ସ୍ପେଶାଲ

ବିଶ୍ୱରୁ ଧ୍ୱଂସ ପାଇଯିବେ କି କରୋନା ଭାଇରସ ! ବୈଜ୍ଞାନିକଙ୍କୁ ମିଳିଲା ଏହାକୁ ଗିଳି ଦେଇପାରୁଥିବା ସ୍ୱତନ୍ତ୍ର ଜୀବର ସନ୍ଧାନ

କରୋନାକୁ ନେଇ ପୁରା ବିଶ୍ୱ ଏବେ ଏକ ପ୍ରକାର ଭୟଭୀତ ସ୍ଥିତିରେ ଅଛି । ପୃଥିବୀ ପୃଷ୍ଠରୁ ଏହି ଭାଇରସ କେମିତି ଧ୍ୱଂସ ହେବ, ସେନେଇ ଚିନ୍ତାରେ ଏବେ ବିଶ୍ବର ଜଣାଶୁଣା ଦେଶର ବୈଜ୍ଞାନିକ । ଆଉ ମଧ୍ୟ ଜଣାଯାଇଛିକି, ଏହି ଭାଇରସକୁ କୌଣସି ଜୀବ ଖାଆନ୍ତି ନାହିଁ । କିନ୍ତୁ ଖୁସିର କଥା ସମୁଦ୍ରରେ ଏମିତି ଏକ ସୂକ୍ଷ୍ମ ଜୀବ ଠାବ ହୋଇଛନ୍ତି ଯେଉଁମାନେ ଏହି ଧରଣର ଭାଇରସକୁ ଖାଇଥାନ୍ତି । ହୁଏତ ବିଶ୍ବର ଏହା ପ୍ରଥମ ଜୀବ ଯାହା ଭାଇରସକୁ ହିଁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି । ଅନେକ ଗବେଷଣା ପରେ ହିଁ ବୈଜ୍ଞାନିକ ମାନେ ଏହି ଜୀବର ସନ୍ଧାନ ପାଇଥିବା ଜଣାଯାଇଛି । ଏହି ବିଶେଷ ଧରଣର ସୂକ୍ଷ୍ମ ଜୀବ ସ୍ପେନର କ୍ୟାଟେଲୋନୀୟା ନିକଟରେ ଗଲ୍ଫ ଅଫ ମୈନେ ଓ ଭୂମଧ୍ୟସାଗରର ମଧ୍ୟବର୍ତ୍ତୀ ସ୍ଥାନରେ ଠାବ ହୋଇଛନ୍ତି ।

ଏହାର ନାମ ସାଇଣ୍ଟିଷ୍ଟ ମାନେ Protists ରଖିଛନ୍ତି । ଗଲ୍ଫ ଅଫ ମୈନେରେ ବାସ କରୁଥିବା ବିଗଲୋ ଲ୍ୟାବରାଟ୍ରି ବୈଜ୍ଞାନିକ ଓ ଏହି ଜୀବର ସନ୍ଧାନ ପାଇଥିବା ଜୁଲିୟା ବ୍ରାଉନଙ୍କ ଅନୁଯାୟୀ,ପୃଥିବୀ ପୃଷ୍ଟର ଆଉ କୌଣସି ଜୀବ ଜନ୍ତୁଙ୍କ ଡିଏନଏ ସହିତ ଏହାର ଡିଏନଏ ମେଳ ଖାଉନାହିଁ । ଏହା ଉପରେ ଗବେଷଣା ଚଳାଇଥିବା ବୈଜ୍ଞାନିକଙ୍କ ଅନୁଯାୟୀ, ସେମାନେ ପ୍ରଥମେ ଭାବିଥିଲେ ସ୍ୱତନ୍ତ୍ର ଜୀବ Protistsକୁ ଭାଇରସ ସଂକ୍ରମିତ କରିଛି । କିନ୍ତୁ ପରବର୍ତ୍ତୀ ସମୟରେ ଅନୁଧ୍ୟାନରୁ ଜଣାଯାଇଥିଲା Protists ହିଁ ଭାଇରସକୁ ସମୂଳେ ନଷ୍ଟ କରିଦେଉଛି । ଏହାକୁ ନେଇ ସେମାନେ ଏକ ରିପୋର୍ଟ ପ୍ରକାଶ କରିବା ସହ ଏହି ରିପୋର୍ଟ ଫ୍ରଣ୍ଟିୟର୍ସ ଇନ ମାଇକ୍ରୋବାଈଓଲୋଜି ନାମକ ପତ୍ରିକାରେ ପ୍ରକାଶିତ ହୋଇଥିଲା ।

ବୈଜ୍ଞାନିକଙ୍କ ଦଳ ଏହା ମଧ୍ୟ କହିଛନ୍ତିକି, ପ୍ରଥମେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେକି ଏକ ସୂକ୍ଷ୍ମ ଜୀବ କେମିତି ଏକ ଭାଇରସକୁ ଖାଇ ଦେଇପାରୁଛନ୍ତି । କିନ୍ତୁ ପରେ ଏହାକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ଏହା ସତ ବୋଲି ଜଣାପଡିଥିଲା । ଆଉ ଏକ ଭିନ୍ନ ଧରଣର “ଫୁଡ ଚେନ” ବାବଦରେ ଠାବ କରିଥିବା ନେଇ ବୈଜ୍ଞାନିକ ମାନେ ଖୁସିଥିବା ନେଇ ପ୍ରକାଶ କରିଛନ୍ତି । ପ୍ରକୃତରେ ଜୁଲିୟା ବ୍ରାଉନ ଏହି ଗଲ୍ଫରେ ୧୭୦୦ ପ୍ରଜାତିର ପ୍ରତିଷ୍ଟ (Protists)କୁ ନେଇ ଅଧ୍ୟୟନ କରିଥିଲେ । ପରେ ଏସମସ୍ତ ପ୍ରତିଷ୍ଟଙ୍କ ଡିଏନଏ ନେଇ ଯାଞ୍ଚ କରାଯାଇଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

4 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

2 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

2 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

2 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

3 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

4 hours ago