ଅଦଭୁତ ଓ ଆଶ୍ଚର୍ଯ୍ୟ, ଆକ୍ୱାରିୟମରେ ଥାଇ କାର୍‌ ଡ୍ରାଇଭିଂ କରୁଛି ମାଛ

ମାଛ ଚଳାଉଛି କାର୍‌ । ବିଶ୍ୱସ ହେଉନି ନା ? ତେବେ ଇସ୍ରାଲ୍‌ର ବୈଜ୍ଞନିକମାନେ ଏଭଳି କିଛି ଅଦଭୁତ କାରନାମା କରି ଦେଖାଇଛନ୍ତି । ଆକ୍ୱାରିୟମରେ ମାଛ ବୁଲୁଛି ହେଲେ ତାର ପହଁରିବା ଅନୁସାରେ ଏବଂ ମୁଣ୍ଡ ଘୂରାଇବା ଅନୁଯାୟୀ କାର୍‌ ଚାଲୁଛି । ଏକ ନୂଆ ଟେକନିକ ପ୍ରୟୋଗ କରି ଇସ୍ରାଏଲ୍‌ ବୈଜ୍ଞାନିକମାନେ ମାଛ ଦ୍ୱାରା ଏଭଳି କରାଇଛନ୍ତି ।

ଆସନ୍ତୁ ଏବେ ଜାଣିବା କିଭଳି ଏହା ସମ୍ଭବ ହେଲା । ଇସ୍ରାଏଲ୍‌ର ବିରସେବାରେ ଥିବା ଗୁରିଆନ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକମାନେ ପରୀକ୍ଷା ନିରୀକ୍ଷା କରି ମାଛ ଦ୍ୱାରା ଗାଡ଼ି ଚଳାଇଛନ୍ତି । ଅବଶ୍ୟ ଏହା ପଛରେ ଏକ କାରଣ ରହିଛି । ପ୍ରତିକୂଳ ପରିସ୍ଥିତିରେ ମାଛ କିଭଳି ଭାବେ କିଭଳି ନିଜ ଲକ୍ଷ୍ୟ ହାସଲ କରି ପାରୁଛି, ତାକୁ ନେଇ ବୈଜ୍ଞାନିକମାନେ ଗବେଷଣା ଚଳାଛନ୍ତି । ତେଣୁ ସେମାନେ ତିଆରି କଲେ ‘ଫିସ୍‌ ଅପରେଟେଡ୍‌ ଭେହିକଲ୍‌’ ବା ମାଛ ଦ୍ୱାରା ପରିଚାଳିତ ଗାଡ଼ି ।

ଏହି ବୈଜ୍ଞାନିକମାନେ ଏକ ରୋବୋଟିକ୍‌ କାର୍‌ । ଏହି କାର୍‌ ଉପରେ ଏକ ପାଣି ଟାଙ୍କି ବା ଆକ୍ୱାରିୟମ ରଖି ଗୋଲଡ୍‌ ଫିସ୍‌କୁ ସେଥିରେ ଛାଡ଼ି ଦିଆଯାଉଛି । ମାଛର ମୁହଁ କେତେବେଳେ କୁଆଡ଼େ ରହିବ ତାକୁ ନଜର କରିବା ପାଇଁ ଏକ ଲାଇଡର ମଧ୍ୟ ଲଗା ଯାଇଛି । ଏହାକୁ କମ୍ପ୍ୟୁଟର ସହ ଯୋଡ଼ା ଯାଇଛି । ପୁଣି ଲାଇଡର ତଳକୁ ଏକ କ୍ୟାମେରା ଲଗା ଯାଇଛି । ଏହି କ୍ୟାମେରାଟି ମାଛକୁ ଅନୁସରଣ କଲା ଭଳି ସେ ଯେଉଁଆଡ଼େ ମୁହଁ କରେ ତା ଆଡ଼କୁ ରହିଥାଏ ଏବଂ ସେହି ଅନୁଯାୟୀ କମ୍ପ୍ୟୁଟରକୁ ନିର୍ଦ୍ଦେଶ ଦିଏ । ଫଳରେ ମାଛଟି ଯେଉଁ ଆଡ଼କୁ ମୁହଁ କରେ ସେହି ଆଡ଼େ କାର୍‌ ଚାଲେ । ମାଛର ଗତିବିଧି ଅନୁସାରେ ଗାଡ଼ି ସହ ପୂରା ଆକ୍ୱାରିୟମ ଚାଲୁଥାଏ ।

ଏହି ଗବେଷଣାରୁ ସିଦ୍ଧ ହୋଇଛି ଯେ ମାଛ କେବଳ ପାଣି ନୁହେଁ ମାଟି ଉପରେ ମଧ୍ୟ କାର୍‌ ଚଳାଇ ପାରିବ । ଯାହା ଏହି ଗୋଲଡ୍‌ ଫିସ୍‌ କରି ଦେଖାଇଛି । ଏହାପରେ ଇସ୍ରାଲ୍‌ ବୈଜ୍ଞାନିକମାନେ ଅନ୍ୟ ଜୀବ ଉପରେ ମଧ୍ୟ ସମାନ ପରୀକ୍ଷା ନିରୀକ୍ଷା କରିବେ । ସେମାନଙ୍କ ଜୀବନ ଶୈଳୀ, ପରିବେଶ ସହିତ ସେମାନେ ଖାପ ଖୁଆଇବାକୁ କଣ କରୁଛନ୍ତି, ଏସବୁ କଥା ବୁଝିବା ଲାଗି ଏପରି ଗବେଷଣା ଚାଲିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.