ସ୍ପେଶାଲ

ନାସା କଲମ୍ବିଆ ସ୍ପେସ୍ ବିପର୍ଯ୍ୟୟର ରହସ୍ୟ, ଜାଣନ୍ତୁ କଳ୍ପନା ଚାୱଲାଙ୍କ ଜୀବନି

୧ ଫେବୃଆରୀ ୨୦୦୩, ନାସାର କଲମ୍ବିଆ ସ୍ପେଶ ଶଟଲ -୧୦୭ ସ୍ପେସରୁ ପୃଥିବୀକୁ ଫେରୁଥିଲା । ଆଉ ଏଥିରେ ଥିଲେ ୭ ଜଣ ଆଷ୍ଟ୍ରୋନଟ୍ସ । ଯାହା ମଧ୍ୟରୁ ଜଣେ ଥିଲେ ମିଶନ ସ୍ପେସାଲିଷ୍ଟ କଳ୍ପନା ଚାୱଲା । ଏହି ୭ ଜଣ ଆଷ୍ଟ୍ରୋନଟ୍ସ ୨ ସପ୍ତାହ ସ୍ପେସରେ ବିତାଇବା ପରେ ଫେରୁଥିଲେ ପୃଥିବୀକୁ । ପରିବାର ଲୋକ ଏବଂ ସାଙ୍ଗସାଥି ଖୁବ ଉତ୍ସାହର ସହ ଏମାନଙ୍କ ଆସିବାର ଅପେକ୍ଷାରେ ରହିଥିଲେ । ଏହି ଆଷ୍ଟ୍ରୋନଟ୍ସମାନଙ୍କ ପାଇଁ ଏହି ଫ୍ଲାଇଟ ଥିଲା ବହୁତ ଖାସ୍ ହେଲେ ନାସା ପାଇଁ ଏହା ଥିଲା ଏକ ଖୁବ ସାଧାରଣ ଫ୍ଲାଇଟ ।

କାରଣ ସ୍ପେସ ମିଶନ କଲମ୍ବିଆ ପ୍ରୋଗ୍ରାମର ଏହା ଥିଲା ୨୮ତମ ଫ୍ଲାଇଟ । ୮.୪୪ ସମୟରେ ସ୍ପେଶ ଶଟଲ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ସବୁ ସିଷ୍ଟମ ଠିକ ଠାକ ଚାଲିଥିଲା ଏବଂ ସବୁକିଛି ନର୍ମାଲ ଥିଲା । ପୃଥିବୀର କଣ୍ଟ୍ରୋଲ ସେଣ୍ଟରରୁ ସ୍ପେଶ ଶଟଲ ସହ କମ୍ୟୁନିକେସନ ମଧ୍ୟ ଜାରି ରହିଥିଲା । କିନ୍ତୁ ସ୍ପେସ ଶଟଲରୁ ହଠାତ କମ୍ୟୁନିକେସନ କଟିଯାଇଥିଲା ଏବଂ ଅନେକ ଚେଷ୍ଟା ପରେ ମଧ୍ୟ ପୁଣିଥରେ ସ୍ପେଶ ଶଟଲ ତରଫରୁ କୌଣସି ଉତ୍ତର ଆସିନଥିଲା । ତଥାପି କଣ୍ଟ୍ରୋଲ ସେଣ୍ଟରରେ କମ୍ୟୁନିକେସନ ପାଇଁ ଚେଷ୍ଟା ଜାରି ରହିଥିଲା କାରଣ ସେଠାରେ ଥିବା ଲୋକ ଜାଣିନଥିଲେ ଏହି ସ୍ପେସ ଶଟଲରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା ।

ଅନ୍ୟପଟେ ଏହି ସମୟରେ କଣ୍ଟ୍ରୋଲ ସେଣ୍ଟରକୁ ଏକ କଲ ଆସିଲା ଏବଂ ଟିଭି ଚଲାଇ ନ୍ୟୁଜ ଦେଖିବା ପାଇଁ କୁହାଗଲା । ନ୍ୟୁଜ ଚଲାଇବା ପରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା କିଛି ଲୋକ ଏହି ସ୍ପେସ ଶଟଲର ଦୁର୍ଘଟଣା ମଧ୍ୟ ଦେଖିଥିଲେ । ଯେପରି କିଛି ଚମକୁଥିବା ଜିନିଷ ଛୋଟ ଛୋଟ ଖଣ୍ଡ ହୋଇ ଭୂମି ଉପରେ ପଡୁଥିଲା ଏବଂ ନାସା ଜାଣିପାରିଥିଲା ଏହି ସ୍ପେସ ଶଟଲରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ଚାଲିଯାଇଥିଲା ୭ ଜଣ ଆଷ୍ଟ୍ରୋନଟ୍ସଙ୍କ ଜୀବନ । ଏହା ମଧ୍ୟରୁ ଜଣେ ଥିଲେ ୪୦ ବର୍ଷୀୟ ଭାରତର ଗର୍ବ କଳ୍ପନା ଚାୱଲା । ଏକ ଏଭଳି ମହିଳା ଯାହାଙ୍କ ଜୀବନୀ ସମଗ୍ର ଦେଶ ପାଇଁ ଏକ ଇନସ୍ପିରେସନ ପାଲଟିଛି ।

ତେବେ ଆଜି ଆସନ୍ତୁ ଜାଣିବା ମିଶନ ସ୍ପେଶାଲିଷ୍ଟ କଳ୍ପନା ଚାୱଲାଙ୍କର ପୂରା କାହାଣୀ । ୧୭ ମାର୍ଚ୍ଚ ୧୯୬୨ରେ ହରିୟାଣାର କର୍ଣ୍ଣଲ ସହରର ଏକ ରକ୍ଷଣଶୀଳ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କଳ୍ପନା ଚାୱଲା । ତାଙ୍କ ମା’ ସଞ୍ଜୟୋତି ଚାୱଲା ଏବଂ ବାପା ବନାରସୀ ଲାଲ ଚାୱଲା । ପିଲାଦିନରୁ ହିଁ କଳ୍ପନା ମହାକାଶକୁ ଯିବେ ବୋଲି ସ୍ୱପ୍ନ ଦେଖିଥିଲେ । ଏହା ସହ ସେ ପାଠପଢ଼ା ପ୍ରତି ମଧ୍ୟ ଖୁବ ଆଗ୍ରହୀ ଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ନିଜେ ହିଁ ନିଜ ନାମ କଳ୍ପନା ରଖିଥିଲେ । ଛୋଟବେଳେ ତାଙ୍କୁ ଘରେ ‘ମୋଣ୍ଟୁ’ ଡାକୁଥିଲେ ଏବେ ସ୍କୁଲରେ ତାଙ୍କ ନାମ ପଚାରିବା ସମୟରେ ସେ ନିଜ ନାମ ଦେଇଥିଲେ କଳ୍ପନା ଅର୍ଥାତ ‘imagination’ ।

ସେହି ସମୟରେ କେହି କଳ୍ପନା ମଧ୍ୟ କରିନଥିବେ ଯେ ଦିନେ ଏହି ଝିଅ ମହାକାଶକୁ ଯାଇ ଏଭଳି ଇତିହାସ ରଚିବ । ଯେତେବେଳେ କଳ୍ପନା ନିଜ ପାଠ ପଢା ଶେଷ କଲେ, ସେତେବେଳେ ସେ ଅଧିକ ଅଧ୍ୟୟନ କରିବା ପାଇଁ ଆମେରିକା ଯାଇଥିଲେ । ସେହି ସମୟରେ ଏହି ସ୍ପେସ ଲାଇନରେ ଯିବା ପାଇଁ ତାଙ୍କୁ ସମସ୍ତେ ମନା କରିଥିଲେ କିନ୍ତୁ କଳ୍ପନାଙ୍କ ଦୃଢ ଇଚ୍ଛାଶକ୍ତିକୁ କେହି ବି ରୋକିପାରିନଥିଲେ । ୧୯୮୪ ମସିହାରେ ସେ ଆମେରିକାର ଟେକ୍ସସ ୟୁନିଭର୍ସିଟିରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ଏବଂ ପରେ ୧୯୮୮ରେ ସେ ପିଏଚଡି ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।

ଏହା ପରେ ୧୯୮୮ରେ କଳ୍ପନା ନାସାରେ ବିଶ୍ୱର ପ୍ରଥମ ସ୍ପେସ୍ ଏଜେନ୍ସି ପାଇଁ କାମ କରିବା ଆରମ୍ଭ କରିଥିଲେ । ଏବଂ ନିଜର କଠିନ ପରିଶ୍ରମ ଯୋଗୁଁ ସେ ୧୯୯୪ ମସିହାରେ ସ୍ପେସ ମିଶନ ପାଇଁ ମନୋନୀତ ହୋଇଥିଲେ । ଏହା ସହ ତାଙ୍କୁ ମହାକାଶକୁ ଯାତ୍ରା କରିବା ପାଇଁ ପଠାଯାଇଥିଲା । ଏସବୁ ମଧ୍ୟରେ ସବୁଠାରୁ ବିଶେଷ କଥା ହେଲା କଳ୍ପନା ଚାୱାଲ ହେଉଛନ୍ତି, ପ୍ରଥମ ଭାରତୀୟ ମହିଳା ଯିଏକି ଥରେ ନୁହେଁ ଦୁଇ ଦୁଇଥର ମହାକାଶକୁ ଯାତ୍ରା କରିଥିଲେ । ବହୁତ କମ୍ ଲୋକ ଏପରି ସୁଯୋଗ ପାଇଥାନ୍ତି । ତେବେ ୧୯୯୭ ମସିହାରେ, ସେ ପ୍ରଥମ ଥର ପାଇଁ ସ୍ପେସ୍ ଫ୍ଲାଇଟ୍ ପାଇଁ ମନୋନୀତ ହୋଇଥିଲେ । ତାଙ୍କର ପ୍ରଥମ ଫ୍ଲାଇଟ୍‌ଟି ନଭେମ୍ବର ୧୯ ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ନିରନ୍ତର ଯାତ୍ରା କରିଥିଲା ।

ଏହା ପରେ, ୨୦୦୩ ମସିହାରେ, ସେ ପୁନର୍ବାର ମହାକାଶକୁ ଯାତ୍ରା କରିଥିଲେ । ଏହି ସମୟରେ ସେ କଲମ୍ବିଆ ଶଟଲରେ ଦ୍ୱିତୀୟ ଥର ପାଇଁ ମହାକାଶକୁ ଯାଇଥିଲେ । ତେବେ ୨ ସପ୍ତାହ ଧରି ଚାଲିଥିବା ଏହି ଅଭିଯାନ ଫେବୃଆରୀ ୧ରେ ଶେଷ ହୋଇଥିଲା । କିନ୍ତୁ ମହାକାଶକୁ ଏହା କଳ୍ପନାଙ୍କ ଶେଷ ଯାତ୍ରା ହେବ ତାହା କେହି ଚିନ୍ତା ମଧ୍ୟ କରିନଥିଲେ । ତେବେ ଫେରିବା ବେଳେ ଏହି ସ୍ପେସ ଶଟଲର ୪ଟି ଯାକ ଚକା ଲିକ ହୋଇଯାଇଥିଲା ଯେଉଁଥି ପାଇଁ ଏତେ ବଡ ଦୁର୍ଘଟଣା ଘଟିଥିଲା ବୋଲି ପରେ ଜଣାପଡିଥିଲା । ଆଉ ଚାଲିଯାଇଥିଲା ୭ ଜଣ ଆଷ୍ଟ୍ରୋନଟ୍ସଙ୍କ ଜୀବନ ଯାହା ମଧ୍ୟରେ ଥିଲେ କଳ୍ପନା ଚାୱଲା ।

କଳ୍ପନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା, ଯିଏ ମହାକାଶକୁ ଯାଇ ଇତିହାସ ସୃଷ୍ଟି କରିଥିଲେ । ଏରୋସ୍ପେସ ଇଞ୍ଜିନିଅରୟିଙ୍ଗକୁ ତାଙ୍କ ଅବଦାନ ପାଇଁ କଳ୍ପନାଙ୍କୁ ମିଳିଥିଲା ଢେର ସାରା ପୁରସ୍କାର ଏବଂ ମାନପତ୍ର । କଳ୍ପନାଙ୍କର ସ୍ବପ୍ନ ଏବଂ ଅତୁଳନୀୟ ସାହାସ ତାଙ୍କୁ ଅନ୍ତରିକ୍ଷ ପଯ୍ୟନ୍ତ ପହଞ୍ଚାଇପାରିଥିଲା । କୁହାଯାଏ ଯେ କଳ୍ପନା ପିଲାଦିନରୁ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିଥିଲେ ଆଉ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ତାଙ୍କର ସମଗ୍ର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ଆଜି ମଧ୍ୟ ସେ ସବୁ ଭାରତୀୟଙ୍କ ମନରେ ଜୀବିତ ରହିଛନ୍ତି ଏବଂ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଯାଇଛନ୍ତି । ସେ ଏକ ଏଭଳି ମହିଳା ଯିଏ ପ୍ରମାଣିତ କରିପାରିଛନ୍ତି ଯଦି ଆପଣଙ୍କର ଆତ୍ମବିଶ୍ୱାସ ରହିଛି ତାହେଲେ ଆପଣ ପୁରା ଦୁନିଆକୁ ନିଜର କରିପାରିବେ । ଏହି ଦୁନିଆରେ କୌଣସି ବି କାର୍ଯ୍ୟ ଅସମ୍ଭବ ନୁହେଁ ।

Srujanika Panda

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ପୁରୁଣା ବନ୍ଧୁଙ୍କ ସହ ଭେଟ କରିବା ଯୋଗୁ ଖୁସି ରହିବେ

ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…

6 hours ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍ ରେ ୭୨ ଜଣ ମନ୍ତ୍ରୀ, ୩୦ କ୍ୟାବିନେଟ, ୫ ଜଣ ରାଷ୍ଟ୍ରପାହ୍ୟା ସ୍ବାଧୀନ ଓ ୩୬ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…

8 hours ago

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ର ନେତାଙ୍କ ସହ ସେଲିବ୍ରିଟି ଓ ଶିଳ୍ପପତିଙ୍କ ଗହଳି, ଶାହାରୁଖ, ରଜନୀକାନ୍ତ, ଅକ୍ଷୟ,ଅମ୍ବାନୀ ଓ ଆଦାନୀ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…

8 hours ago

‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପିତ, ଯୋଗଦେଲେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ସହ ବିଶିଷ୍ଟ ଲେଖିକା ଡକ୍ଟର ପ୍ରତିଭା ରାୟ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…

8 hours ago

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ

ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…

9 hours ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌, ଓଡିଶାକୁ ୩ କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …

10 hours ago