ଗ୍ଲୋବାଲ ୱାର୍ମିଙ୍ଗ ଚିନ୍ତା : ଆଣ୍ଟାର୍କଟିକାରେ ବରଫକୁ ତରଳିବାରୁ ଅଟକାଇବେ ବୈଜ୍ଞାନିକ, ତିଆରି କରିବେ କୃତ୍ରିମ ବରଫର ଆସ୍ତରଣ

ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ପଶ୍ଚିମ ଆଣ୍ଟାର୍କଟିକାରେ ତରଳୁଥିବା ବରଫ ବର୍ତ୍ତମାନ ସାରା ବିଶ୍ୱରେ ବୈଜ୍ଞାନିକ ମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏହି ବରଫ ଗୁଡିକ ତରଳିବା ପରେ ସମୁଦ୍ରରେ ପାଣିର ସ୍ତର ବଢ଼ିଯାଇପାରେ । ଏପରି ସ୍ଥିତିରେ ନ୍ୟୁୟର୍କ,କୋଲକାତା, ସଂଘାଇ ଏବଂ ଟୋକିଓ ଭଳି ସହରଗୁଡିକ ଉପରେ ବିପଦର ସମ୍ଭାବନା ଅଛି । ଏଥିରୁ ମୁକ୍ତି ପାଇବା ପାଇଁ ବୈଜ୍ଞାନିକ ମାନେ ଆଣ୍ଟାର୍କଟିକାର ବରଫ ଚାଦର ଉପରେ କୃତ୍ରିମ ବରଫ ଢାଙ୍କିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ବୈଜ୍ଞାନିକମାନେ ଏଥିପାଇଁ 3-ଡି ପେଟ୍ରୋଲ ଆଇସ ମାଇଲ ବ୍ୟବହାର କରିପାରିବେ । ଏହାଦ୍ୱାରା ଆଣ୍ଟାର୍କଟିକା ମହାସାଗରରେ ଥିବା ଆଇସ ସିଟ(ବରଫର ଚାଦର)କୁ ସଂରକ୍ଷିତ କରିବା ପାଇଁ ତାର କୂଳରେ ଥିବା ପାଣିକୁ ବରଫରେ ପରିଣତ କରାଯିବ । ଏହାଦ୍ୱାରା ବରଫର ଚାଦର କୃତ୍ରିମ ବରଫ ଉପରେ ପଡିବା ଫଳରେ ତରଳିବା ମଧ୍ୟ ଧୀରେ ଧୀରେ କମ ହୋଇଯିବ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାୟୀ ସେହି ମାତ୍ରାରେ ତରଳୁଥିବା ଆଇସ ସିଟ ପୁଣିଥରେ ସନ୍ତୁଳିତ ହୋଇ ମହାସାଗରରେ ପହଂଚି ଯିବ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମହାସାଗରର ପାଣିକୁ ଜମା କରିବା ପରେ ସମୁଦ୍ରର ଜଳ ସ୍ତର ମଧ୍ୟ ଦୁଇ ରୁ ପାଞ୍ଚ ସେଣ୍ଟିମିଟର ହ୍ରାସ ପାଇବ । କିନ୍ତୁ ବର୍ତ୍ତମାନ ଏହି ପରିକଳ୍ପନା ଏତେ ସହଜସାଧ୍ୟ ନୁହେଁ କାରଣ ଆଣ୍ଟାର୍କଟିକାରେ ପାଣିକୁ ବରଫରେ ପରିଣତ କରାଇବା ପାଇଁ ଶକ୍ତିର ବହୁତ ଆବଶ୍ୟକତା ରହିଛି । ଏହାକୁ ପୂରଣ କରିବା ପାଇଁ ସେହି ଅଂଚଳରେ ପବନଦ୍ୱାରା ଚାଲୁଥିବା ହଜାର ହାଜର ଟରବାଇନ ଲଗାଇବାକୁ ପଡିବ।

ସର୍ବପ୍ରଥମେ ଗ୍ଲେସିୟରର ୨୧୦୦ଫୁଟ ତଳେ ଥିବା ବେସରୁ ମହାସାଗରର ପାଣିକୁ ପାଇପଲାଇନ ଦ୍ୱାରା ଉପରିଭାଗ ପର୍ଯ୍ୟନ୍ତ ପହଞ୍ଚାଯିବ । ଏହାପରେ ପାଣିକୁ ଲୁଣମୁକ୍ତ କରାଯାଇ ଆଇସ କ୍ୟାନନ ଦ୍ୱାରା ପାଣିକୁ ଜମା କରାଯିବ । ଯାହାଦ୍ୱାରା କୂଳରେ ବରଫର ଏକ ମୋଟା ଆସ୍ତରଣ ତିଆରି କରାଯିବ । ଗ୍ଲେସିୟରକୁ ତରଳିବାରୁ ରୋକିବା ପାଇଁ ୧୦ ବର୍ଷ ଭିତରେ ପ୍ରାୟ ୭.୪ଲକ୍ଷ କୋଟି ଟନ ବରଫ ଜମା କରିବାର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.