ସୌର ମଣ୍ଡଳରେ ରହିଛି ଅନ୍ୟ ଏକ ପୃଥିବୀ, ବୈଜ୍ଞାନିକମାନେ ପାଇଲେ ବଡ଼ ପ୍ରମାଣ

ସୌର ମଣ୍ଡଳରେ ଥିବା ଗ୍ରହଙ୍କ ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା। ଜୀବନର ସତ୍ତା ଥିବା ଗ୍ରହ ହେଉଛି ପୃଥିବୀ। ଏହା ଛଡ଼ା ଅନ୍ୟ କୌଣସି ଗ୍ରହରେ ଜୀବନ ସମ୍ଭବ ନୁହେଁ, ଯାହା ସମସ୍ତଙ୍କୁ ଜଣା।ହୁଏତ ଏହାକୁ ନେଇ ଅନେକ ପରୀକ୍ଷା ଚାଲିଛି। ଏମିତିକି ମଙ୍ଗଳ ଓ ଶୁକ୍ର ଗ୍ରହରେ ହୁଏତ ଆଗାମୀ ଦିନରେ ଜୀବନ ସମ୍ଭବ ହୋଇପାରିବ। ଯାହାକୁ ନେଇ ବୈଜ୍ଞାନିକମାନେ ଅନେକ ସମୟରେ ନିଜର ଯୁକ୍ତି ରଖନ୍ତି।

କିନ୍ତୁ ବର୍ତ୍ତମାନ ଆଉ ଏକ ଅନ୍ୟ ପୃଥିବୀ ଅର୍ଥାତ୍ ଜୀବନ ସମ୍ଭବ ହେବା ଭଳି ଗ୍ରହ ଖୋଜିଛନ୍ତି ବୈଜ୍ଞାନିକ। ଶନି ଗ୍ରହର ଚନ୍ଦ୍ର ଟାଇଟନରେ ଏମିତି ବାୟୁମଣ୍ଡଳ ରହିଛି, ଯାହା ସୌର
ମଣ୍ଡଳର ଏକ ପ୍ରାକୃତିକ ଉପଗ୍ରହ। ଶନିଙ୍କ ୮୨ ଟି ଚନ୍ଦ୍ରର ସବୁଠାରୁ ଅନନ୍ୟ ହେଉଛି ଟାଇଟାନ୍, ଯାହାର ପୃଷ୍ଠଭୂମିରେ ଲ୍ୟାଣ୍ଡସ୍କେପ୍ ରହିଥିବାର ପ୍ରମାଣ ମିଳିଛି।

କହିବାକୁ ଗଲେ ଶନି ଗ୍ରହର ଚନ୍ଦ୍ର ଏବଂ ପୃଥିବୀର ଅନେକ ସମାନତା ଅଛି। ବିଭିନ୍ନ ଋତୁରେ ସୃଷ୍ଟି ହୋଇଥିବା ଗ୍ଲୋବାଲ ସ୍ୟାଣ୍ଡ ସାଇକେଲ ଯୋଗୁଁ ଟାଇଟାନରେ ଲ୍ୟାଣ୍ଡସ୍କେପ୍ ତିଆରି ହୋଇଛି। ଟାଇଟାନରେ ନଦୀ, ହ୍ରଦ ଏବଂ ସମୁଦ୍ର ଅଛି, କିନ୍ତୁ ଏଠାରେ ଥିବା ହ୍ରଦଗୁଡ଼ିକରେ ବିଭିନ୍ନ ପଦାର୍ଥ ରହିଛି।

earth
picture credit- amarujala.com

ତରଳ ମିଥେନର ପ୍ରବାହିତ ସ୍ରୋତଗୁଡିକ ଟାଇଟାନର ପୃଷ୍ଠକୁ ବରଫମୟ କରୁଥିବାବେଳେ ନାଇଟ୍ରୋଜେନ୍ ପବନ ବାଲୁକା ଭଳି କୂଳ ସୃଷ୍ଟି କରୁଛି। ଷ୍ଟାନଫୋର୍ଡ ୟୁନିଭରସିଟିର ଭୂବିଜ୍ଞାନୀମାନେ ଏକ ନୂତନ ଅନୁସନ୍ଧାନ ଅଧ୍ୟୟନରେ ଅନେକ ସୂଚନା ଦେଇଛନ୍ତି। ଟାଇଟାନରେ ବାଲୁକା, ସମତଳ ଇତ୍ୟାଦି କିପରି ସୃଷ୍ଟି ହୋଇଛି ସେ କହିଛନ୍ତି। ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସ ପତ୍ରିକାରେ ଏହି ଷ୍ଟଡ଼ିକୁ ପ୍ରକାଶିତ କରାଯାଇଛି। ଯେଉଁଥିରୁ ଜଣା ପଡ଼ିଛି ଯେ ଚନ୍ଦ୍ର ପୃଷ୍ଠରେ ପାଣିପାଗ କେଉଁପରି ପରିବର୍ତ୍ତନ ହୁଏ।

ଏହି ଅଧ୍ୟୟନରେ କୁହାଯାଇଛି ଯେ ଏହି ପ୍ରାକୃତିକ ଉପଗ୍ରହ ଏବଂ ପୃଥିବୀ ମଧ୍ୟରେ ଅନେକ ସମାନତା ଦେଖିବାକୁ ମିଳିଛି। ଭୂତତ୍ତ୍ୱବିତ୍ ଅନୁସନ୍ଧାନକାରୀ ବୈଜ୍ଞାନିକମାନେ ବର୍ତ୍ତମାନ ଶନି ଗ୍ରହର ଚନ୍ଦ୍ର ଟାଇଟାନରେ ଜୀବନ ଖୋଜୁଛନ୍ତି। ପୃଥିବୀରେ ବର୍ଷ ବର୍ଷ ଧରି ଏରୋସନ୍ ହେତୁ ଖଣିଜ ପଦାର୍ଥରୁ ସୃଷ୍ଟି ହୁଏ କିଛି ପଥର ତିଆରି ହୁଏ। ଯାହାର ଲେୟାର ପବନ ଓ ପାଣିରେ ସୃଷ୍ଟି ହୋଇଥାଏ। ତେବେ ଭୂତଳ ଜଳ, ଚାପ ଏବଂ ବେଳେବେଳେ ଉତ୍ତାପ ଯୋଗୁଁ ଏହି ପଥରଗୁଡ଼ିକ ସୃଷ୍ଟି ହୁଏ।

ବୈଜ୍ଞାନିକମାନେ କହିଛନ୍ତି ଟାଇଟାନରେ ସମତଳ ଗଠନ ପାଇଁ ଏହି ସମାନ ପ୍ରକ୍ରିୟା ହୋଇପାରେ। ସଲିଡ ଆର୍ଗାନିକ କମ୍ପାଉଣ୍ଡ ପାଇଁ ଟାଇଟନରେ ଏପରି ଯୌଗିକ ପଦାର୍ଥ ସୃଷ୍ଟି ହୋଇଛି। ଏମିତିକି ଟାଇଟାନର ରହସ୍ୟ ସମାଧାନ କରିବା ପାଇଁ ବୈଜ୍ଞାନିକମାନେ ପୃଥିବୀରେ ମିଳୁଥିବା ଓଇଡ୍ସ୍ ଉପରେ ଅନୁସନ୍ଧାନ କରୁଛନ୍ତି । ତେବେ ଏହି ସେଡିମେଣ୍ଟ ବା ପଥରକୁ ହିଁ ଏହି ଓଇଡ୍ସ୍ କୁହାଯାଏ।

ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ବୁଝିବାକୁ ଚେଷ୍ଟା କରୁଛନ୍ତି ଯେ ଭିନ୍ନ ଭିନ୍ନ ଜିନିଷ ତିଆରି କରୁଥିବା ଏହାର ମୂଳ ଅର୍ଗାନିକ କମ୍ପାଉଣ୍ଡ କିପରି ଏହି ଦୁଇଟି ଜିନିଷ ତିଆରି କରିପାରେ ଯାହା ପୃଥିବୀ ଗ୍ରହରେ ଓ ଶନି ଗ୍ରହର ଚନ୍ଦ୍ରରେ ସମାନ। ଏହି ପ୍ରଶ୍ନର ଉତ୍ତର ପୃଥିବୀରେ ମିଳିବ ବୋଲି ବୈଜ୍ଞାନିକମାନେ ଏହି ପଥର ଓ ମାଟି ଉପରେ ଗବେଷଣା କରୁଛନ୍ତି। ତେବେ ଏହି ପଥର ଗୋଲାକାର, ଛୋଟ ଏବଂ ଅସ୍ଥାୟୀ ମଧ୍ୟ, ଯାହା ଟ୍ରପିକାଲ୍ ସମୁଦ୍ରରେ ଦେଖାଯାଏ। ଯେତେବେଳେ କ୍ୟାଲସିୟମ୍ କାର୍ବୋନାଟ୍ ପାଣିରୁ ଟାଣି ନିଆଯାଏ, ଏପରି ପଦାର୍ଥ ସୃଷ୍ଟି ହୁଏ ଓ ଏହା ଚାରି ପାଖରେ ସ୍ତର ସୃଷ୍ଟି ହୁଏ।

ବୈଜ୍ଞାନିକମାନେ ଟାଇଟାନର ଦିଗ ଉପରେ ଏକ ମଡେଲ ତିଆରି କରିଥିଲେ। ଯାହା ପରେ ସେମାନେ ଦେଖିଲେ ଯେ ଟାଇଟାନ ପୃଷ୍ଠଭୂମି ଲ୍ୟାଣ୍ଡସ୍କେପ୍ ଅଛି। ପୁଣି ଏହାର କିଛି ପଦାର୍ଥ ପୃଥିବୀର ଏହି ଧାତୁ ସହ ସମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.