ଦଶହରା ଦିନ ଏହି ୩ ଜିନିଷର ଗୁପ୍ତ ଦାନ ଦ୍ୱାରା ଜୀବନରେ ଆସିଥାଏ ସୁଖ ସମୃଦ୍ଧି

ହିନ୍ଦୁ ଧର୍ମରେ ନବରାତ୍ର ପରେ ଦଶହରା ପର୍ବ ବହୁତ ଆନନ୍ଦ ଉଲ୍ଲାସରର ସ ପାଳନ ହୋଇଥାଏ । ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ ପଡୁଛି ଦଶହରା ପର୍ବ । ଏହାକୁ ବିଜୟା ଦଶମୀ ବୋଲି ମଧ୍ୟ କୁହାଯାଏ । ଏହି ପର୍ବ ସହ ବହୁ ପୌରାଣିକ କଥା ଜଡିତ ରହିଛି । ଏହି ଦିନ ମା’ ଦୁର୍ଗା ମହିଷାସୁରକୁ ବଧ କରିଥିଲେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପୂଣ୍ୟ ପର୍ବରେ ପୂଜା ପାଠ ଓ ଦାନ ଆଦିର ବହୁତ ମହତ୍ୱ ରହିଛି । ଏହି ଦିନ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ମାନସିକ ରୋଗରୁ ମୁକ୍ତି ମିଳିଥାଏ । ସେହିପରି ଏହି ଦିନ ଗୁପ୍ତରେ ଦାନ କରିବା ଦ୍ୱାରା ବି ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଆସନ୍ତୁ ଜାଣିବା ଦଶହରା ଦିନ କ’ଣ ଦାନ କରିବା ଉଚିତ୍‌ ।

ଦଶହରା ଦିନ ଦାନ

ଦଶହରା ଦିନ ରାବଣ ଦହନ ବା ପୋଡିର ପରମ୍ପରା ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦଶହରା ଦିନ ରାବଣ ଦହନ ପରେ ଦାନର ବହୁତ ଶୁଭ ହୋଇଥାଏ । ଦଶହରା ଦିନ ଅନ୍ନ, ଜଳ ଓ ବସ୍ତ୍ରର ଗୁପ୍ତ ଦାନ କରିବା ଦରକାର । ଏହାଛଡ଼ା ବିଜୟା ଦଶମୀ ସନ୍ଧ୍ୟାରେ କୌଣସି ମନ୍ଦିରରେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ କରି ଝାଡ଼ୁ ଦାନ କରନ୍ତୁ । ମାନ୍ୟତା ରହିଛି ଯେ ଏହାଦ୍ୱାରା ଜୀବନରେ ଧନ ଓ ସୁଖ ସମୃଦ୍ଧିର ବାସ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.