ସ୍ପେଶାଲ

ଡେଣା ନଥିଲେ ବି କେମିତି ଉଡ଼େ ସାପ? ରହସ୍ୟରୁ ପର୍ଦ୍ଦା ଉଠାଇଲେ ବୈଜ୍ଞାନିକ

ଦୁନିଆରେ ଅନେକ ପ୍ରକାରର ସାପ ଅଛନ୍ତି। କିଏ ଅତ୍ୟଧିକ ବିଷାକ୍ତ ତ ଆଉ କିଏ କମ୍‌। ସେହିପରି କେତେକ ସ୍ଥଳ ଭାଗରେ ରୁହନ୍ତି ତ ଆଉ କେତେକ ଜଳରେ। ସାପ ପ୍ରାୟତଃ ତଳେ ଘୁଷୁଡ଼ି ଘୁଷୁଡ଼ି ଚାଲେ ବୋଲି ସମସ୍ତେ ଜାଣନ୍ତି। ମାତ୍ର ପୃଥିବୀରେ ଏମିତି ବି ସାପ ଅଛନ୍ତି ଯେଉଁମାନେ ଉଡ଼ିପାରନ୍ତି। ବୋଧେ ଖୁବ୍‌ କମ୍‌ ଲୋକ ଏ ବିଷୟରେ ଜାଣିଥିବେ। ସାଧାରଣତଃ ଉଡ଼ୁଥିବା ସାପ ବହୁତ କମ୍‌ ପରିମାଣର ଦେଖାଯାଆନ୍ତି। ଏହି ସାପ ଅଧିକ ବିଷଧର ହୋଇନଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅଧିକ ଭୟ ରହିଥାଏ। ତେବେ ଡେଣା ନଥିଲେ ମଧ୍ୟ ସାପ କେମିତି ଉଡ଼େ! ଏନେଇ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ବୈଜ୍ଞାନିକମାନେ ଏବେ ଏହି ପ୍ରଶ୍ନର ଉତ୍ତର ଖୋଜି ବାହାର କରିଛନ୍ତି। ନିକଟରେ ହୋଇଥିବା ରିସର୍ଚ୍ଚ ମୁତାବକ ସାପମାନେ ଏକ ସ୍ୱତନ୍ତ୍ର ଟେକ୍ନିକ୍‌ ବ୍ୟବହାର କରି ଉଡ଼ିଥାନ୍ତି।

ଦକ୍ଷିଣ ଏସିଆର ଅଧିକ ବର୍ଷା ହେଉଥିବା ଜଙ୍ଗଲରେ ଏହି ସାପ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି। ଏମାନେ ଖୁବ୍‌ ସୁନ୍ଦର ଭାବେ ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ଉଡ଼ିଥାଆନ୍ତି। ତେବେ ସାପମାନେ ଡେଣା ନଥିଲେ ମଧ୍ୟ କିଭଳି ଭାବେ ଆକାଶରେ ଉଡ଼ିପାରୁଛନ୍ତି ସେନେଇ ବୈଜ୍ଞାନିକମାନେ ଦୀର୍ଘ ବର୍ଷ ହେଲା ଗବେଷଣା କରିଆସୁଥିଲେ। ଏବେ ସେମାନଙ୍କୁ ସଫଳତା ମିଳିଛି।

ରିସର୍ଚ୍ଚରେ ଜଣାପଡ଼ିଛି ଯେ ସାପମାନେ ଉଡ଼ିବା ବେଳେ ଆବଶ୍ୟକତା ଅନୁସାରେ ନିଜ ଆକାରକୁ ବଡ଼ ସାନ କରିଥାନ୍ତି। ଫଳରେ ସହଜରେ ଉଡ଼ିପାରନ୍ତି। କ୍ରିସୋପୋଲିୟା ପରାଦିସି, ପାରାଡାଇଜ୍‌ ଟ୍ରି ସ୍ନେକ ଭଳି ସାପ ଉଡ଼ିବାରେ ପାରଙ୍ଗମ। ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଏହି ପ୍ରଜାତିର ସାପ ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ସହଜରେ ଉଡ଼ିକି ଯିବା ଆସିବା କରିଥାନ୍ତି।

ସାପଙ୍କ ଶରୀରର ଗଠନ ଲମ୍ବା ଓ ପତଳା ହୋଇଥିବାରୁ ଏମାନେ ମାଟିରେ ଘୁଷୁଡ଼ି ଘୁଷୁଡ଼ି କିମ୍ବା ପାଣିରେ ପହଁରି ପହଁରି ଯାଇଥାନ୍ତି। କିନ୍ତୁ ଏହି ସାପର ଗଠନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଏହି ସାପମାନେ ଉଡ଼ିବା ପୂର୍ବରୁ ନିଜ ଶରୀରକୁ ଛୋଟ କରିଦିଅନ୍ତି ଓ ବଳ ସଞ୍ଚୟ କରନ୍ତି। ସେହି ଚାପରେ ସେମାନେ ଦୂରକୁ ଉଡ଼ିକି ଯାଆନ୍ତି।

ଏହି ଉଡ଼ନ୍ତା ସାପ ୫ଟି ପ୍ରଜାତିର ଦେଖାଯାଆନ୍ତି ଓ ସମସ୍ତେ କ୍ରିସୋପୋଲିୟା ଜାତିର। ସାପ ଉଡ଼ିବା ବେଳେ ନିଜ ଶରୀରକୁ ସମତଳ କରିଦେଇଥାଏ। କିନ୍ତୁ ଏହାର ଗଠନ ଶୈଳୀ ଯୋଗୁ ଏହା ପବନରେ ପହଁରିବା ଭଳି ଦେଖାଯାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି।

WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

10 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

16 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago