ଆପଣମାନେ ଆଜି ପର୍ଯ୍ୟନ୍ତ ମାଛ ମାନଙ୍କ ପ୍ରଜାତି ବିଷୟରେ ଶୁଣିଥିବେ, ପଢ଼ିଥିବେ କିମ୍ବା ଦେଖିଥିବେ। କିନ୍ତୁ ଆଜି ଆମେ ଯେଉଁ ମାଛ ବିଷୟରେ ଜଣାଇବାକୁ ଯାଉଛୁ ତାହାକୁ ଶୁଣିଲା ପରେ ଆପଣ ବିଶ୍ୱାସ କରିପାରିବେ ନାହିଁ।
ସ୍କଟଲାଣ୍ଡର ଅନୁସନ୍ଧାନକାରୀ ମାନେ ଧୂସର ରଙ୍ଗ ବିଶିଷ୍ଟ ସିଲ ମାଛ ଉପରେ ଏକ ଅଧୟନ କରିଥିଲେ, ଯାହାକୁ ନେଇ ସେମାନେ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ଅନୁସନ୍ଧାନକାରୀମାନଙ୍କ କହିବା କଥା ଯେ ଏହି ମାଛ ମଣିଷଙ୍କ ଭଳି ‘ଟ୍ୱଇଙ୍କଲ ଟ୍ୱଇଙ୍କଲ ଲିଟିଲ ଷ୍ଟାର’ ର ଧ୍ୱନିକୁ ନକଲ କରିପାରେ।
ତିନିଟି ପ୍ରଶିକ୍ଷିତ ସିଲ ମାଛ ଲୋକପ୍ରିୟ ଧ୍ୱନିକୁ ନକଲ କରୁଥିବାର ଦେଖିବାକୁ ମିଳିଛି.ଅନୁସନ୍ଧାନକାରୀମାନେ ଏହି ଆଶ୍ଚର୍ଯ୍ୟକର ଘଟଣାର ଖୁଲାସା କରିଛନ୍ତି।
ଏହି ଅଧୟନ ଅନୁସନ୍ଧାନକର୍ତ୍ତାଙ୍କୁ ଭୋକଲା ଲର୍ଣ୍ଣିଙ୍ଗ ଏବଂ ମଣିଷ ଭାଷାର ବିକାଶକୁ ବହୁତ ଭଲ ଉପାୟରେ ବୁଝାଇବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା। ମାଛମାନେ ଗୀତ ଗାଉଥିବାର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଏହି ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ମାଛ ମାନେ ମଧ୍ୟ ମନୁଷ୍ୟ ଭଳି ବାକଶକ୍ତିର ବ୍ୟବହାର କରିପାରନ୍ତି।