ସାପ ଭୟ କାହାକୁ ବା ନାହିଁ। ଯଦି ଏହି ସମୟରେ ଆପଣଙ୍କ ପାଖରେ ଗୋଟିଏ ବିଷଧର ସାପ ଆସିଯାଏ। ତେବେ କ’ଣ କରିବେ? ପ୍ରଥମେ ତ ଭୟ କରିବେ ପରେ ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହିଁବେ। ଯଦି ଆପଣ ସ୍କୁଟି ଚଲାଉଛନ୍ତି ଆଉ ଏହି ସମୟରେ ଆପଣଙ୍କ ସିଟ୍ ରୁ ଏକ ବିଷଧର ସାପ ବାହାରେ ତେବେ କଣ କରିବେ? ଗାଡ଼ି ଛାଡ଼ି ଚାଲିଯିବା ଟା ଶ୍ରେୟସ୍କର ମାନିବେ।
ଉତ୍ତରପ୍ରଦେଶରେ ଆଗ୍ରା ଜିଲ୍ଲାର ଅନେକ ଅଞ୍ଚଳରେ ସାପ ମିଳିଥିବାର ଖବର ଆସିଥିଲା। ଏହା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ମୁକ୍ତ କରାଯାଇଥିଲା। ଏହିପରି ଗୋଟିଏ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଗ୍ରା ଜିଲ୍ଲାର ଉତ୍ତରପ୍ରଦେଶରେ ଏପରି ଏକ ଖବର ସାମ୍ନାକୁ ଆସିଛି। ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶାସ୍ତ୍ରୀପୁରମ୍ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଚକିଆ ସ୍କୁଟିରେ ବସିବା ମାତ୍ରେ ସେ କିଛି ଶବ୍ଦ ଶୁଣିଥିଲେ। ସେ ଏହାକୁ ଯାଞ୍ଚ କରିବା ପାଇଁ ଖୋଲିଥିଲେ ଏବଂ ଏଥିରେ ପ୍ରାୟ ୫ ଫୁଟ ଲମ୍ବ ର ଏକ ବିପଦପୂର୍ଣ୍ଣ ସାପ ଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ରିପୋର୍ଟ ଅନୁଯାୟୀ ପୁଷ୍ପେନ୍ଦ୍ର କାଶ୍ୟପ ନାମକ ଜଣେ ବ୍ୟକ୍ତି ସ୍କୁଟିକୁ ବାହାର କରିଥିଲେ ଏବଂ ତା’ପରେ ସେ ନିଜ ସ୍କୁଟିରେ ବସିବା ମାତ୍ରେ ସେ ଶବ୍ଦ ଶୁଣିଲେ। ଏହା ଜାଣିବା ପରେ ଯେତେବେଳେ ସେ ନିଜ ସ୍କୁଟି ସିଟ୍କୁ ଖୋଲିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ବିଳମ୍ବ ନକରି ସେ ତୁରନ୍ତ ଓ୍ଵାଇଡଲାଇଫ SOS କୁ ଏହା ବିଷୟରେ ଜଣାଇଲେ । ଶାସ୍ତ୍ରୀପୁରମକୁ ଏକ ଉଦ୍ଧାରକାରୀ ଦଳ ଆସି ସାପଟିକୁ ବାହାର କରି ଏକ ସୁରକ୍ଷିତ ସ୍ଥାନକୁ ନେଇଗଲେ।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଆଗ୍ରାର ଅନ୍ୟ ଚାରିଟି ସ୍ଥାନରୁ ସାପ ମଧ୍ୟ ଧରାଯାଇଥିଲା। ଉଦ୍ଧାର ପରେ ସେହି ସାପମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଥିଲା। ବର୍ଷାରେ ସାପ ବାହାରିବା ସମସ୍ୟା ସାଧାରଣ କଥା ।ତଥାପି ଲୋକମାନେ ସମ୍ଭାବ୍ୟ ସ୍ଥାନଗୁଡିକ ଯାଞ୍ଚ କରିବା ଉଚିତ୍ । ସ୍କୁଟିରୁ ସାପ ବାହାରିବା ଖବର ପୂର୍ବରୁ ଅନେକ ଥର ଆସିଛି। ଆଗ୍ରା ଚାରିପାଖରେ ଅନେକ ଜଙ୍ଗଲ ଅଛି ଏବଂ ଏହିପରି ପରିସ୍ଥିତି ଏଠାରେ ସାପ ଦେଖାଯାଏ । ୱାଇଲ୍ଡ ଲାଇଫ୍ SOSର ଜଣେ ଅଧିକାରୀ କହିଛନ୍ତି ଯେ ସାପମାନେ କାହାକୁ ଆକ୍ରମଣ କରନ୍ତି ନାହିଁ । ଯେତେବେଳେ ସେମାନେ କାହା ଦ୍ୱାରା ବିପଦ ଅନୁଭବ କରନ୍ତି ସେତେବେଳେ ସେମାନେ ଆକ୍ରମଣ କରନ୍ତି ।