ଏହି ମାସରେ ହେବାକୁ ଯାଉଛି ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେବେ ପଡୁଛି

ଚଳିତବର୍ଷର ଦ୍ୱିତୀୟ ଉପଛାୟା ଚନ୍ଦ୍ର ଗ୍ରହଣ ଜୁନ୍‌ ୫ ତାରିଖରେ ହେବାକୁ ଯାଉଛି। ଏହା ପୂର୍ବରୁ ଚଳିତ ବର୍ଷର ଚନ୍ଦ୍ର ଗ୍ରହଣ ଜାନୁଆରୀ ୧୦ ତାରିଖରେ ହୋଇଥିଲା। କିନ୍ତୁ ପୂର୍ବରୁ ହୋଇଥିବା ଚନ୍ଦ୍ର ଗ୍ରହଣରେ ଭାରତକୁ କିଛି ପ୍ରଭାବ ପଡିନଥିବା ବେଳେ ଆଗକୁ ହେବାକୁ ଥିବା ଚନ୍ଦ୍ର ଗ୍ରହଣ କିନ୍ତୁ ଭାରତ, ଆଫ୍ରିକା, ଏସିଆ, ୟୁରୋପ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଦେଖିବାକୁ ମିଳିବ। ଏହି ଚନ୍ଦ୍ର ଗ୍ରହଣ ରାତି ୧୧ଟା ୧୫ ମିନିଟ୍‌ରୁ ଆରମ୍ଭ ହୋଇ ରାତି ୨.୩୪ରେ ସମାପ୍ତ ହେବ।

chandra grahan

କ’ଣ ଏହି ଉପଛାୟା ଚନ୍ଦ୍ର ଗ୍ରହଣ:

ଧାର୍ମିକ ମାନ୍ୟତା ଅନୁସାରେ, ଏହି ଚନ୍ଦ୍ର ଗ୍ରହଣକୁ ମାଘଚନ୍ଦ୍ର ଗ୍ରହଣ ମଧ୍ୟ କୁହାଯାଏ। ଏହି ଗ୍ରହଣରେ ଚନ୍ଦ୍ରର କୌଣସି ଅଂଶ ଲୁଚେ ନାହିଁ। କେବଳ ଚନ୍ଦ୍ର ସ୍ୱଚ୍ଛ ନୁହେଁ ବରଂ ମଇଳା ଭାବେ ନଜର ଆସନ୍ତି। ଏହି ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବା ଅସମ୍ଭବ। ତେଣୁ ଏହାକୁ ମାନିବା ମଧ୍ୟ ଅନାବଶ୍ୟକ।

cc

ଚଳିତ ବର୍ଷ ୪ଟି ଚନ୍ଦ୍ର ଗ୍ରହଣ ହେବାକୁ ରହିଛି। ଏହି ବର୍ଷ ପଡୁଥିବା ସମସ୍ତ ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହେବ। ଏହି ଦିନ ଆପଣ ସମସ୍ତ ଧାର୍ମିକ କାର୍ଯ୍ୟ କରି ପାରିବେ। ଚଳିତ ବର୍ଷ ଜାନୁଆରୀ ୧୦ରେ ପ୍ରଥମ ଚନ୍ଦ୍ର ଗ୍ରହଣ ପଡିଥିବା ବେଳେ, ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ୫ ଜୁନ୍‌, ତୃତୀୟ ଚନ୍ଦ୍ର ଗ୍ରହଣ ୫ ଜୁଲାଇ, ଚତୁର୍ଥ ଚନ୍ଦ୍ର ଗ୍ରହଣ ୩୦ ନଭେମ୍ବରରେ ହେବ। ସେହିପରି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ୨୧ ଜୁନ୍‌ରେ ହେବ। ଯାହା ଭାରତରେ ମଧ୍ୟ ଲାଗୁ ହେବ। ଦ୍ୱିତୀୟଟି ୧୪ ଡିସେମ୍ବରରେ ହେବ କିନ୍ତୁ ଏହା ଭାରତକୁ ଦେଖାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.