ବୈଜ୍ଞାନିକଙ୍କ ଅଜବ ଆକଳନ: ଏହି ଦିନ ଜଳିଯିବେ ସୂର୍ଯ୍ୟ, ସୂର୍ଯ୍ୟଙ୍କ ଠାରୁ ମଧ୍ୟ ୧୦୦ ଗୁଣା ବଡ ତାରା ରହିଛି ବ୍ରହ୍ମାଣ୍ଡରେ

ଆପଣମାନେ ଜାଣିଥିବେ ବର୍ତ୍ତମାନ ଦିନକୁ ଦିନ ବୈଜ୍ଞାନିକମାନେ ନୂଆ ନୂଆ ବସ୍ତୁର ଉଦ୍ଭାବନ କରୁଛନ୍ତି । ଯାହା ଦ୍ୱାରା ଦୁନିଆର ଅନେକ ଅଜବ ଅଜବ ତଥ୍ୟ ଆମ ସାମ୍ନାକୁ ଆସୁଛି । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ଓ ଆମ ପୃଥିବୀକୁ ନିଜର ସୂର୍ଯ୍ୟ କିରଣ ଦେଇ ସମସ୍ତଙ୍କୁ ଶକ୍ତି ଯୋଗାଇଥାଆନ୍ତି । ଆମ ପାଇଁ ଜଳ,ଖାଦ୍ୟ,ବାୟୁ ଯେତିକି ମାତ୍ରାରେ ଆବଶ୍ୟକ ସେତିକି ମାତ୍ରାରେ ସୂର୍ଯ୍ୟ କିରଣ ମଧ୍ୟ ଦରକାର । ଯଦି ପୃଥିବୀ ପୃଷ୍ଠରେ ସୂର୍ଯ୍ୟ କିରଣ ପଡିବନି ତେବେ ହୁଏତ ସାରା ଜୀବ ଜଗତ ଅନେକ ଅସୁବିଧାର ସମ୍ମୁଖୀନ କରିବେ । ଏମିତିକି ଆନେକ ବୈଜ୍ଞାନିକ ମଧ୍ୟ କହିସାରିଲେଣି ଯେ ସୂର୍ଯ୍ୟଙ୍କର ଆମ ଜୀବନରେ ଅନେକ ମହତ୍ତ୍ୱ ରହିଛି, ସେଥି ପାଇଁ ବୈଜ୍ଞାନିକମାନେ ଅନେକ ସମୟରେ ଏହା ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି । କିନ୍ତୁ ଯେକୌଣସି ଜୀବ ହେଉ କିମ୍ବା ବସ୍ତୁ ତାର ଜୀବନ ଆରମ୍ଭ ହୋଇଛି ମାନେ ଶେଷ ମଧ୍ୟ ହେବ । ବସ୍ତୁ ତିଆରି ହୋଇଛି ମାନେ ତାହା ନଷ୍ଟ ହେବ । ଠିକ ସେହିପରି ସୂର୍ଯ୍ୟଙ୍କର ଆୟୁଷ ମଧ୍ୟ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ରହିଛି ଓ ତାଙ୍କ ଜୀବନର ମଧ୍ୟ ସମୟ ସୀମା ରହିଛି । ତେଣୁ ସମୟ ଆସିଲେ ଏହି ସୂର୍ଯ୍ୟ ମଧ୍ୟ ଥଣ୍ଡା ହୋଇଯିବେ କିନ୍ତୁ ଏହା ପୂର୍ବରୁ ସେ ନିଜେ ଅଧିକ ଜଳିବେ।

ହାର୍ଭାର୍ଡ କଲେଜ ଅବଜରଭେଟୋରୀ, ସ୍ମିଥସୋନିଆନ୍ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ ତଥା ‘ଦ ସେଣ୍ଟର ଫର ଆଷ୍ଟ୍ରୋଫିଜିକ୍ସ’ର ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ସୂର୍ଯ୍ୟ ଆସନ୍ତା ୫ ବିଲିୟନ ବର୍ଷ ମଧ୍ୟରେ ସୂର୍ଯ୍ୟଙ୍କ ଜୀବନ ସମାପ୍ତ ହୋଇଯିବ । ଏହା ସଂପୂର୍ଣ୍ଣ ଥଣ୍ଡା ହୋଇଯିବ । ବିଶେଷଜ୍ଞଙ୍କ କହିବାନୁସାରେ, ସୂର୍ଯ୍ୟ ଏବେ ନିଜ ଜୀବନର ଅଧା ଜୀବନ ବଞ୍ଚି ସାରିଲେଣି, ତାଙ୍କର ଆଉ ଅଧା ଜୀବନ ବାକି ଅଛି । ଯାହାକି ୫ ବିଲିୟନ ବର୍ଷ ମଧ୍ୟରେ ଶେଷ ହେବ । ସୂର୍ଯ୍ୟଙ୍କ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ପାଓଲା ଟେଷ୍ଟାଙ୍କ ଅନୁଯାୟୀ ସୂର୍ଯ୍ୟଙ୍କଠାରେ ଘଟୁଥିବା ଆଣବିକ ପ୍ରତିକ୍ରିୟା ବା ନ୍ୟୁକ୍ଲିୟର ରିଆକ୍ସନରୁ ଆଧାର କରାଯାଇ ଏହା କୁହାଯାଇଛି ଯେ ସୂର୍ଯ୍ୟଙ୍କର ମଧ୍ୟ ଜୀବନ ଚକ୍ର ସରି ସରି ଯାଉଛି । ତେବେ ଏହି ପ୍ରତିକ୍ରିୟାକୁ ଆଧାର କରି ସୂର୍ଯ୍ୟଙ୍କ ଜୀବନକାଳର ତାରିଖ ସ୍ଥିର କରାଯାଇଛି ।

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା :

ନ୍ୟୁକ୍ଲିୟର ରିଆକ୍ସନରୁ ହିଁ ସୂର୍ଯ୍ୟକୁ ଶକ୍ତି ମିଳିଥାଏ । ପାଓଲାଙ୍କ ଅନୁଯାୟୀ, ୧୯୩୦ ବର୍ଷ ପୂର୍ବରୁ, ସୂର୍ଯ୍ୟଙ୍କ ଶକ୍ତିର କେନ୍ଦ୍ର ମାଧ୍ୟାକର୍ଷଣ ଶକ୍ତି ବୋଲି ବିଶ୍ୱାସ କରାଯାଉଥିଲା। ବର୍ତ୍ତମାନ ବୈଜ୍ଞାନିକମାନେ ସୂର୍ଯ୍ୟର ଶକ୍ତିର ଉତ୍ସ ନ୍ୟୁକ୍ଲିୟର ରିଆକ୍ସନକୁ ମାନୁଛନ୍ତି । କିନ୍ତୁ ବିଜ୍ଞାନ ସୂର୍ଯ୍ୟଙ୍କ ବିଷୟରେ ଆଜି ପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିପାରିନାହାନ୍ତି ।

ଏମିତି ଏକ ସମୟ ଆସିବ ଯାହା ପାଇଁ ସାରା ଦୁନିଆ ଅନ୍ଧକାରମୟ ହୋଇଯିବ । ଏକ ରିପୋର୍ଟ ଅନୁଯାୟୀ ସୂର୍ଯ୍ୟ କିରଣ ବା ରଶ୍ମି, ଏଥିରେ ହେଉଥିବା ନ୍ୟୁକ୍ଲିୟର ରିଆକ୍ସନ ପାଇଁ ହୋଇଥାଏ । ଯେଉଁ ଦିନ ଏହି ନ୍ୟୁକ୍ଲିୟ ରିଆକ୍ସନ ସରିଯିବ ସେହିଦିନ ହିଁ ସୂର୍ଯ୍ୟଙ୍କ ଜୀବନ ଶେଷ ହୋଇଯିବ । ସୂର୍ଯ୍ୟ ଜଳିଯିବେ,ଏହା ସହ ସୂର୍ଯ୍ୟ କିରଣ ସାରା ଜୀବ ଜଗତ ଉପରେ ପଡିବା ବନ୍ଦ ହୋଇଯିବ ଓ ଏହିପରି ଭାବେ ସାରା ଦୁନିଆ ଅନ୍ଧାର ହୋଇଯିବ ।

ଆଉ ଏହ ବିଚଳିତ କରିବା ଭଳି ଖବର ହେଉଛି ଯେ ପୃଥିବୀର ଆୟୁଷ ମଧ୍ୟ ଶେଷ ହୋଇ ହୋଇ ଆସୁଛି । ଏହା ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ବୈଜ୍ଞାନିକଙ୍କ ଅନୁଯାୟୀ ଯେଉଁଦିନ ସୂର୍ଯ୍ୟଙ୍କର ଆୟୁଷ ସରିବ ସେହି ଦିନ ସାରା ଦୁନିଆ ଅନ୍ଧାର ହୋଇଯିବ ଓ ଏହା ସହିତ ହିଁ ପୃଥିବୀ ର ମଧ୍ୟ ଅନ୍ତ ଘଟିବ । କାରଣ ପୃଥିବୀର ଜୀବନ ସୂର୍ଯ୍ୟଙ୍କର କିରଣ ଉପରେ ନିର୍ଭର କରେ । ଯେପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଅଛି ସେପର୍ଯ୍ୟନ୍ତ ପୃଥିବୀରେ ଜୀବନ ସମ୍ଭବ । ତେବେ ସୂର୍ଯ୍ୟ ଆଉ ୫ ବିଲିୟନ ବର୍ଷ ବଞ୍ଚିବେ । ଆମେ ଜାଣିଛେ ସୂର୍ଯ୍ୟ ଏତେ ବଡ ଯେ ତାଙ୍କ ମଧ୍ୟରେ ଏକ କୋଟିରୁ ଅନେକ ପୃଥିବୀ ପରି ଗ୍ରହ ରହିପାରିବେ, ଏହାଛଡା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ ଆମ ସୋଲାର ସିଷ୍ଟମ ର କେନ୍ଦ୍ରବିନ୍ଦୁ ହେଉଛନ୍ତି ସୂର୍ଯ୍ୟ , କିନ୍ତୁ ବ୍ରହ୍ମାଣ୍ଡରେ ସୂର୍ଯ୍ୟଙ୍କ ଠାରୁ ଆକାରରେ ଅନେକ ବଡ ବଡ ଗ୍ରହ ସବୁ ରହିଛନ୍ତି ।ଏମିତିକି କିଛି ତାରା ସୂର୍ଯ୍ୟଙ୍କ ଆକାର ଠାରୁ ପ୍ରାୟ ୧୦୦ ଗୁଣା ବଡ । ତେଣୁ ସୂର୍ଯ୍ୟଙ୍କର ଜୀବନ ସରିବା ନେଇ ଏହା କେତେ ସତ କେତେ ମିଛ ତାହା କେବଳ ସମୟ ଆସିଲେ ହିଁ ଜଣାପଡିବ । କାରଣ ୫ ବିଲିୟନ ବର୍ଷ ମଧ୍ୟ କିଛି କମ ସମୟ ନୁହେଁ । ଏହା ଛଡା ଆଉ ଏକ ଅଜବ କଥା ହେଉଛି ଯେ ସୌର ଜଗତରେ କେବଳ ସୂର୍ଯ୍ୟଙ୍କୁ ସବୁଠାରୁ ବଡ ବୋଲି କୁହାଯାଏ କିନ୍ତୁ ବୈଜ୍ଞାନିକଙ୍କ କହିବା ଅନୁସାରେ ତାଙ୍କ ଠାରୁ ୧୦୦ ଗୁଣାରେ ବଡ ଏନେକ ତାରା ସବୁ ରହିଛନ୍ତି , ଯାହା କି ସମୟ ଆସିଲେ ସୂର୍ଯ୍ୟଙ୍କ ପରି ତାଙ୍କ ଉପରେ ମଧ୍ୟ ଗବେଷଣା କରାଯିବ । ହୋଇପାରେ ନୂଆ ସୂର୍ଯ୍ୟ ଉଦ୍ଭାବନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.