥାଏ । ଏହି ରିସର୍ଚ୍ଚରୁ ସାମନାକୁ ଆସିଛି କି ଏହା କେବଳ ସମୁଦ୍ରୀ ଶୈବାଳ ହିଁ ନୁହେଁ ବରଂ ଜୀବିତ ସମୁଦ୍ରୀ ଘାସର ତଳେ ବଡ ମାତ୍ରାରେ ଶୁକ୍ରୋଜ ଅଟେ । ଯାହାର ପରଣାମ ସ୍ୱରୁପ ସଂଗୃହିତ ଥିବା କାର୍ବନର କ୍ଷତି ହୋଇଥାଏ ।
ଗଣନାରୁ ଜଣାପଡିଛି କି ଯଦି ସମୁଦ୍ରୀ ଘାସର ରାଜୋସ୍ପିଅରରେ ଶୁକ୍ରୋଜକୁ କମ କରାଯାଉଛି ତେବେ ଦୁନିଆରେ ଅତି କମରେ ୧.୫୪ମିଲିୟନ ଟନ କାର୍ବନ ଡାଇଅକ୍ସାଇଡ ବାୟୁମଣ୍ଡଳରେ ଯିବ । ଏହା ପାଖାପାଖି ବର୍ଷକ ମଧ୍ୟରେ ୩ଲକ୍ଷ ୩୦ହଜାର କାରୋ ଦ୍ୱାରା ଉତ୍ସର୍ଜିତ କାର୍ବନ ଡାଇଅକ୍ସାଇଡର ମାତ୍ରା ସହ ବରାବର ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.