ମଣିଷ ଆଉ ପିଲା ଜନ୍ମ କରିବା ଉଚିତ ନୁହେଁ, କିଛି ବୈଜ୍ଞାନିକ ଏମିତି କାହିଁକି ମତ ଦେଲେ, ଜାଣନ୍ତୁ

କେଉଁଠି ଆଗ୍ନେୟଗିରି ଓଗାଳୁଛି ନିଆଁ, କେଉଁଠି ମହାବାତ୍ୟା ଓ ଭୂମିକମ୍ପ ଉଜାଡ଼ି ଦେଲାଣି ଜନବସତି । ପୁଣି କେଉଁଠି ମାଡ଼ି ଆସିଲାଣି ସମୁଦ୍ର ଜଳ ପ୍ରଳୟ କରିବାକୁ । ଏସବୁ ସହିତ ପାଖାପାଖି ତିନି ବର୍ଷ ହେବ ମହାମାରୀ କରୋନା ସାରା ବିଶ୍ୱକୁ ଘାଇଲା କରି ଚାଲିଛି । ଏହା ଭିତରେ ବିଶ୍ୱଯୁଦ୍ଧର ବି ଆଶଙ୍କା ରହିଛି । ଆଉ ଏହି ଦୁଃସମୟରେ ପୃଥିବୀରେ ପ୍ରଳୟ ଆସିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଯାହା ଉପରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି । ବର୍ତ୍ତମାନ ପୁଣି ଥରେ ବିଶ୍ୱର ବଡ ବଡ଼ ବୈଜ୍ଞାନିକମାନେ ଏହି ପ୍ରଳୟକୁ ନେଇ ଚେତାବନୀ ଦେଇଛନ୍ତି।

 

Drought
Picture Credit – WWW. Australasia

 

ବୈଜ୍ଞାନିକମାନେ ଆକଳନ କରି ଏପରି କଥା କହିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତିକି ପୃଥିବୀରେ ଆସୁଥିବା ବିପର୍ଯ୍ୟୟକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତିତ ଅଛନ୍ତି। ଦୁନିଆର ସବୁଠୁ ବଡ ପତ୍ରିକା ‘ନେଚର’, ବୈଜ୍ଞାନିକମାନଙ୍କ ମତାମତ ଉପରେ ଓ ଜଳବାୟୁ ଉପରେ ଏକ ସର୍ଭେ କରିଛି। ଯେଉଁମାନେ ଆଇପିସିର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରନ୍ତି, ସେମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି ।
ଏହି ସର୍ଭେରେ ବୈଜ୍ଞାନିକମାନେ ପୃଥିବୀରେ ଘଟୁଥିବା ଜଳବାୟୁ ପରିବର୍ତ୍ତନ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଚମକାଇ ଦେଲା ଭଳି କଥା କହିଛନ୍ତି । ପୃଥିବୀରେ ଆସିବାକୁ ଥିବା ବଡ ପ୍ରଳୟ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି । ସେମାନେ କହିଛନ୍ତି କି ଏହି ଶତାବ୍ଦୀର ଶେଷ ଭାଗରେ ପୃଥିବୀରେ ଭୟଙ୍କର ପ୍ରଳୟ ଆସିବ। ଏହି ସର୍ଭେରେ ସେମାନେ କହିଛନ୍ତି ଯେ ପୃଥିବୀ ପ୍ରଳୟ ଆଡକୁ ଗତି କରୁଛି । ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା, ପୃଥିବୀରେ ଭୟଙ୍କର ପ୍ରଳୟ ଆସିବାକୁ ଯାଉଛି । ଯାହାର ଖରାପ ପ୍ରଭାବ ସାରା ଜୀବ ଜଗତ ଉପରେ ପଡିବ । ଆଉ ଏହାର ବଡ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ।

ଏହି ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱର ୨୩୩ ଜଣ ବୈଜ୍ଞାନିକ ମିଶି ଆଇପିସିର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ବୈଜ୍ଞାନିକମାନଙ୍କ ମଧ୍ୟରେ କଲମ୍ବିଆର ଏଣ୍ଟିକୋୟା ବିଶ୍ୱବିଦ୍ୟାଳୟ ମୁଖ୍ୟ ଗବେଷକ ପାଓଲା ଆରିୟସ୍ ମଧ୍ୟ ଥିଲେ । ସେ କହିଛନ୍ତି କି ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏତେ ମାତ୍ରାରେ ହେଉଛି ଯାହା ପ୍ରଳୟର ବଡ଼ ସଂକେତ। ଦିନିକୁ ଦିନ ଜଳବାୟୁ ପ୍ରଦୂଷଣ ଏତେ ଦ୍ରୁତ ଗତିରେ ବଢିବାରେ ଲାଗିଛି ଯେ ତାକୁ ରୋକିବା ସମ୍ଭବ ହେଉନାହିଁ । ଯାହାପାଇଁ ବିଶ୍ୱ ତାପମାତ୍ରା ସାଂଘାତିକ ଭାବେ ବଢୁଛି ।

global warming
Picture Credit – The states man

ପାଓଲା ଆରିୟାସ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ତାପମାତ୍ରା ସହିତ ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି। ପୁଣି ଗ୍ଲୋବାଲ ୱାର୍ମିଂ ବିଷୟରେ ବିଶ୍ୱର କୌଣସି ନେତା କିଛି ଭାବୁ ନାହାନ୍ତି । ପାଣିପାଗ ଓ ପରିବେଶ ସୁରକ୍ଷା ପାଇଁ ସେମାନେ ଅତି ହାଲକା ଭାବେ ଧୀରେ ଧୀରେ କାମ କରୁଛନ୍ତି । ପୁଣି ଏପରି କରିବା ଦ୍ୱାରା ଗ୍ଲୋବାଲ ୱାର୍ମିଙ୍ଗକୁ ରୋକା ଯାଇପାରିବ ନାହିଁ । ସେ ଆହୁରି କହିଛନ୍ତି କି ପରିବେଶ ଓ ଜଳବାୟୁକୁ ନେଇ ଯେଉଁ ରିପୋର୍ଟ ଆସିଛି, ସେହି ଅନୁଯାୟୀ ବର୍ତ୍ତମାନ ପୃଥିବୀକୁ ବଞ୍ଚାଇବା ପାଇଁ ମଣିଷ ପାଖରେ ବହୁତ କମ୍ ସମୟ ଅଛି।

ୟୁନିଭରସିଟି ଅଫ୍ ଏଣ୍ଟିକୋୟାର ବୈଜ୍ଞାନିକଙ୍କ ଏହି ରିପୋର୍ଟ ସହ ଅନେକ ବୈଜ୍ଞାନିକ ଏକମତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ହୋଇଥିବା ସର୍ବେକ୍ଷଣରେ ପ୍ରାୟ ୧୩୩ ଜଣ ବୈଜ୍ଞାନିକ ସାମିଲ ଥିଲେ । ସେଥି ମଧ୍ୟରୁ ୯୨ଜଣ ବୈଜ୍ଞାନିକ କହିଛନ୍ତି ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ପୃଥିବୀରେ ଅଧିକ ବର୍ଷା, ସୁନାମି, ମରୁଡି, ବାତ୍ୟା ଭଳି ଅନେକ ଗୁଡିଏ ପ୍ରାକୃତିକ ବିପର୍ଯ୍ୟୟ ଘଟିବ । ଯେଉଁଥିପାଇଁ ଅନେକ ଦେଶ ସଂପୂର୍ଣ୍ଣ ଧ୍ୱଂସ ହୋଇଯିବେ । ପୁଣି ୮୮ ପ୍ରତିଶତ ବୈଜ୍ଞାନିକ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ହିଁ ଦୁନିଆରେ ହେବାକୁ ଯାଉଛି ବଡ ପ୍ରଳୟ । ତେବେ ବୈଜ୍ଞାନିକମାନେ ଆଉ ଏକ ଅତି ସମ୍ବେଦନଶୀଳ କଥା ମଧ୍ୟ କହିଛନ୍ତି। ସେମାନଙ୍କ ମତରେ ଯଦି ପୃଥିବୀରେ ପ୍ରଳୟ ଆସିବ ତେବେ ଆଗକୁ ମଣିଷମାନେ ପିଲା ଜନ୍ମ କରିବା ମଧ୍ୟ ଉଚିତ ନୁହେଁ । କାରଣ ବର୍ତ୍ତମାନର ଜଳବାୟୁ ସେମାନଙ୍କ ଭବିଷ୍ୟତକୁ ଖରାପ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.