ମାଟି ଖନନରୁ ମିଳିଲା ଏପିରି ଜିନିଷ, ଯାହାକୁ ବୈଜ୍ଞାନିକ ଦେଖି ହେଲେ ଚକିତ

ଅନେକ ସମୟରେ ବୈଜ୍ଞାନିକମାନେ ଏମିତି ଜିନିଷ ଖୋଜି ବାହାର କରିଦିଅନ୍ତି ଯାହା ସାରା ବିଶ୍ୱକୁ ଚକିତ କରିଦେଇଥାଏ । ୟୁରୋପ ମହାଦ୍ୱୀପରେ ସ୍ଥିତ ଦେଶ ନରୱେରେ ମଧ୍ୟ ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ବୈଜ୍ଞାନିକମାନେ ଏଠାରେ ଏକ ଗାତ ଖନନ ସମୟରେ ପ୍ରାଚୀନ ରୋମାନ ସମୟର ଏକ ବୋର୍ଡ ଗେମ୍ ପାଇଛନ୍ତି, ଯାହା ପ୍ରାୟ ୧୭୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ଏହା ବ୍ୟତୀତ ହାଡରେ ତିଆରି ଗୋଟି ଏବଂ ୧୮ ଟି ବୃତ୍ତାକାର ଖଣ୍ଡ ମଧ୍ୟ ମିଳିଛି । ସମ୍ପୂର୍ଣ୍ଣ ଖେଳ ସେଟ୍ ସହିତ ଅନୁସନ୍ଧାନକାରୀମାନେ ଖନନ ହୋଇଥିବା ସ୍ଥାନରୁ ମାଟିପାତ୍ର, ହାଡ ଖଣ୍ଡ, ପିତ୍ତଳ ବସ୍ତୁ ଏବଂ ପୋଡି ଯାଇଥିବା ଗ୍ଲାସ ମଧ୍ୟ ପାଇଛନ୍ତି ।

game

ଲୁଡସ୍ ଲାଟ୍ରୁକୁଲମ୍ ନାମକ ଏହି ଗେମରେ ଏକ ଲମ୍ବା ଦାନା(ଗୋଟି) ସହିତ ମୋଟ ୧୯ ଖଣ୍ଡ ଟୁକୁଡା ରହିଥାଏ । ଏହାକୁ ଦୁଇଜଣ ଖେଳାଳି ଖେଳନ୍ତି । ପ୍ରତ୍ୟେକ ଖେଳାଳୀଙ୍କର ସମାନ ସଂଖ୍ୟକ ଖଣ୍ଡ ରହିଥାଏ ଯାହା ପ୍ରତିପକ୍ଷଠାରୁ ଭିନ୍ନ ରଙ୍ଗ । ଏହି ଖେଳର କିଛି ସଂସ୍କରଣରେ, ପ୍ରତ୍ୟେକ ଖେଳାଳିଙ୍କର ଏକ ‘ଡକ୍ସ’ ମଧ୍ୟ ରହିଥାଏ ଯାହାକି ଏକ ବିଶେଷ ଖଣ୍ଡ ହୋଇଥାଏ । ଏହି ଗେମଟି ବିଲକୁଲ୍ ଆଜିର କ୍ୟାରମବୋର୍ଡ ପରି ହୋଇଥାଏ ।

rm

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯେଉଁଠାରେ ଏହି ବୋର୍ଡ ଖେଳ ମିଳିଛି ସେହି ସ୍ଥାନ ପୂର୍ବରୁ ଏକ ଶ୍ମଶାନ ଥିଲା । ଅନୁସନ୍ଧାନକାରୀ ଦଳ ପଶ୍ଚିମ ନରୱେର ୟାଟ୍ରେ ଫୋସରେ ଲୌହ ଯୁଗର ଅବଶିଷ୍ଟାଂଶ ଖୋଳୁଥିଲେ, ଯେତେବେଳେ ସେମାନେ ଏହି ବୋର୍ଡ ଖେଳ ପାଇଥିଲେ ।

12

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହିପରି ଖେଳ ଖେଳୁଥିବା ଲୋକମାନେ ସ୍ଥାନୀୟ ଆଭିଜାତ୍ୟ କିମ୍ବା ଉଚ୍ଚ ଶ୍ରେଣୀର ଥିଲେ। ଏହି ଖେଳ ଏହା ସ୍ପଷ୍ଟ କରେ ଯେ ଲୋକଙ୍କ ପାଖରେ ରଣନୈତିକ ଚିନ୍ତା କରିବାର ଶକ୍ତି ଏବଂ ସାମର୍ଥ୍ୟ ଥିଲା । କୁହାଯାଉଛି କି, ଏହି ପ୍ରକାର ବୋର୍ଡ ଗେମ୍‌ର ପାସା ଏକ ବହୁତ ଦୁଲର୍ଭ ପ୍ରକାରର। ଏହି ପ୍ରକାରର ପାସା ୪୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ ରହିଥିଲା ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.