ବିଶ୍ବର ପ୍ରଥମ ଦେଶ, ଯେଉଁଠି ସବୁ ମହିଳାଙ୍କୁ ମାଗଣାରେ ମିଳିବ ପିରିୟଡ ପ୍ରଡକ୍ଟସ୍

ସ୍କଟଲାଣ୍ଡ ଦୁନିଆର ଏମିତି ଏକ ଦେଶ, ଯେଉଁଠି ମହିଳାଙ୍କୁ ମାଗଣାରେ ପିରିୟଡ ପ୍ରଡକ୍ଟସ ମିଳିବ। ପାଖାପାଖି ୪ ବର୍ଷ ଧରି ଚାଲିଥିବା ଏହି ଅଭିଯାନ ବାଦ ମହିଳାଙ୍କ ଅଧିକାର ପାଇଁ କାମ କରୁଥିବା ସଂସ୍ଥାର ବିଜୟ ହୋଇଛି।

ସ୍କଟଲାଣ୍ଡରେ ପିରିୟଡ ପ୍ରଡକ୍ଟସ ମାଗଣାରେ ମିଳିବା ବିଧେୟକକୁ ପାରିତ କରାଯାଇଛି। ଏବେ ସ୍ଥାନୀୟ ଅଧିକାରୀଙ୍କ ଦାୟିତ୍ବ ରହିବ କି, ସେମାନେ ଆବଶ୍ଯକତା ଥିବା ସମସ୍ତଙ୍କୁ ମାଗଣାରେ ପରିୟଡ ପ୍ରଡକ୍ଟ ଯୋଗାଇଦେବେ। ଏଠିକାର ଲେବର ପାର୍ଟିର ନେତା ମୋନିକା ଲେନନ କହିଛନ୍ତି, ଏହା ଦେଶ ପାଇଁ ଗର୍ବର ବିଷୟ। ଏଠାରେ ମହିଳା, ଯୁବତୀ ମାସିକ ଧର୍ମ ସମସ୍ଯାର ସାମ୍ନା କରନ୍ତି, ଏହି ନୂଆ ଆଇନ ସେମାନଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆଣିବ।

sanitary pad

ସାଧାରଣ ଜୀବନରେ ଲୋକ ପରିୟଡ ଉପରେ ଆଲୋଚନା କରିବା ବିଷୟରେ ପଛଘୁଞ୍ଚା ଦେଉଥିଲେ, ଯାହା ଏବେ ବହୁତ ପରିବର୍ତ୍ତନ ହୋଇଛି। କିଛି ଚାରିଟି ଗ୍ରୁପ ମୁତାବକ, କରୋନା ସମୟରେ ପରିୟଡ ସାମଗ୍ରୀ କିଣିବା ପାଇଁ ମହିଳାମାନଙ୍କୁ ବହୁତ ମୁସ୍କିଲର ସାମ୍ନା କରିବାକୁ ପଡିଛି।

ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ମହିଳା ପରିୟଡ ପ୍ରଡକ୍ଟ କିଣିବା ପାଇଁ ଦାରିଦ୍ରତାର ସାମ୍ନା କରନ୍ତି। ଏଥିପାଇଁ ସେମାନଙ୍କ ସ୍ବାସ୍ଥ୍ଯ ଉପରେ ଖରାପ ପ୍ରଭାବ ପଡୁଛି। ବ୍ରିଟେନରେ ପ୍ରତି ମାସରେ ଜଣେ ମହିଳା ପରିୟଡ ପ୍ରଡକ୍ଟ ପାଇଁ ପାଖାପାଖି ୧୨୮୬ ଟଙ୍କା ଖର୍ଚ୍ଚ କରିଥାଏ।

Leave A Reply

Your email address will not be published.