ସ୍ପେଶାଲ

ପ୍ଲାଷ୍ଟିକ ଆର୍ବଜନା ଠାରୁ ମିଳିବ ମୁକ୍ତି, ବୈଜ୍ଞାନିକ ଖୋଜି ବାହାର କଲେ ପ୍ଲାଷ୍ଟିକ ଖାଉଥିବା ଛତୁ

୧୯୫୦ ମସିହା ପରେ ଏପର୍ଯ୍ୟନ୍ତ ପୃଥିବୀରେ ମଣିଷମାନେ ୯ ବିଲିୟନ ଟନ୍ ଅର୍ଥାତ ୮୧୬ କିଲୋଗ୍ରାମ ପ୍ଲାଷ୍ଟିକ୍ ବ୍ଯବହାର କରିସାରିଲେଣି। ଏଥିରୁ ମାତ୍ର ୯ ପ୍ରତିଶତ ହିଁ ରିସାଇକେଲ କରିହେଉଛି। ୧୨ ପ୍ରତିଶତ ଜଳି ପାଉଁଶ ହୋଇଯାଇଛି। କିନ୍ତୁ ଏବେ ବାକିଥିବା ୭୯ ପ୍ରତିଶତ ପ୍ଲାଷ୍ଟିକ୍ ନା ଜଳିପାରୁଛି କିମ୍ବା ରି-ସାଇକେଲ ହୋଇପାରୁଛି। ଯାହା ପ୍ରକୃତି ପାଇଁ ବିପଦ। ଏବେ ବୈଜ୍ଞାନିକମାନେ ଏଭଳି ଏକ ଛତୁ ଖୋଜି ବାହାର କରିଛନ୍ତି, ଯାହାକି ପ୍ଳାଷ୍ଟିକ ଖାଇ ଜୈବିକ ପଦାର୍ଥ ତିଆରି କରୁଛି। ଅର୍ଥାତ ଭବିଷ୍ୟତରେ ପ୍ଲାଷ୍ଟିକ ଆବର୍ଜନା ଠାରୁ ମୁକ୍ତି ମିଳିପାରିବ।

ଏହି ଛତୁର ନାଁ ପେଷ୍ଟାଲୋଟିୟୋ ମାଇକ୍ରୋସ୍ପୋରା (Pestalotiopsis microspora ) ଏହି ଛତୁ ପ୍ଲାଷ୍ଟିକ୍ ତିଆରି କରୁଥିବା ପଦାର୍ଥ ପଲିୟୁରିଥିନ (Polyurethane)କୁ ଖାଇ ଜୈବିକ ପଦାର୍ଥରେ ପରିବର୍ତ୍ତିତ କରିଦେଇଥାଏ। ତାହା ପୁଣି ପ୍ରାକୃତିକ ପ୍ରଣାଳୀରେ। ଅର୍ଥାତ ଭବିଷ୍ୟତରେ ପ୍ଳାଷ୍ଟିକର ବର୍ଜ୍ୟ ବସ୍ତୁରୁ ମୁକ୍ତି ପାଇବାକୁ ଏହି ଛତୁର ଉପଯୋଗ କରାଯାଇପାରେ।

ପରିବେଶବିତଙ୍କର କହିବା ଅନୁସାରେ, ଯଦି ଏହି ଛତୁକୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉପରେ ଯଦି ସୃଷ୍ଟି କରାଯାଏ ତେବେ କିଛି ସମୟରେ ସେଠାରେ ଅନେକ ଗୁଡିଏ ଜୈବିକ ପଦାର୍ଥ ଜମା ହୋଇଯିବ। ଏହାର ଉପଯୋଗ ଖତ ଭାବରେ କରିହେବ। କାରଣ ଏହି ଛତୁ ଏକ ପ୍ରାକୃତିକ କମ୍ପୋଷ୍ଟ ଭାବରେ କାମ କରୁଛି। ଏହା ଆମର ପୃଥିବୀରୁ ବର୍ଜ୍ୟବସ୍ତୁ ସଫା କରିବାରେ ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।

ଏହି ଛତୁ ଏକ ପ୍ରକାର କବକ ହୋଇଥାଏ, ଯାହାକି ମାଟି ଭିତରୁ କିମ୍ବା ଗଛର ଛାଲିରେ ବଢିଥାଏ। ଏହି ସାଧାରଣତଃ ମୃତ ଗଛ-ଲତାକୁ କମ୍ପୋଷ୍ଟ କରିବାର କାମ କରିଥାଏ। ଛତୁର ବିଶେଷ୍ବତ ହେଉଛି ଏହା କନଷ୍ଟ୍ରକସନ୍ ମ୍ୟାଟେରିଆଲରୁ ନେଇ ବାୟୋଫୁଏଲ୍ ପର୍ଯ୍ୟନ୍ତ ଉପଯୋଗ ହୋଇଥାଏ। ଏଥିପାଇଁ ବର୍ଷ ବର୍ଷ ଧରି ବୈଜ୍ଞାନିକ ରିସର୍ଚ୍ଚ କରୁଛନ୍ତି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago