ସ୍ପେଶାଲ

ସୁରକ୍ଷା ଯାଞ୍ଚ ସମୟରେ ମହିଳାଙ୍କୁ ସାର୍ଟ ଖୋଲିବାକୁ କହିଲେ ସୁରକ୍ଷାକର୍ମୀ, ଘଟଣା ପରେ ଏମିତି ଉତ୍ତର ରଖିଲେ କତ୍ତୃପକ୍ଷ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ବିମାନବନ୍ଦରରେ ଘଟିଲା ଏମିତି ଘଟଣା, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ବି ଜାଣିଲେ ଆଶ୍ଚର୍ଯ୍ଯ ହେବାଟା ସ୍ବଭାବିକ। ଘଟଣାଟି ଗତ ମଙ୍ଗଳବାର ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଘଟିଥିବା ସୂଚନା ମିଳିଛି ।

@KrishaniGadhvi ନାମକ ଏକ ଟୁଇଟର ଆକାଉଣ୍ଟରୁ ଜଣେ ମହିଳା ଦ୍ବାରା ଏଭଳି ଅଭିଯୋଗ ଆସିଥିବାବେଳେ, ତାଙ୍କ ବାୟୋରେ ତାଙ୍କ ପରିଚୟ ଜଣେ “ସଂଗୀତକାର/ଛାତ୍ରୀ/ କଳାକାର” ଭାବରେ ସ୍ପଷ୍ଟ କରି ଦିଆଯାଇଛି। ଏହି ମହିଳା ସିଙ୍ଗରଙ୍କ ଅଭିଯୋଗ ଅନୁସାରେ,ତାଙ୍କୁ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ସାର୍ଟ ଖୋଲିବାକୁ କୁହାଯାଇଥିଲା । ଯାହା ତାଙ୍କୁ ଅପମାନିତ କରିଥିଲା ।

ଏକ ଅନ୍ତଃବସ୍ତ୍ର ପିନ୍ଧି ସମସ୍ତଙ୍କ ସମ୍ମୁଖରେ ଛିଡାହେବାକୁ କିଏ ଚାହେଁ ବୋଲି କହିବା ସହିତ ପ୍ରଶ୍ନ କରିଛନ୍ତି କି, ସୁରକ୍ଷା ଯାଞ୍ଚ ସମୟରେ ପୋଷାକ ଖୋଲିବା କଣ ନିହାତୀ ଜରୁରୀ? ସେ ସୋସିଆଲ୍ ମିଡିଆରେ ଏଭଳି ଅଭିଯୋଗ କରିବା ପରେ ବର୍ତ୍ତମାନ ଏହି ଘଟଣା ପଦାକୁ ଆସିଛି । ତେବେ ଉକ୍ତ ଟ୍ବିଟ୍ ଟିକୁ କିଛି ସମୟ ପରେ ଆକାଉଣ୍ଟରୁ ହଟାଇ ଦିଆଯାଇଥିବା ସହ ତାଙ୍କ ଆକାଉଣ୍ଟଟିକୁ ମଧ୍ଯ ଡିଆକ୍ଟିଭ୍ କରିଦିଆଯାଇଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ଏହି ଟ୍ବିଟ୍ ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାର ଉତ୍ତରରେ କୁହାଯାଇଛି କି, ସେମାନେ ସବିଶେଷ ତଥ୍ୟ ପାଇଁ ସିସିଟିଭି ଯାଞ୍ଚ କରିବେ ଏବଂ ମହିଳା ଜଣକ କାହିଁକି ଏହି ଘଟଣା ଘଟିବା ପରେ ତୁରନ୍ତ ସିଏସ୍ଏଫ୍ କିମ୍ବା ବିମାନବନ୍ଦର ପୋଲିସ୍ ନିକଟରେ ଅଭିଯୋଗ କରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି?

କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ମହିଳାଙ୍କ ଟ୍ୱିଟକୁ ଜବାବ ଦେଇ କୁହାଯାଇଛି କି, ଏହି ଅସୁବିଧା ପାଇଁ ସେମାନେ ଗଭୀର ଅନୁତାପ କରୁଛନ୍ତି। ଉତ୍ତରରେ ଆହୁରି କୁହାଯାଇଛି ଯେ, ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଆମେ ଗଭୀର ଦୁଃଖିତ। ଏଭଳି ହେବାର ନଥିଲା । ଆମେ ଏହାକୁ ଆମର ଅପରେସନ୍ ଦଳକୁ ଜଣାଇଛୁ ଏବଂ CISF ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଦ୍ୱାରା ପରିଚାଳିତ ସୁରକ୍ଷା ଦଳକୁ ମଧ୍ୟ ସୂଚନା ଦେଇଛୁ।

ଏହାସହ ଶୀଘ୍ର ତାଙ୍କ ଟିମ୍ ସହିତ ଯୋଗାଯୋଗ କରିବାକୁ ମହିଳାକୁ ଅନୁରୋଧ କରାଯାଇଛି। ମହିଳାଙ୍କ ଏହି ଟ୍ୱିଟକୁ ନେଇ କିଛି ୟୁଜର୍ସ ଉତ୍ତର ଦେଇ କହିଛନ୍ତି ଯେ ଏଭଳି ଘଟଣା ଗ୍ରହଣୀୟ ନୁହେଁ ଏବଂ ଲୋକଙ୍କୁ ଅପମାନିତ କରିବା ଭଳି ବ୍ୟବହାର ସୁରକ୍ଷା ବ୍ଯସ୍ଥାରେ କରାଯିବା ଉଚିତ ନୁହେଁ।

 

Sonalisa

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

1 hour ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

1 hour ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago