ସ୍ପେଶାଲ

ଇଣ୍ଟରଷ୍ଟେଲର କଣ? ମହାକାଶର ଏହି ରହସ୍ୟମୟୀ ଜିନିଷକୁ ଖୋଜୁଛନ୍ତି ବୈଜ୍ଞାନିକ

ମହାକାଶ ଅନେକ ରହସ୍ୟରେ ଭରି ରହିଛି । ମହାକାଶରେ ଏପରି ଅନେକ ଜିନିଷ ରହିଛି ଯାହା ବିଷୟରେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ । ମହାକାଶରେ ଥିବା ରହସ୍ୟମୟୀ ଜିନିଷ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ମହାକାଶରୁ ବେଳେବେଳେ କିଛି ରହସ୍ୟମୟୀ ଜିନିଷ ଆମ ପୃଥିବୀରେ ଦେଖିବାକୁ ମିଳେ । ଏହି ରହସ୍ୟମୟୀ ଜିନିଷ ମଧ୍ୟରୁ ଇଣ୍ଟରଷ୍ଟେଲର ଅନ୍ୟତମ । ତେବେ ଆପଣ ଭାବୁଥିବେ ଏହି ଇଣ୍ଟରଷ୍ଟେଲର କଣ? ମହାକାଶରୁ ପୃଥିବୀରେ ପଡ଼ିଥିବା ଜିନିଷ ହେଉଛି ଇଣ୍ଟରଷ୍ଟେଲର । ଏହା ଉଲକାପିଣ୍ଡ ଠାରୁ ଭିନ୍ନ ହୋଇଥାଏ । ନିକଟରେ ହୋଇଥିବା ଏକ ରିସର୍ଚରେ ହାଓ୍ଵର୍ର୍ଡ ୟୁନିଭର୍ସିଟିର ଜଣେ ପ୍ରଫେସର ଦାବି କରିଛନ୍ତି ଯେ, ଇଣ୍ଟରଷ୍ଟେଲର ଅବଜେକ୍ଟ ସନ୍ଧାନ କରୁଥିବା ସମୟରେ ଏପରି ଏକ ଜିନିଷ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହାଓ୍ଵର୍ର୍ଡ ୟୁନିଭର୍ସିଟିର ପ୍ରଫେସର ଆଭି ଲୋଏବ ଏଭଳି ଦାବି କରିଛନ୍ତି । ଦୁଇ ସପ୍ତାହ ପୂର୍ବରୁ ହିଁ ସେ ଏଭଳି ଏକ ପିଣ୍ଡର ଅନୁସନ୍ଧାନ ପାଇଁ ପ୍ରଶାନ୍ତ ମହାସାଗରରେ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପୃଥିବୀରେ ଦୁଇଟି ଇଣ୍ଟରଷ୍ଟେଲର ମିଳିଛି । ପ୍ରଥମ ଇଣ୍ଟରଷ୍ଟେଲର ୨୦୧୭ ମସିହାରେ ମିଳିଥିଲା । ଏହାର ନାମ ଓଉମୁଆମୁଆ ଥିଲା । ଅନ୍ୟପଟେ ଦ୍ୱିତୀୟ ଇଣ୍ଟରଷ୍ଟେଲର ୨୦୧୯ ମସିହାରେ ମିଳିଥିଲା, ଯାହାର ନାମ ବୋରିସୋବ ଥିଲା । ଏହି ଇଣ୍ଟରଷ୍ଟେଲର ସନ୍ଧାନ କରିବାର କାରଣ ହେଉଛି ବୈଜ୍ଞାନିକମାନେ ମହାକାଶର ସେହି ରହସ୍ୟ ବିଷୟରେ ଜାଣିବାକୁ ଚାହୁଛନ୍ତି, ଯେଉଁଠାରେ ସେମାନେ ଏପର୍ଯ୍ୟନ୍ତ ପହଞ୍ଚିପାରି ନାହାନ୍ତି ।

ଓଉମୁଆମୁଆ ଯେତେବେଳେ ପୃଥିବୀରେ ପଡ଼ିଥିଲା, ସେହି ସମୟରେ ସମଗ୍ର ଦୁନିଆର ବୈଜ୍ଞାନିକମାନେ ଏହାର ରିସର୍ଚ କରିବା ପାଇଁ ପହଞ୍ଚିଥିଲେ । ଏହି ବୈଜ୍ଞାନିକମାନଙ୍କ ମଧ୍ୟରେ ପ୍ରଫେସର ଲୋଏବ ମଧ୍ୟ ସାମିଲ ଥିଲେ । ଏହାକୁ ନେଇ ଅନେକ ଥିଓରି ମଧ୍ୟ ପ୍ରକାଶ ପାଇଥିଲା । ଏହା ମହାକାଶ ଯାନର ଏକ ଅଂଶ ହୋଇପାରେ ବୋଲି କିଛି ବୈଜ୍ଞାନିକମାନେ କହିଥିଲେ । ସେହିପରି କିଛି ବୈଜ୍ଞାନିକମାନେ ଏହାକୁ ଏକ ଖରାପ ସାଟେଲାଇଟ କହିଥିଲେ । କିନ୍ତୁ ଅନ୍ୟ କିଛି ବୈଜ୍ଞାନିକ ଏହାକୁ ଧୂମକେତୁ କହିଥିଲେ । ଏହା ପାଖାପାଖି ୧୦୦ ମିଟର ଲମ୍ବା ଥିବା କୁହାଯାଇଥିଲା ।

ବର୍ତ୍ତମାନ ସମୟରେ ଯଦି ଇଣ୍ଟରଷ୍ଟେଲର ପୃଥିବୀପୃଷ୍ଠରେ ପଡ଼ୁଛି ତେବେ ଏହା ଏକ ବିଶେଷ ସମୟ ହେବ । କାରଣ ଅନେକ ଥର ଏହି ଇଣ୍ଟରଷ୍ଟେଲର ବହୁ ଦୂର ଯାତ୍ରା କରି ମହାକାଶରେ ପହଞ୍ଚିଥାଏ, ଯେଉଁଠାରେ ବୈଜ୍ଞାନିକଙ୍କ ସାଟେଲାଇଟ ପହଞ୍ଚିବା ମଧ୍ୟ ଅସମ୍ଭବ ହୋଇଥାଏ । ଏହା ସହିତ ଯେଉଁ ଗ୍ରହରୁ ଏହା ଆସିଥାଏ, ସେ ବିଷୟରେ ମଧ୍ୟ ଏହି ଇଣ୍ଟରଷ୍ଟେଲରୁ ତଥ୍ୟ ମିଳିପାରିବ । ଏହି କାରଣରୁ ହିଁ ବୈଜ୍ଞାନିକମାନେ ପୃଥିବୀରେ ପଡ଼ିଥିବା ସମସ୍ତ ଇଣ୍ଟରଷ୍ଟେଲର ର ସନ୍ଧାନ କରୁଛନ୍ତି ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago