ତିରୁପତି ଭାରତର ତୀର୍ଥସ୍ଥାନ ମଧ୍ୟରେ ଏକ। ତିରୁମାଳା ଭେଙ୍କଟେଶ୍ବର ମନ୍ଦିର ବା ତିରୁପତି ବାଲାଜୀ ମନ୍ଦିର ଆନ୍ଧ୍ରପ୍ରଦେଶର ତିରୁମାଲା ପାହାଡ଼ ଉପରେ ଅବସ୍ଥିତ। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି। ସମୁଦ୍ରର ତଳ ଭାଗରୁ ୩ହଜାର ୨ଶହ ଫୁଟ ଉପରେ ଅବସ୍ଥିତ ତିରୁମାଲାର ପାହାଡ଼ ଉପରେ ଶ୍ରୀ ଭେଙ୍କଟେଶ୍ବରଙ୍କ ମନ୍ଦିର ଏଠାକାର ସବୁଠାରୁ ବଡ଼ ଆକର୍ଷଣର କେନ୍ଦ୍ର। କିଛି ଶତାଦ୍ଦୀ ପୂର୍ବରୁ ତିଆରି ହୋଇଥିବା ଏହି ମନ୍ଦିର ଦକ୍ଷିଣ ଭାରତର ବାସ୍ତୁକଳା ଏବଂ ଶିଳ୍ପକଳାର ଅଦ୍ଭୁତ ଉଦାହରଣ। କୁହାଯାଏ ତିରୁପତି ବାଲାଜୀ ମନ୍ଦିର ଯେତିକି ଅଦ୍ଭୁତ ସେତିକି ରହସ୍ୟମୟ।
ଜାଣନ୍ତୁ କଣ ରହିଛି ତିରୁପତିବାଲାଜୀ ମନ୍ଦିରର ରହସ୍ୟ :
ଏହି ମନ୍ଦିରରେ ବିରାଜମାନ କରିଥିବା ଭେଙ୍କଟେଶ୍ବର ସ୍ବାମୀଙ୍କ ମୂର୍ତ୍ତିରେ ଲାଗିଥିବା କେଶ ତାଙ୍କର ଅସଲି କେଶ ହୋଇଥାଏ। କୁହାଯାଇଥାଏ ଏହି କେଶ କେବେବି ମଉଳି ନଥାଏ ଏବଂ ସର୍ବଦା କୋମଳ ରହିଥାଏ। ଲୋକଙ୍କ କହିବା ଅନୁଯାୟୀ ଏଭଳି ହେବାର କାରଣ ଭଗବାନ ନିଜେ ଏଠାରେ ବିରାଜମାନ କରିଥାନ୍ତି। ଭେଙ୍କଟେଶ୍ବର ବା ତିରୁପତି ବାଲାଜୀ ମୂର୍ତ୍ତିର ପଛ ଭାଗ ସର୍ବଦା ହାଲୁକା ଓଦା ରହିଥାଏ। ଯଦି ଧ୍ୟାନରେ କାନ ଦେଇ ଶୁଣିବେ ଆପଣମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ। କାରଣ ଆପଣ କାନ ଲଗାଇବାପରେ ଆପଣଙ୍କୁ ସମୁଦ୍ରର ଗର୍ଜନ ଶଦ୍ଦ ଶୁଣାଯିବ। କୁହାଯାଏ ଏହି କାରଣରୁ ସର୍ବଦା ବାଲାଜୀଙ୍କ ମୂର୍ତ୍ତି ହାଲୁକା ଓଦା ରହିଥାଏ। ଏହା ବ୍ୟତୀତ ଭଗବାନ ବାଲାଜୀଙ୍କ ଥୋଡ଼ିରେ ମଧ୍ୟ ଚନ୍ଦନ ଲାଗିବାର ପରମ୍ପରା ରହିଛି। ମନ୍ଦିରର ଡ଼ାହାଣ ଭାଗରେ ଥିବା ବାଡ଼ି ସହିତ ଏହାର ସମ୍ବନ୍ଧ ରହିଛି।
କୁହାଯାଏ ଛୋଟବେଳେ ଭଗବାନଙ୍କୁ ମାରିବା ପାଇଁ ଏହି ବାଡ଼ିର ପ୍ରୟୋଗ କରାଯାଇଥିଲା। କିନ୍ତୁ ଗୋଟେ ଥର ଏହି ବାଡ଼ିଦ୍ବାରା ତାଙ୍କ ଥୋଡ଼ିରେ କ୍ଷତ ଲାଗିଥିଲା। ତାଙ୍କର ଏହି କ୍ଷତ ଚନ୍ଦନର ଲେପ ଦ୍ବାରା ଠିକ ହୋଇଥିଲା। ଏହି କାରଣରୁ ତାଙ୍କର ଥୋଡ଼ିରେ ଚନ୍ଦନ ଲାଗିବାର ଅଭିଷେକ କରାଯାଇଥାଏ। ବାଲାଜୀଙ୍କ ମୂର୍ତ୍ତି ଗର୍ଭଗୃହରୁ ଦେଖିଲେ ଆପଣ ଦେଖିବାକୁ ପାଇବେ ଭଗବାନଙ୍କ ମୂର୍ତ୍ତି ଗର୍ଭଗୃହ ଭିତରେ ଅଛି କିନ୍ତୁ ଆପଣ ବାହାରକୁ ଆସି ଦେଖିଲେ ଜାଣିପାରିବେ ମୂର୍ତ୍ତି ମନ୍ଦିରର ଡ଼ାହାଣ ଭାଗରେ ଅବସ୍ଥିତ ଅଛି। ଗୁରୁବାର ଦିନ ଭଗବାନଙ୍କ ମୂର୍ତ୍ତିକୁ ଧଳା ଚନ୍ଦନରେ ସଜାଯାଇଥାଏ। ଏହି ଲେପ କୁ କଢାଯିବା ପରେ ମୂର୍ତ୍ତି ଉପରେ ମାତା ଲକ୍ଷ୍ମୀଙ୍କର ଚିହ୍ନ ହୋଇଯାଇଥାଏ । କେତେବର୍ଷ ପୂର୍ବରୁ ଏହି ମନ୍ଦିରରେ ଏକ ଦୀପ ଲାଗିରହିଛି। ଏହି ବିଷୟରେ କାହାକୁ ଜଣାନାହିଁ କି ଏହି ଦୀପ କେବେ ଲଗାଯାଇଥିଲା।